36.1 C
Bhubaneswar
Saturday, May 18, 2024
Homeଓଡିଶା5t ସଚିବଙ୍କ ଜଳେଶ୍ଵର ଗସ୍ତ ପୂର୍ବରୁ ପୋଲିସର ନଜର ବନ୍ଦିରେ କଂଗ୍ରେସ ନେତା ସୁଦର୍ଶନ ଦାସ

5t ସଚିବଙ୍କ ଜଳେଶ୍ଵର ଗସ୍ତ ପୂର୍ବରୁ ପୋଲିସର ନଜର ବନ୍ଦିରେ କଂଗ୍ରେସ ନେତା ସୁଦର୍ଶନ ଦାସ

ଜଳେଶ୍ଵର: 5t ସଚିବଙ୍କ ଜଳେଶ୍ଵର ଗସ୍ତ ପୂର୍ବରୁ ପୋଲିସ ର ନଜର ବନ୍ଦିରେ କଂଗ୍ରେସ ନେତା ସୁଦର୍ଶନ ଦାସ l ଅପରାହ୍ନ ୪ ଟା ପାଖରୁ ଜଳେଶ୍ଵର ର ନୁଅବଜlର ସ୍ଥିତ ତାଙ୍କ ବାସସ୍ଥାନ ରେ ପୋଲିସ ଜଗିରହିଛି l ପୋଲିସ ଏସ ଡି ପି ଓ ଶ୍ରୀ ଦିଲ୍ଲୀପ ସାହୁ, ଜଳେଶ୍ୱର ଥାନା ଅଧିକାରୀ ରୋଜlଲିନୀ ବେହେରା ଙ୍କ ସହିତ ଅନେକ ପୋଲିସ ଅଧିକାରୀ ଶ୍ରୀ ଦାସ ଙ୍କୁ ବସ୍ତୁତ୍ଵ ନଜର ବନ୍ଦୀ ରେ ରଖିଛନ୍ତି l ପ୍ରକାଶ ଥାଉ କି ଆସନ୍ତାକାଲି 5t ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ରେ କଂଗ୍ରେସ ପକ୍ଷରୁ ଆସନ୍ତାକାଲି ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ଆୟୋଜିତ କରିବାର କାର୍ଯ୍ୟକ୍ରମ ରହିଛି l

ଆମ୍ୱଲିଅଠା ବାଇପାସ ଠାରୁ ନୁଅବଜlର ଛକ ପର୍ଯ୍ୟନ୍ତ ଏହି ମାନବ ଶୃଙ୍ଖଳ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ କଂଗ୍ରେସ ଘୋଷଣା କରିଛି l ସଚିବ କେଉଁ ବୈଧାନିକ ପଦବୀ ରେ ଜଳେଶ୍ଵର ଆସୁଛନ୍ତି ବୋଲି ପ୍ରଶ୍ନ କରିବା ସହିତ ସେ ମନ୍ତ୍ରୀଙ୍କ ତଳେ ନା ମନ୍ତ୍ରୀ ତାଙ୍କ ତଳେ ବୋଲି କଂଗ୍ରେସ ନେତା ଶ୍ରୀ ଦାସ ଆଗରୁ ପ୍ରଶ୍ନ କରିଥିଲେ l କଂଗ୍ରେସ ର ଏହି ପ୍ରତିବାଦ କୁ ଭଣ୍ଡୁର କରିବା ପାଇଁ ପୋଲିସ ଆଜି ଶ୍ରୀ ଦାସ ଙ୍କୁ ନଜର ବନ୍ଦୀ ରେ ରଖି ଛନ୍ତି l ଅନୁରୂପ ଭାବରେ ବ୍ଲକ କଂଗ୍ରେସ ସଭାପତି ରାଜୀବ ପରିଡ଼ା, ଟାଉନ କଂଗ୍ରେସ ସଭାପତି ଶ୍ରୀ ଗିରିଜା ଶଙ୍କର ଦାସ, କିଶନ କଂଗ୍ରେସ ସଭାପତି ଶ୍ରୀ ସୁଦାମ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ହେମନ୍ତ ଗିରି, ପଦ୍ମଲୋଚନ ବେହେରା, ଗୋପାଳ କୃଷ୍ଣ ଜେନା ପ୍ରମୁଖ ଙ୍କୁ ମଧ୍ୟ ପୋଲିସ ପ୍ରତିଷେଧକ ଭାବେ ଗିରିଫ କରିବାର ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking