30.1 C
Bhubaneswar
Sunday, May 11, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଆମେମାନେ ଯଦି ଆମର ଦୈନଦିନ ଜୀବନରେ ରିତିନୀତି ସହ ଚଳିବା ତାହେଲେ ଆମ ଜୀବନରେ ସୁଖ ଓ ଶାନ୍ତି ଅକ୍ଷୁର୍ଣ୍ଣ ହୋଇ ରହିବ କିନ୍ତୁ ଆମେ ଆମର ଜୀବନରେ ପ୍ରତ୍ୟେକଟି କ୍ଷଣକୁ ରଣନୀତିରେ ଉପଯୋଗ କରି ଚାଲୁଛେ ସେଥିପାଇଁ ଆମେ ଦୁଃଖି ହେଉଛେ । ରିତିନୀତି ସଂସାରରେ ଓ ରଣନୀତି ଯୁଧ୍ୟକ୍ଷେତ୍ରରେ ଉପଯୋଗ କରିବା କଥା କିନ୍ତୁ ଆଜିର ସମାଜ ଅହଂକାରର ବଶବର୍ତ୍ତୀ ହୋଇ ପ୍ରତ୍ୟେକଟି କ୍ଷଣ ଜିତିବାପାଇଁ ରଣନୀତିର ଉପଯୋଗ କରି ଦୁଃଖ ଓ ଅଶାନ୍ତିକୁ ନିଜପାଖକୁ ଟାଣି ଆଣୁଛି ତେଣୁ ଆଜିର ଏହି ପବିତ୍ର ରଥଯାତ୍ରା ଦିବସରେ ଦୃଢ଼ ସଂକଳ୍ପ ନେଇ ଆମେ ଦୈନଦିନ ଜୀବନରେ ରିତିନୀତି ସହ ଚଳି ଜୀବନରେ ସୁଖ ଓ ଶାନ୍ତି ଅକ୍ଷୁର୍ଣ୍ଣ ରଖିବାର ପ୍ରୟାସ ଜାରି ରଖିବା । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣମାନଙ୍କର ଦିନଟି ଖୁବ୍ ସୁନ୍ଦର ଭାବରେ ଅତିବାହିତ ହେଉ ଏତିକି ହିଁ ପ୍ରାର୍ଥନା।

ଅଦ୍ଯ ମିଥୁନ ଦି୯ନ,ପଞ୍ଚମୀ ଦ୩୬।୫୬ ରାଘ୭।୫୮,ମଘା ଦ୬୦ ନିଶାନ୍ତ,ସିଂହ ଚନ୍ଦ୍ର ଦ୨୦ ନିଶାନ୍ତ।

ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ମିଥୁନ ୦୧/୧୫/୪୦ ଇଂଘ୫/୧୨/୨୬ ଗତେ ଉଦୟ।
ଧନୁ ୦୧/୧୫/୪୮ ଇଂଘ ୬/୨୩/୫୦ ଗତେ ଅସ୍ତ ।

ଯୋଗିନୀ ଦକ୍ଷିଣେ । ରାତ୍ରି ଘ୭।୫୮ ଗତେ ପଶ୍ଚିମେ ।ଯାତ୍ରା ଶୁଭ | ଅଦ୍ୟ ଦେବତାଗଠନ, ନୌକାଗଠନ ଓ ଚାଳନ, ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ,ବୃକ୍ଷରୋପଣ,ଜଳାଶୟାରମ୍ଭ । ଅଦ୍ୟ ବିବାହ ଓ ପାଣିଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । କର୍କଟ ଓ ମକର ରାଶିର ଘାତଚନ୍ଦ୍ର । ବିଛା ଧନୁ ଓ ମୀନ ରାଶିମାନଙ୍କର ଘାତବାର । ଦିବା ଘ୮।୩୦ ଗତେ ଘ୧୧।୪୮ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୯।୬ ଗତେ ଘ୧୦।୨୭ ମଧ୍ୟେ କାଳରାତ୍ରି । ପ୍ରଥମ ରଜୋଦର୍ଶନେ ପାଞ୍ଚମାସ ଗଣ୍ଡଦୋଷ । ସ୍ବର୍ଣ୍ଣ ଓ ପୀତ ବସ୍ତ୍ର ଦାନ । ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶ୍ରୀଫଳ(ବେଲ) ରାତ୍ରି ଘ୭।୫୮ ଗତେ ନିମ୍ବ ଭକ୍ଷଣ ନିଷେଧ । ଅଦ୍ୟ ମଘା ପଞ୍ଚମୀ ସ୍ନାନ ।

(ଅମୃତ) – ଦିବା ଘ୧୧।୩୭ ଗତେ ଘ୨।୧ ମଧ୍ୟେ ରାତ୍ରି ଘ୮।୪୯ ମଧ୍ୟେ ଘ୧।୩୬ ଗତେ ଘ୪।୧ ମଧ୍ୟେ ଘ୪।୪୯ ଗତେ ଘ୫।୧୩ ମଧ୍ୟେ । (ମାହେନ୍ଦ୍ର) -ଦିବା ଘ୬।୧ ଗତେ ଘ୬।୪୯ ମଧ୍ୟେ ଘ୯।୧୩ ଗତେ ଘ୧୦।୧ ମଧ୍ୟେ ।
ମେଷ: ଆଜି ଆପଣଙ୍କର ଇଚ୍ଛା ପୂରଣ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ।

ବୃଷ: ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ। ଜମିରେ ପୁଞ୍ଜି ନିବେଶ ଲାଗି ଦିନଟି ଭଲ। ପିଲାମାନେ ଆପଣଙ୍କ ବ୍ୟବସାୟରେ ସହଯୋଗ କରିବେ।

ମିଥୁନ: ବହୁ ଦିନର ସ୍ବପ୍ନ ସାକାର ହେବ। ପ୍ରସାଧନ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀଙ୍କୁ ଲାଭ ମିଳିବ। ପ୍ରେମ ସମ୍ପର୍କ ଆହୁରି ଘନିଷ୍ଠ ହେବ।

କର୍କଟ: ଲୁଗା ବ୍ୟବସାୟୀ ସତର୍କ ରୁହନ୍ତୁ। ଇଂଜିନିୟରମାନଙ୍କ ଲାଗି ଦିନଟି ଲାଭପ୍ରଦ। ପିଲାମାନଙ୍କ କ୍ୟାରିୟର ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।

ସିଂହ: ନୂଆ କାମରେ ରୁଚି ବଢ଼ିବ। ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ମିଳିପାରେ। ଛାତ୍ରଛାତ୍ରୀଙ୍କୁ କୌଣସି ଭଲ ଖବର ମିଳିବ।

କନ୍ୟା: ପ୍ରୋତ୍ସାହିତ କରୁଥିବା ଲୋକଙ୍କ ସହ ସମୟ ଅତିବାହିତ କରନ୍ତୁ। ଅଫିସ୍‌ରେ ଅଧିକ ସମୟ କାମ କରିବାକୁ ପଡ଼ିପାରେ। ଦାମ୍ପତ୍ୟ ସମ୍ପର୍କ ମଧୁର ହେବ।

ତୁଳା: ପୁରୁଣା ସମସ୍ୟା ଦୂର ହେବ। କିଛି ଭଲ ଖବର ମିଳିପାରେ। ରାଜନୀତିରେ ଥିବା ଲୋକେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ବିଛା: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ରୋଜଗାର ଖୋଜୁଥିବା ଯୁବକଙ୍କୁ ଉପାର୍ଜନ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।

ଧନୁ: ଅଧିକ ସମୟ ପୂଜାପାଠରେ ବିତିବ। ପଡ଼ୋଶୀ ତିକ୍ତତା ଭୁଲି ବନ୍ଧୁତା ବଢ଼ାଇବେ। ପୂର୍ବରୁ କିଣିଥିବା ଜମି ଭଲ ଦାମରେ ବିକିପାରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ।

ମକର: ଚ୍ୟାଲେଞ୍ଜକୁ ଦୃଢ଼ ଭାବେ ମୁକାବିଲା କରନ୍ତୁ। ଚାକିରିରେ କିଛି ପରିବର୍ତ୍ତନ ଆସିପାରେ କିମ୍ବା ବଦଳି ହୋଇପାରେ। ବେପାରରେ ଲାଭ ହେବ।

କୁମ୍ଭ: କାମରେ ସଫଳତା ମିଳିବ। ଅନ୍ୟମାନଙ୍କ କାମରେ ମତାମତ ଦେବାରୁ ନିବୃତ୍ତ ରୁହନ୍ତୁ। ଘରକୁ କୌଣସି ନୂଆ ବନ୍ଧୁ ଆସିପାରନ୍ତି। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ମୀନ: କୌଣସି ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ପାରିବାରିକ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଉପାର୍ଜନ ଲାଗି ଭଲ ସୁଯୋଗ ପାଇବେ। ମହିଳାଙ୍କ ଲାଗି ଦିନଟି ଭଲ।.

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking