ବେଙ୍ଗାଲୁର: ବେଙ୍ଗାଲୁରୁ ସହରରେ ଥିବା ଏକ ଆପାର୍ଟମେଣ୍ଟର ଚତୁର୍ଥ ମହଲା ବାଲକୋନିରୁ ଖସିପଡି ଜଣେ ୨୮ ବର୍ଷୀୟା ଏୟାର ହୋଷ୍ଟେସ ପ୍ରାଣ ହରାଇଛନ୍ତି । ପୁଲିସ ଏହି ଘଟଣାରେ ମୃତକଙ୍କ ପ୍ରେମିକଙ୍କୁ ଗିରଫ କରିଥିବାବେଳେ ଏକ ହତ୍ୟା ମାମଲା ମଧ୍ୟ ରୁଜୁ କରିଛି । ଅର୍ଚ୍ଚନା ଧିମାନ ନାମ୍ନୀ ଏହି ଯୁବତୀ ତାଙ୍କର ପ୍ରେମିକ ଆଦେଶଙ୍କ ସହ କରମଙ୍ଗଳାସ୍ଥିତ ରେଣୁକା ସୋସାଇଟିରେ ଲିଭ୍-ଇନ୍ ରିଲେସନ୍ସିପ୍ରେ ବାସ କରୁଥିଲେ ।
ଆଦେଶ ଜଣେ ସଫ୍ଟୱେୟାର ଇଞ୍ଜିନିୟରଭାବେ କାର୍ଯ୍ୟରତ ଥିବାବେଳେ ଏକ ଡେଟିଙ୍ଗ୍ ସାଇଟ୍ ମାଧ୍ୟମରେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ସ୍ଥାପିତ ହୋଇଥିଲା । ଉଭୟଙ୍କ ମଧ୍ୟରେ ପ୍ରାୟତଃ ଝଗଡା ହେଉଥିଲା ବୋଲି ପଡୋଶୀମାନେ ପୁଲିସକୁ ବୟାନ ଦେଇଛନ୍ତି।