33.1 C
Bhubaneswar
Saturday, October 5, 2024
Homeଓଡିଶାଏୟାର ହୋଷ୍ଟେସଙ୍କୁ ଅସଦାଚରଣ, ଯାତ୍ରୀ ଗିରଫ

ଏୟାର ହୋଷ୍ଟେସଙ୍କୁ ଅସଦାଚରଣ, ଯାତ୍ରୀ ଗିରଫ

ବେଙ୍ଗାଲୁରୁ: ଗୋଆ ଅଭିମୁଖେ ଯାତ୍ରା କରୁଥିବା ଏୟାର ଏସିଆ ବିମାନର କର୍ମଚାରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ବେଙ୍ଗାଲୁରୁ ଏୟାରପୋର୍ଟ ସୁରକ୍ଷାକର୍ମୀ ଜଣେ ବିମାନଯାତ୍ରୀଙ୍କୁ ଗିରଫ କରିଥିବା ଜଣାପଡିଛି । ବିମାନଟି ଉଡାଣ ଆରମ୍ଭ କରିବା ପୂର୍ବରୁ ୪୦ ବର୍ଷୀୟ ଅନିଲ କୁମାର ନାମକ ଏହି ଯାତ୍ରୀଜଣକ ଜଣେ ଏୟାର ହୋଷ୍ଟେସଙ୍କ ହାତକୁ ଜବରଦସ୍ତ ଧରିପକାଇ ସହଯାତ୍ରୀଙ୍କୁ କହିଥିଲେ ଯେ ସଂପୃକ୍ତ ଏୟାର ହୋଷ୍ଟେସ ହେଉଛନ୍ତି ତାଙ୍କର ଅନ୍ତରଙ୍ଗ ବାନ୍ଧବୀ ।

ସହଯାତ୍ରୀମାନେ ଏଥିରେ ହସିଥିବାବେଳେ ଏୟାର ହୋଷ୍ଟେସ ଜଣକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । ଏହା ଜଣାପଡିବାପରେ ପାଇଲଟ୍‌ଙ୍କ ନିର୍ଦ୍ଦେଶକ୍ରମେ ଅନିଲଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇ ପୁଲିସକୁ ହସ୍ତାନ୍ତର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking