ଜଣେ ଦାନୀ ଠାରୁ ଜ୍ଞାନୀ ମହାନ୍ ହୋଇଥାଏ କାହିଁକିନା, ଦାନୀଠାରୁ ମିଳିଥିବା ଦାନ କିଛି ଦିନ ପର୍ଯ୍ୟନ୍ତ ଯାଇଥାଏ କିନ୍ତୁ ଜ୍ଞାନୀଠାରୁ ମିଳିଥିବା ଜ୍ଞାନ ଆଜୀବନ ପାଇଁ ସାଥିରେ ରହିଥାଏ
ସର୍ବଦା ଧୀରେ କୁହନ୍ତୁ : ଶାନ୍ତି ମିଳିବ
ନିଜଠାରୁ ଅହଂଭାବ ଛାଡନ୍ତୁ ସମ୍ମାନ ମିଳିବ
ସର୍ବଦା ଭକ୍ତି କରନ୍ତୁ ମୁକ୍ତି ମିଳିବ
ସଠିକ୍ ବିଚାର କରନ୍ତୁ ଉଚ୍ଚ ଆସନ ମିଳିବ.ଲୋକଙ୍କ ସେବା କରନ୍ତୁ : ଯଶ ମିଳିବ
କଷ୍ଟଟା ଯେତେବେଳେ ସୀମା ଟପିଯାଏ ସେତେବେଳେ ମଣିଷ କାନ୍ଦି ନ ପାରି ଚୁପ୍ ହୋଇଯାଏ ।
ଲୋକଙ୍କର “ଘୃଣା” କୁ ପସନ୍ଦ କରନ୍ତୁ, କିନ୍ତୁ ଲୋକଙ୍କ ଦେଖାଣିଆ “ଅତ୍ମୀୟତା” ଓ “ସହାନୁଭୂତି” ଠାରୁ ସର୍ବଦା ଦୁରେଇ ରୁହନ୍ତୁ ।
ଜୀବନରେ ଦୁଃଖ କଷ୍ଟ ଆସିବା Part of Life ଅଟେ…
ଆଉ ସେଥିରୁ ହସିକି ବାହାରି ଆସିବା Art of Life ଅଟେ
ସତ୍ୟକୁ ପ୍ରମାଣିତ କରିବା ପାଇଁ କେବେ ଜିଦି କରନ୍ତୁ ନାହିଁ, କାରଣ ସତ୍ୟ ସମୟ ଅନୁସାରେ ଆପେ ଆପେ ପ୍ରକାଶିତ ହୋଇଯାଏ ll
ଜ୍ଞାନୀମାନେ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ସଠିକ୍ ଭାବେ ଯୁକ୍ତିପୂର୍ଣ୍ଣ ଚିନ୍ତନ କରିଥାନ୍ତି ହେଲେ କାର୍ଯ୍ୟ କରିସାରିବା ପରେ ଯଦି ବିଚାର କରାଯାଏ ତେବେ ଏହା ଅଜ୍ଞାନତାର ପରିଚୟ ଲଲ
`ଆତ୍ମା ପାଇଁ ଉପହାର
ଯିଏ ନିଜ ଉପରେ ବିଜୟ ପାଇଥାଏ, ସିଏ ହିଁ ହୋଇଥାଏ ପ୍ରକୃତ ବିଜୟୀ”
ପ୍ରକୃତ ଜୟ ଅନ୍ୟମାନେ ଉପରେ ନୁହେଁ, ବରଂ ନିଜ ଉପରେ ହୋଇଥାଏ। ଯେତେବେଳେ ମନ, ଇନ୍ଦ୍ରିୟ ଏବଂ ବିଚାର ସଂୟମିତ ହୁଏ, ସେତେବେଳେ ଯାଇ ଆତ୍ମା ନିଜର ପ୍ରକୃତ ପ୍ରତିଭା ଏବଂ ଗୌରବକୁ ଅନୁଭବ କରେ । ଏହି ଆନ୍ତରିକ ବିଜୟ ଆମକୁ ସ୍ଥାୟୀ ସୁଖ ଏବଂ ଗଭୀର ଶାନ୍ତି ପ୍ରଦାନ କରେ।
ସିଗାରେଟ୍ ଭଳି ହେବାନାହିଁ, ଜେପରି ଯେକେହି ଆମକୁ ବ୍ୟବହାର ପରେ ପାଦତଳେ ଦଳିଦେବ….
ହେବାର ଅଛି ତ ନିଶା ପରି ହେବା, ଜେମିତି କେହି ଆମକୁ ଅପବ୍ୟବହାର କରିଲେ ସେ ନିଜେ ବରବାଦ ହୋଇଯିବ….
ଅଦ୍ୟ ସେପ୍ଟେମ୍ବର ମାସ ୨୩ ତାରିଖ ୨୦୨୫ ମସିହା (ମଙ୍ଗଳବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
ଆଶ୍ୱିନମାସ- ଶୁକ୍ଳ
ତିଥି- ଦ୍ଵିତୀୟା ରାତ୍ରି ଘ୦୪/୨୭ ଗତେ ତୃତୀୟା
ନକ୍ଷତ୍ର- ହସ୍ତା ଫା ଦିବା ଘ୦୨/୦୮ ଗତେ ଚିତ୍ରା
ଚନ୍ଦ୍ର- କନ୍ୟା ରାତ୍ରି ଘ୦୩/୨୨ ଗତେ ତୁଳା
ଯୋଗ- ବ୍ରହ୍ମ
କରଣ – ବାଳବ
ସୌରମାସ- କନ୍ୟା ୦୭ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୨୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୦/୧୩
*✧═════•❁❀
ଯୋଗିନୀ ଉତ୍ତରେ ରାତ୍ରି ଘ୦୪/୨୭ ଗତେ ଅଗ୍ନିକୋଣେ
ବୃଷ ରାଶିର ଘାତଚନ୍ଦ୍ର
ମକର ରାଶିର ଘାତବାର
ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ ୦୧/୦୭ ଗତେ ଘ ୦୨/୪୦ ମଧ୍ୟେ
ବାରବେଳା- ଦିବା ଘ ୦୭/୧୦ ଗତେ ଘ ୦୮/୪୨ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୬/୨୮ ମଧ୍ୟେ ଓ ଘ ୦୮/୪୩ ଗତେ ଘ୧୧/୧୬ ମଧ୍ୟେ ଓ ରାତ୍ରି ଘ ୦୮/୦୬ ଗତେ ଘ୦୮/୫୪ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ ୦୬/୦୫ ଗତେ ଘ୦୮/୦୪ ମଧ୍ୟେ
═✧══•❁❀❁•═*════✧
ଅଦ୍ୟ ବୋଇତିକଖାରୁ ଭକ୍ଷଣ ନିଷେଧ
═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି।
✧═════•❁❀❁•═════
ବୃଷ
ରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। କିନ୍ତୁ ମନୋରଞ୍ଜନ ପ୍ରୀତିପ୍ରଦ ହେବ ନାହିଁ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା,ଏଜେନ୍ସିରେ ସମସ୍ୟା ଦୂର ହେବ।
✧═════•❁❀❁•═════
ମିଥୁନ
*ଆଜି ଅଧିକ ବ୍ୟୟ ହେବ । ଯାହା ଖୋଜୁଥିବେ ତାହା ପାଇବେ ନାହିଁ, ବରଂ ଖର୍ଚ୍ଚାନ୍ତ ହେବେ। ଆନୁଷ୍ଠାନିକ କାମରେ, ବ୍ୟବସାୟିକ ସ୍ଥିତିରେ, ସଭା ସମିତିରେ ସୁବିଧା ଓ ସୁଯୋଗ ଲାଭ କରିବେ। ସାଧାରଣ କଥାରେ ଯୁକ୍ତି ତର୍କ କରି କଳହକୁ ନିମନ୍ତ୍ରଣ କରିପାରନ୍ତି। ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
✧═════•❁❀❁•═════
କର୍କଟ
ଆଜି ପାପଗ୍ରହମଧ୍ୟସ୍ଥ ରାଶ୍ୟାଧିପ ହେତୁ ସାମାନ୍ୟ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ସୁଯୋଗ ହରାଇବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ। ବହୁତ ଦିନରୁ ରହି ଆସିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କେତେକ ଘରୋଇ କାରଣକୁ ନେଇ ଅଶାନ୍ତ ରହିବେ।
✧═════•❁❀❁•═════*
ସି˚ହ
ଆଜି କୌଣସି ସ୍ଥାନକୁ ଯିବା ସମୟରେ ନିଜ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ଗୁରୁକ୍ଷେତ୍ରସ୍ଥ ମଙ୍ଗଳଙ୍କ ଯୋଗୁ ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବ। ଚାକିରି କ୍ଷେତ୍ରରେ ବହୁତ ଦିନରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ଅଫିସରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
✧═════•❁❀❁•═════
କନ୍ୟା
ଆଜି କର୍ମକ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକାମିରେ ପଡ଼ିବେ। ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଷ୍ଟେସନାରି ଜିନିଷ, ଧାତୁ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଯାତ୍ରା ଓ ପରିବହନ ପାଇଁ ଦିନଟି ଭଲ।
✧═════•❁❀❁•═════
ତୁଳା
ଆଜି ଖରାପ୍ ଗ୍ରହଙ୍କ ପ୍ରଭାବରେ ଘରେ ସାଧାରଣ କଥାରେ ଝଗଡ଼ା ହେବାର ସମ୍ଭାବନା ରହିଛି। ଯାନବାହନରେ ସତର୍କ ରହିବା ଭଲ ହେବ। କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ। ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।
✧═════•❁❀❁•═════ଛା
ଆଜି ଅଯଥା ଗୁଡ଼ାଏ ଚିନ୍ତା ମନକୁ ନ ଆଣି ନିଜ କାମରେ ମନଦେବା ଭଲ ହେବ। ଜ୍ୟେଷ୍ଠା ନକ୍ଷତ୍ର ଅନ୍ୟମାନଙ୍କ ବିଷୟ ଚିନ୍ତାକରି ନିଜ ପ୍ରତି ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରିଥିବା ଅନୁଯାୟୀ ବନ୍ଧୁଙ୍କଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାରେ ସମର୍ଥ ହେବେ।
═════•❁❀❁•═════
ଧନୁ
ଆଜି ପାପଯୁକ୍ତ ଗୁରୁ ଜନିତ ସ୍ବାସ୍ଥ୍ୟ ସମସ୍ୟା ଲାଗିରହୁଥିବାରୁ କୌଣସି କାମ ଉତ୍ସାହଜନକ ହୋଇ ନ ପାରେ। ସମସ୍ୟାର ସରଳ ସମାଧାନ ହୋଇ ଉନ୍ନତି ପରିଲକ୍ଷିତ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇବେ। ଗୃହ, ଜମିଜମା, ପ୍ଲଟ କାରବାର, ଏଜେନ୍ସିପ୍ ସମ୍ପର୍କୀୟ ଚିନ୍ତା କରିପାରନ୍ତି।
✧═════•❁❀❁•═════
ମକର
*ଆଜି ସ୍ବନକ୍ଷତ୍ରସ୍ଥ ଉଚ୍ଚାଂଶରେ ଓ ପାପଗ୍ରହ ମଧ୍ୟସ୍ଥ ହେତୁ ଅସ୍ଥିରତା ଲାଗିରହିବ। ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସମ୍ଭାବନା ରହିଛି। ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ଅଧ୍ୟୟନ ଓ ଅଧ୍ୟାପନାରୁ ଉପକୃତ ହେବେ। ପ୍ରିୟ ବନ୍ଧୁ ମାନଙ୍କଠାରୁ ଆଦର ଅଭ୍ୟର୍ଥନା ମିଳିବ।
═════•❁❀❁•═════
କୁମ୍ଭ
ଆଜି ପୂର୍ବପରି ସବୁ କିଛି ଠିକ୍ ଥିଲେ ମଧ୍ୟ ମନରେ ସରସତା ରହିବ ନାହିଁ। ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନ ପ୍ରକାର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। କାର୍ଯ୍ୟସିଦ୍ଧି ମନରେ ପ୍ରଫୁଲ୍ଲତା ଆଣିପାରେ।
✧═════•❁❀❁•═════
ମୀନ
ଆଜି ଭାଗ୍ୟସ୍ଥାନ ପ୍ରତି ଶୁଭ ଗ୍ରହଙ୍କ ଦୃଷ୍ଟି ଯୋଗୁ ସମସ୍ତ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ନୂତନ ଯୋଜନା କରିବାରେ ମନ ଦେବେ। ନିକଟ ସମ୍ପର୍କୀୟମାନେ କ୍ରମଶଃ ନିକଟତର ହୋଇପାରନ୍ତି। ବାଦବିବାଦରେ ଆପୋସ ସମାଧାନ ଘଟିବ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ।










