25.1 C
Bhubaneswar
Sunday, February 16, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ସମ୍ପର୍କର ମହଲ ପାଇବା ପାଇଁ “ଦରକାର ନୁହଁ ଧନ,ରତ୍ନ,ହୀରା,ଲୀଳା ଆଦି ଦୁର୍ଲଭ କଞ୍ଚାମାଲ”,”ଲୋଡାନାହିଁ, ବଂଶ,କୁଳ କିବା ଆଭିଜାତ୍ୟର ପ୍ରମାଣପତ୍ର”,”ଆଵଶ୍ୟକ ନାହିଁ ବର୍ଣ୍ଣ,ଲିଙ୍ଗ,ସମ୍ପ୍ରଦାୟର ସମତା”,”ଉଠିବାର ନୁହଁ ବିଶ୍ୱାସ ଅବିଶ୍ୱାସର ପ୍ରଶ୍ନ ପ୍ରାଚୀର”, କେବଳ ଆବଶ୍ୟକ ଦୁଇଟି ନିର୍ମଳ, ସ୍ୱଚ୍ଛ,ପରସ୍ପରକୁ ଜୀବନ ଦେଇ ଭଲପାଉଥିବା ବାସ୍ତବ, ନିଷ୍କଳଙ୍କ,ସରଳ ହୃଦୟ ll
ଦାନ କଲେ ପଇସା ଯାଏ,
ଲଷ୍ମୀ ନୁହେଁ ,ଘଣ୍ଟା ବନ୍ଦ କଲେ ଘଣ୍ଟା ବନ୍ଦ ହୁଏ,
ସମୟ ନୁହେଁ , ମିଛ ଲୁଚେଇଲେ ମିଛ ଲୁଚିଯାଏସତ ନୁହେଁ ll

ଘଡି ଖରାପ ହେଲେ ସୁଧାରିବାକୁ ବହୁତ ଲୋକ ମିଳିଯିବେ କିନ୍ତୁ ସମୟକୁ ବଦଳାଇବା କେବଳ ନିଜ ଦ୍ୱାରା ହିଁ ସମ୍ଭବ.. ନିଜକୁ ତୁଚ୍ଛ ମନେକର ନାହିଁ, ଆଜି ଯିଏ ଆମର ନିନ୍ଦା କରୁଛି କାଲିକି ଆମର ସିଏ ସ୍ତୁତି କରିବ। ଜୀବ ଯେପରି ଶୁଭ ବା ଅଶୁଭ କର୍ମ କରେ, ସେ ତାର ସେହିଭଳି ଫଳ ପାଇଥାଏ
ଯେତେବେଳେ ଲୋକେ ଆପଣଙ୍କ ବିରୁଦ୍ଧରେ ସମାଲୋଚନା, ନିନ୍ଦା ଓ କଟୁ କଥା କହିବା ଆରମ୍ଭ କରିଦେଲେ , ସେତେବେଳେ ଜାଣିବେ କି ଆପଣ ସେମାନଙ୍କଠୁ ଉର୍ଦ୍ଧରେ. କାହିଁକିନା ପ୍ରତ୍ୟେକ ବିଖ୍ୟାତ ବ୍ୟକ୍ତିଙ୍କୁ କେହି ନା କେହି ନିନ୍ଦା କରିଥାନ୍ତି. ହେଲେ ନିନ୍ଦା ରେ ଉତ୍ତମ ଲୋକଙ୍କର କିଛି କ୍ଷତି ହୁଏ ନାହିଁ !!”

“ସଦାସର୍ବଦା ନିଜ ମନକୁ ସ୍ଥିର ରଖିବାକୁ ଚେଷ୍ଟା କରନ୍ତୁ ଚିନ୍ତାମୁକୁ ହୋଇ ନିଜ କର୍ତ୍ତବ୍ୟକୁ ସଠିକ ଏବଂ ନିର୍ଭୁଲ ଭାବରେ ପାଳନ କରନ୍ତୁ, ଦେଖିବେ ସମସ୍ୟା ଆପେ ଆପେ ଦୂର ହୋଇଯିବ !!”*

କେହି ଦେଖନ୍ତି ନାହିଁ ଆପଣଙ୍କ ଲୁହକୁ . କେହି ଅନୁଭବ କରନ୍ତି ନାହିଁ ଆପଣଙ୍କ କଷ୍ଟକୁ କିନ୍ତୁ ଏ ଦୁନିଆରେ ସମସ୍ତେ ଦେଖନ୍ତି କେବଳ ଆପଣଙ୍କ ଭୁଲ୍ ଟିକୁ !!

“ଜୀବନ ଟା ଯଦି ଗୋଟିଏ ବହି ହୁଏ ତେବେ ସେଥିରେ ଥ‌ିବl ସବୁଠାରୁ ” ସୁନ୍ଦର ପୃଷ୍ଠା ହେଉଛି ” ଆମର ପିଲାଦିନ “, ଆଉ ଯାହା ଗୋଟିଏ ସ୍ମରଣୀୟ ଫର୍ଦ !!”

ଅଦ୍ୟ ଫେବୃଆରୀ ମାସ ୦୫ ତାରିଖ ୨୦୨୫ ମସିହା (ବୁଧବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ମାଘମାସ- ଶୁକ୍ଳପକ୍ଷ
ତିଥି- ଅଷ୍ଟମୀ ରାତ୍ରି ଘ ୧୨/୪୦ ଗତେ ନବମୀ
ନକ୍ଷତ୍ର- ଦ୍ଵିଜା ରାତ୍ରି ଘ ୦୯/୧୩ ଗତେ କୃର୍ତ୍ତିକା
ଚନ୍ଦ୍ର – ମେଷ
ଯୋଗ- ଶୁକ୍ଳ
କରଣ – ଵିଷ୍ଟି
ସୌରମାସ- ମକର ୨୩ ଦିନ ✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୪୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୭/୫୨
*✧═════•❁❀
ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୨/୪୦ ଗତେ ପୂର୍ବେ
ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମେଷ ରାଶିର ଘାତଚନ୍ଦ୍ର
କର୍କଟ ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୯/୧୦ ଗତେ ଘ୧୦/୩୪ ମଧ୍ୟେ
ବାରବେଳା – ଦିବା ଘ୧୧/୫୮ଗତେ ଘ୦୧/୨୩ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୫୮ମଧ୍ୟେ ଓ ଘ୦୧/୨୩ ଗତେ ଘ୦୨/୨୩ ମଧ୍ୟେ ଓ ରାତ୍ରି ଘ୦୬/୨୬ ଗତେ ଘ୦୮/୫୩ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଡିବା ଘ୦୪/୪୬ ଗତେ ଘ୦୫/୪୦ ମଧ୍ୟେ

═✧*══•❁❀❁•═════✧
ଅଦ୍ୟ ନଡ଼ିଆ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।*
✧═════•❁❀❁•═════
ବୃଷ
-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।*
✧═════•❁❀❁•═════
ମିଥୁନ
-ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଆର୍ଥିକ ସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି ।*
✧═════•❁❀❁•═════
କର୍କଟ
ଆଜି ଅର୍ଥ ସମ୍ପର୍କିତ ସମସ୍ୟା ସୃଷ୍ଟି ହେବ। ନିଜ ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ମନଲୋଭା କଥା କହି ପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ। କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ।*
✧═════•❁❀❁•═════
ସିଂହ
-ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ଅବଶ୍ୟ ଆତ୍ମୀୟସ୍ବଜନମାନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।*
✧═════•❁❀❁•═════
କନ୍ୟା
-ଆଜି ବାଣିଜ୍ୟ, ବ୍ୟବସାୟ, ଚେଷ୍ଟା କରୁଥିବା କାମରେ ଶୁଭଫଳ ପାଇବେ । କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାକୁ ସମୟ ପାଇବେ ନାହିଁ । ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।*

✧═════•❁❀❁•═════
ତୁଳା
-ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନା କ୍ଷେତ୍ରରେ କେତେକ ବ୍ୟତିକ୍ରମର ସୂଚନା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା,ସାହିତ୍ୟ, ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।*
✧═════•❁❀❁•═════

ବିଛା
-ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ । କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବେ। କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।*

✧═════•❁❀❁•═════
ଧନୁ
-ଆଜି ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।*
✧═════•❁❀❁•═════

ମକର
-ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବ ପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।*
✧═════•❁❀❁•═════
କୁମ୍ଭ
-ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । କର୍ମକ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।*

✧═════•❁❀❁•═════ ମୀନ
ଆଜି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଆଜି ସଭାସମିତି, ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking