ହାତୀର ଦାନ୍ତ ଅଛି ମାତ୍ର ଖାଦ୍ୟ ଖାଇବାରେ ସେ ଦାନ୍ତ କାମ ଦିଏ ନାହିଁ । ବାହାରେ ଭଲ ଭିତରେ ଖରାପ ହୋଇପାରେ । ଯେଉଁମାନେ ଉପରେ ଉପରେ ସହାନୁଭୂତି ଦେଖାନ୍ତି ଭିତରେ ଚେର କାଟନ୍ତି, ସେମାନଙ୍କ ଠାରୁ ଦୂରେଇ ରହିବା ଭଲ ।।
ଦୁଇଟି ଜିନିଷ ମଣିଷକୁ ଅହଂକାର କରିଦିଏ ଗୋଟିଏ ହେଲା ସୁନ୍ଦର ରୂପ ଆଉ ଗୋଟିଏ ହେଲା ଅଗଣତି ଧନ , ଭଗବାନଙ୍କୁ ଅଶେଷ ଧନ୍ୟବାଦ ମୋ ପାଖରେ ସେ ଦୁଇଟି ନାହିଁ ll
ଛତା ଦ୍ବାରା ବର୍ଷା ଠାରୁ ରକ୍ଷା ପାଇହୁଏ ନାହିଁ କିନ୍ତୁ ଛତାରେ ଛିଡା ହେବାକୁ ସାହାଯ୍ୟ କରେ ଠିକ୍ ସେମିତି ଆତ୍ମବିଶ୍ବାସ ଦ୍ବାରା ବିପଦ ଦୂର କରିହୁଏନା କିନ୍ତୁ ବିପଦ ସହିବାରେ ସକ୍ଷମ ହୁଏ ll
ସମୟ କେବେ ରୁହେନି,ଯଦି ଆଜି ତମ ସହ ଖରାପ ହୋଇଛି,ତ କାଲି ଭଲ ନିଶ୍ଚୟ ହବ,ବାସ୍ ବିନା ସ୍ବାର୍ଥ ରେ କର୍ମ କରି ଚାଲ।ଆଉ ସବୁ ଭଗବାନଙ୍କ ଉପରେ ଛାଡିଦିଅ ଦେଖିବ ସବୁ କିଛି ଠିକ୍ ହୋଇଯିବ। “ଯଦି ବି ସମୟର ଅବଧି ସମସ୍ତଙ୍କ ପାଇଁ ସମାନ ହୋଇପାରେ, ତଥାପି ମଧ୍ୟ ସମୟ ପାଖରେ ମଣିଷକୁ ସଫଳ କରିବାର କୌଣସି କୌଶଳ ନାହିଁ… କିନ୍ତୁ ହଁ,ସମୟର ସଠିକ୍ ପ୍ରୟୋଗ,ଅବଶ୍ୟ ମଣିଷକୁ ସଫଳ କରିପାରେ”
ଯଦିଓ ଗଣିତ ଜଣେ ବ୍ୟକ୍ତିକୁ ‘ଯୋଗ କରିବାର ସୁତ୍ର ଶିକ୍ଷାଦିଏ, କିନ୍ତୁ ଏହା ଶିଖାଇ ନଥାଏ ଯେ ଜୀବନ ସହିତ ସୁଖର କିପରି ସଂଯୋଗ କରାଯିବ, ତଥାପି…କୁହାଯାଏ ,ଗଣିତ ମଣିଷକୁ ଏହା ଶିଖାଇଦିଏ ଯେ ପ୍ରତ୍ୟେକ ସମସ୍ୟାର ଏକ ସମାଧାନ ନିଶ୍ଚିତ ଅଛି ||
ମନେରଖନ୍ତୁ ଯେ, ଯେପରି ପୁରୁଣା ଘରକୁ ସଂପୂର୍ଣ୍ଣ ଧ୍ୱଂସ କରିବା ପରେ ନୂଆ ନିର୍ମାଣ କରାଯାଏ,ଠିକ୍ ସେହିପରି ଏକଦମ୍ ପୁରା ଭାଙ୍ଗିପଡ଼ିବା ପରେ ମଧ୍ୟ ମଣିଷର ଜୀବନ ନୂଆ ଗଢ଼ା ଯାଇପାରେ.||
ସମୁଦ୍ରରେ ଯେତେବି ଚିନି ମିଶାନ୍ତୁ ତାହା କେବେ ମିଠା ହୋଇଯିବ ନାହିଁ….
ସେହିପରି ସ୍ବାର୍ଥପର ଲୋକଙ୍କୁ ଆପଣ ଯେତେ ଆଦର କଲେ ବି ସିଏ କେବେ ନିଜର ହୋଇଯିବ ନାହିଁ.
ଅଦ୍ୟ ଫେବୃଆରୀ ମାସ ୧୬ ତାରିଖ ୨୦୨୫ ମସିହା (ରବିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଫାଲଗୁନ ମାସ- କୃଷ୍ଣପକ୍ଷ
ତିଥି- ଚତୁର୍ଥୀ ରାତ୍ର ଘ୦୨/୨୦ ଗତେ ପଞ୍ଚମୀ
ନକ୍ଷତ୍ର- ହସ୍ତା ରାତ୍ର ଘ୦୫/୧୭ ଗତେ ଚିତ୍ରା
ଚନ୍ଦ୍ର – କନ୍ୟା
ଯୋଗ- ଧୃତି
କରଣ – ବବ
ସୌରମାସ- କୁମ୍ଭ ୦୫ ଦିନ ✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୧୯/୩୪
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/୩୩
*✧═════•❁❀
ଯୋଗିନୀ ନୈରୁତେ ରାତ୍ରି ଘ୦୨/୧୯ ଗତେ ଦକ୍ଷିଣେ
ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବୃଷ ରାଶିର ଘାତଚନ୍ଦ୍ର
ମେଷ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୧୦/୩୩ ଗତେ ଘ୦୧/୨୭ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୫ ଗତେ ଘ୧୦/୧୮ ମଧ୍ୟେ ଓ ଘ୦୭/୨୦ଗତେ ଘ ୦୮/୫୭ ମଧ୍ୟ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୦୪ ମଧ୍ୟେ ଓ ଘ୦୧/୩୦ଗତେ ଘ ୦୨/୧୮ମଧ୍ୟ
═✧*══•❁❀❁•═════✧
ଅଦ୍ୟ ମୂଳା ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ-ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ର କୃତକାର୍ଯ୍ୟ ହେବେ। ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ।
✧═════•❁❀❁•═════
ବୃଷ- ହସଖୁସିରେ ସମୟ ବିତାଇବେ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ।
✧═════•❁❀❁•═════
ମିଥୁନ-ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀ ମାନେ ପ୍ରଚୁର ଲାଭ କରିବେ। ନୂଆ ନିଯୁକ୍ତି ଯୋଗ ଅଛି। ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ମାଲିମୋକଦ୍ଦମା କୃତକାର୍ଯ୍ୟ ହେବେ।*
✧═════•❁❀❁•═════
କର୍କଟ -ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ।*
✧═════•❁❀❁•═════
ସିଂହ -ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ରୋଜଗାର ସମସ୍ୟା ସୁଧୁରି ଯିବ। ଧନ ଲାଭ ହେବାରୁ ମନ ଖୁସି ରହିବ। କାର୍ଯ୍ୟ ପୁରଣରେ ବିଳମ୍ବ ହେବ। ସମୟ ଗୁଡିକ ହସ ଖୁସିରେ ବିତିବ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ।*
✧═════•❁❀❁•═════
କନ୍ୟା -ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ। ମହିଳାମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ।
✧═════•❁❀❁•═════
ତୁଳା- ଅଚାନକ ଧନପ୍ରାପ୍ତି ହେବ। ଦୂରଯାତ୍ରାରେ ସଫଳ ହେବେ। କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ। ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ।
═════•❁❀❁•═════
ବିଛା-ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ସଂଘର୍ଷ ଦ୍ଵାରା ସଫଳତା ମିଳିବ। ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ନିଜ ଲୋକ ମନମୋଟିଆ ହେବେ। ମହିଳାମାନଙ୍କର ସନ୍ତାନଙ୍କ ଚିନ୍ତାରେ ମାନସିକ ଅସ୍ଥିରତା ବୃଦ୍ଧି ହେବ ଓ ଉଚିତପନ୍ଥା ଗ୍ରହଣ କରିବେ।*
✧═════•❁❀❁•═════
ଧନୁ -ପରିଶ୍ରମର ଆଶାଜନକ ଫଳପ୍ରାପ୍ତି ହେବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। କର୍ମ କ୍ଷେତ୍ରରେ ଉନ୍ନତି କରିପାରିବେ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ।
✧═════•❁❀❁•═════
ମକର- ଅଫିସରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ବାଣିଜ୍ୟ ଓ ପରିବହନରେ ଆଶାଜନକ ସଫଳତା ହାସଲ କରିବେ। ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିବ। ଶାରୀରିକ ସୁସ୍ଥତା ଦେଖାଦେବ।
✧═════•❁❀❁•═════
କୁମ୍ଭ -ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। କୃଷିଜିବୀମାନେ ହସଖୁସିରେ ସମୟ ବିତାଇବେ।ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ। ପ୍ରତିଯୋଗିତାରେ ବିଜୟୀ ହେବେ।*
✧═════•❁❀❁•═════
ମୀନ-ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଘଟିପାରେ। ରାଜନୈତିକ କ୍ଷେତ୍ରରେ ପୁରୁଣା ସମସ୍ୟା ସମାଧାନ କରି ବିଜୟୀ ହେବେ। ବାସଗୃହ ଓ ଯାନବାହାନ ନେଇ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ପାରିବାରିକ ସ
ମ୍ପର୍କରେ ଉନ୍ନତି ହେବ।