ଭରତପୁର: ଶନିବାର ସକାଳେ ଭାରତପୁର ଜିଲ୍ଲାର ଉଚେନ ଅଞ୍ଚଳରେ ଭାରତୀୟ ବାୟୁସେନାର ଏକ ମିଗ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିଲା। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବାୟୁସେନା ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ବିମାନ ଉତ୍ତରପ୍ରଦେଶର ଆଗ୍ରା ବାୟୁସେନା ଷ୍ଟେସନରୁ ଉଡାଣ ଆରମଭ କରିଥିଲା। ବର୍ତ୍ତମାନ ବାୟୁସେନା ଦୁର୍ଘଟଣାର କାରଣ ଅନୁସନ୍ଧାନ କରୁଛି।
ପ୍ରତିରକ୍ଷାପିଆରଓ କର୍ଣ୍ଣେଲ ଅମିତାଭ ଶର୍ମା କହିଛନ୍ତି, ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିଛି। କେଉଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ଅନୁସନ୍ଧାନ କରାଯାଉଛି। ନାଗଲା ବିଜାର ଗ୍ରାମବାସୀ କହିଛନ୍ତି ଯେ ଶନିବାର ସକାଳ ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ହଠାତ୍ ଆକାଶରେ ଉଡ଼ୁଥିବା ଏକ ଯୁଦ୍ଧ ବିମାନ ବାହାରେ ଥିବା ଗାଁ କ୍ଷେତରେ ପଡ଼ିଯାଇଥିଲା। ବିମାନ ଦୁର୍ଘଟଣାର ଶବ୍ଦରେ ପୁରା ଗାଁ ଥରି ଉଠିଥିଲା।ଗାଁର ଶତାଧିକ ଲୋକ ଘଟଣାସ୍ଥଳରେ ଏକାଠି ହୋଇଥିଲେ। ବିମାନର ଖଣ୍ଡଗୁଡ଼ିକ ଗାଁ ବାହାରେ ସବୁଆଡେ ବିଛାଡି ହୋଇଯାଇଥିଲା।
ସୂଚନା ପାଇବା ପରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଁଞ୍ଚିଯାଇଛି। ଗାଁ ଲୋକଙ୍କ କହିବା ଅନୁସାରେ, ଦୁର୍ଘଟଣା ବେଳେ ପାଇଲଟ୍ କିମ୍ବା ଅନ୍ୟ କେହି ଆହତ ହୋଇନାହାନ୍ତି। କୁହାଯାଉଛି ଯେ, ଦୁର୍ଘଟଣା ପୂର୍ବରୁ ପାଇଲଟ୍, ବିମାନରୁ ସୁରକ୍ଷିତ ଭାବରେ ବାହାରି ଯାଇଥିଲେ।
#WATCH | Rajasthan, Bharatpur | Wreckage of jet seen. Earlier report as confirmed by Bharatpur District Collector Alok Ranjan said charter jet, however, defence sources confirm IAF jets have crashed in the vicinity. Therefore, more details awaited. pic.twitter.com/005oPmUp6Z
— ANI (@ANI) January 28, 2023