35.1 C
Bhubaneswar
Sunday, May 19, 2024
Homeତ୍ରିପୁରା ବିଧାନସଭା ନିର୍ବାଚନତ୍ରିପୁରା ବିଧାନସଭା ନିର୍ବାଚନ; ପୂର୍ବତନ ଟିଏମ୍‌ସି ମୁଖ୍ୟ ବିଜେପିରେ ସାମିଲ

ତ୍ରିପୁରା ବିଧାନସଭା ନିର୍ବାଚନ; ପୂର୍ବତନ ଟିଏମ୍‌ସି ମୁଖ୍ୟ ବିଜେପିରେ ସାମିଲ

ନୂଆଦିଲ୍ଲୀ:  ତ୍ରିପୁରା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଟିଏମ୍‌ସିକୁ ଝଟ୍‌କା ଲାଗିଛି । ପୂର୍ବତନ ପ୍ରଦେଶ ମୁଖ୍ୟ ସୁବଳ ଭୌମିକ ଏବଂ ରାଜ୍ୟର ସିପିଏମ୍ ନେତା ମୋବୋଶର୍ ଅଲୀ ଶୁକ୍ରବାର ତ୍ରିପୁରା ମୁଖ୍ୟମନ୍ତ୍ରୀ ମାନିକ୍ ସାହାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ଏହା ପରେ ସାହା କହିଛନ୍ତି, ଏହି ଦୁଇ ନେତାଙ୍କ ସାମିଲ ହେବା ‘ଳରେ ରାଜ୍ୟରେ ବିଜେପି ଆହୁରି ଶକ୍ତିଶାଳୀ ହୋଇଛି । ରାଜ୍ୟରେ ବିଜେପି ପୁଣିଥରେ ସରକାର ଗଠନ କରିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକାକୁ ଚୂଡ଼ାନ୍ତ ରୂପ ନେବା ପାଇଁ ଗୁରୁବାର ବିଜେପିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ୍ ସାହା, ବିଜେପି ପ୍ରଦେଶ ପ୍ରଭାରୀ ମହେଶ ଶର୍ମା ଏବଂ ରାଜ୍ୟସଭା ସାଂସଦ ବିପ୍ଳବ ଦେବ ମଧ୍ୟ ଉପସ୍ଥିତ ଥିଲେ । ଆଜି ଏହି ତାଲିକାକୁ ପାର୍ଟି କେନ୍ଦ୍ରୀୟ ନିର୍ବାଚନ କମିଶନ ଅନ୍ତିମ ରୂପ ଦେଇପାରେ । ସୂଚନାଯୋଗ୍ୟ, ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନ େ‘ବୃଆରୀ ୧୬ରେ ହେବାର ଥିଲା । ମାତ୍ର ଏବେ େ‘ବୃଆରୀ ୨୭ରେ ମତଦାନ କରାଯିବ ବୋଲି ଖବର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking