28.1 C
Bhubaneswar
Sunday, February 16, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଜୀବନରେ ସଫଳ ହେବାକୁ ହେଲେ ପ୍ରଥମେ ନିଜ କାମ ପ୍ରତି ଧ୍ୟାନ ଦିଅନ୍ତୁ ,ଆଜି କାମ ବର୍ତ୍ତମାନ ସାରନ୍ତୁ ସବୁବେଳେ ଭଲ କାମ ପ୍ରତି ମନ ଦିଅନ୍ତୁ ,କମ୍ ଅଭିଯୋଗ କରନ୍ତୁ ଅଯଥା ଯୁକ୍ତି ଲଗାନ୍ତୁ ନାହଁ ,ସବୁବେଳେ ସକାରତ୍ମକ ବିଚାର ଓ ଭଲ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନା କରନ୍ତୁ ଆଉ ସବୁବେଳେ ମୁହ ହସହସ ରଖନ୍ତୁ ଦେଖିବେ କେବେ ବି ଦୁଃଖ ଆପଣଙ୍କ ପାଖ ଛୁଇଁବ ନାହି଼ ll
ସମୟର ସୀମାକୁ ନ ଦେଖି ସମୟର ଅନ୍ତରାଳରେ ଯଦି ତାହାକୁ ସଦୁପଯୋଗ କରବା ତାହେଲେ ତାହା ଆମପାଇଁ ଲାଭଦାୟୀ ଓ ସୁଖଦାୟୀ ହୋଇଥାଏ . ଅଳସୁଆ ସମୟର ସୀମାକୁ ଦେଖିଥାଏ ଓ କର୍ମଠ ବ୍ୟକ୍ତି କାମକୁ ଗୁରୁତ୍ୱ ଦେଇଥାଏ. ଅଳସୁଆର ସମୟ ଯାଏନାହିଁ ଓ କର୍ମୀ ଲୋକକୁ ସମୟ ଅଭାବ ହୋଇଥାଏ. ତେଣୁ ସମୟକୁ ସଦୁପଯୋଗ କରିବା ନିତ୍ୟାନ୍ତ ଆବଶ୍ୟକ ll

ଜୀବନ ଗୋଟିଏ ମିନିଟ୍ ରେ ବଦଳିଯାଏ ନାହିଁ କିନ୍ତୁ ଗୋଟିଏ ମିନିଟ୍ ରେ ନେଇଥିବା ନିଷ୍ପତି ଜୀବନକୁ ବଦଳେଇ ଦେଇଥାଏ । ଏଇ ତ ଜୀବନ, ଯାହାର ରକ୍ଷା ଈଶ୍ୱର କରନ୍ତି, ତାହାର କ୍ଷତି କିଏ କରିବ ? ପବନ ଯେଉଁ ଦୀପଶିଖାକୁ ସୁରକ୍ଷା ଦେବ, ତାକୁ କିଏ ଲିଭାଇ ପାରିବ
କିଛି ସମ୍ପର୍କ ମିଛ କହିଲେ ଭାଙ୍ଗେ ନାହିଁ ଓଲଟା ସତ କହିଲେ ଭାଙ୍ଗି ଯାଏ କାହିଁକି ନା ସମସ୍ତେ ମିଛର ଆଶ୍ରା ନେଇ ପାରନ୍ତି କିନ୍ତୁ ସତକୁ ସାମ୍ନା କରିବାର ଶକ୍ତି ସମସ୍ତଙ୍କ ପାଖରେ ନ ଥାଏ।
ଏହି ତିନୋଟି ଜିନିଷ ଜୀବନରେ ଆଉ କେବେ ଫେରିପାରେ ନାହିଁ। ୧.ବିତିଯାଇଥିବା ସମୟ   ୨.ମୁଖରୁ ବାହାରିଯାଇଥିବା ଶବ୍ଦ
୩.ହାତଛଡ଼ା କରିଥିବା ସୁଯୋଗ
ଏଣୁ ଆମେ ସମୟ,ଶବ୍ଦ ଏବଂ ସୁଯୋଗର ସଦୁପଯୋଗ କରିବା
ଏ ଦୁନିଆଁରେ ସମସ୍ତେ ସମସ୍ତଙ୍କ ଜାଗାରେ ଠିକ୍ ଅଛନ୍ତି।କିଏ କାହାକୁ ଦୁଃଖ ଦେଇ ଖୁସିରେ ଅଛି ତ ଆଉ କିଏ କାହାକୁ ଖୁସିରେ ଦେଖିବା ପାଇଁ ନିଜେ ଦୁଃଖରେ ଅଛି।

ଅଦ୍ୟ ଜାନୁଆରୀ ମାସ ୨୦ ତାରିଖ ୨୦୨୫ ମସିହା (ସୋମବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ମାଘମାସ- କୃଷ୍ଣପକ୍ଷ
ତିଥି- ଷଷ୍ଠୀ ଦିବା ଘ୦୯/୫୪ ଗତେ ସପ୍ତମୀ
ନକ୍ଷତ୍ର- ହସ୍ତା ରାତ୍ରି ଘ୦୯/୦୭ ଗତେ ଚିତ୍ରା
ଚନ୍ଦ୍ର -କନ୍ୟା
ଯୋଗ- ଶୁକର୍ମା
କରଣ – ବାଣିଜ୍ୟ
ସୌରମାସ- ମକର ୦୭ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୪୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୮/୧୭
*✧═════•❁❀
ଯୋଗିନୀ ପଶ୍ଚିମେ ଦିବା ଘ୦୯/୫୪ ଗତେ ବାୟବ୍ୟେ
ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବୃଷ ରାଶି ର ଘାତଚନ୍ଦ୍ର
ମିଥୁନ ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ ୦୭/୪୮ ଗତେ ଘ୦୯/୧୨ ମଧ୍ୟେ
ବାରବେଳା – ଦିବା ଘ ୦୨/୪୫ ଗତେ ଘ୦୪/୦୮ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୧୧/୧୫ଗତେ ଘ୦୧/୪୦ ମଧ୍ୟେ ଓ ରାତ୍ରି ଘ୦୬/୧୮ ଗତେ ଘ୦୮/୪୨ ମଧ୍ୟେ ଓ ଘ୧୧/୦୮ ଗତେ ଘ୦୨/୨୮ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ତାଳ ଭକ୍ଷଣ ନିଷେଧ

✧═════•❁❀❁•════
ଆଜିର ରାଶିଫଳ
✧═════•❁❀❁•═════ମେଷ:
ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।*
✧═════•❁❀❁•═════
ବୃଷ:
ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।*
✧═════•❁❀❁•═════
ମିଥୁନ:
ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।*
✧═════•❁❀❁•═════
କର୍କଟ:
ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।*
✧═════•❁❀❁•═════
ସି˚ହ:
ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।*
✧═════•❁❀❁•═════
କନ୍ୟା:
ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।*
✧═════•❁❀❁•═════
ତୁଳା:
ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।*
✧═════•❁❀❁•═════
ବିଛା:
ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।*
✧═════•❁❀❁•═════
ଧନୁ:
ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।*
✧═════•❁❀❁•═════
ମକର:
ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ* ।
✧═════•❁❀❁•═════
କୁମ୍ଭ:
ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।*
✧═════•❁❀❁•═════
ମୀନ:
ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking