29.1 C
Bhubaneswar
Saturday, July 27, 2024
Homeଓଡିଶାଉଦ୍ଧାର ଶ୍ରମିକଙ୍କୁ ଏମ୍ସ ଏୟାରଲିଫ୍ଟ

ଉଦ୍ଧାର ଶ୍ରମିକଙ୍କୁ ଏମ୍ସ ଏୟାରଲିଫ୍ଟ

ବ୍ୟୁରୋ : ପାଖାପାଖି ୪୦୦ ଘଣ୍ଟାର ଅପରେସନ୍ । ୧୭ ଦିନ ପରେ ମିଳିଲା ପୁନର୍ଜୀବନ । ଟନେଲର ଅନ୍ଧାରି ଅଞ୍ଚଳରୁ ବାହାରି ନୂଆ ସୂର୍ଯ୍ୟୋଦୟ ଦେଖିଲେ ୪୧ ଶ୍ରମିକ । ଉତ୍ତରକାଶୀ ଟନେଲ୍ ରେସକ୍ୟୁ ଅପରେସନ୍ ସଫଳ ହେବା ପରେ ସାରା ଦେଶ ଆଶ୍ବସ୍ତ ହୋଇଛି । ଉତ୍ତରକାଶୀ ଟନେଲରୁ ଉଦ୍ଧାର ସମସ୍ତ ୪୧ ଶ୍ରମିକ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି । କାହାକୁ କୌଣସି ପ୍ରକାରର ଗଭୀର ଆଘାତ ହୋଇନି । ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଶ୍ରମିକଙ୍କୁ ଚିନାଲିସାଉର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ନିଆଯାଉଛି ଏମ୍ସ । ସେଠାରେ କିଛି ମେଡିକାଲ୍ ଟେଷ୍ଟ କରାଯିବ । ତାପରେ ସେମାନେ ନିଜ ନିଜ ଘରକୁ ଫେରିବେ । ଟନେଲରୁ ଉଦ୍ଧାର ପରେ ଶ୍ରମିକମାନଙ୍କର ଶାରୀରିକ ଓ ମାନସିକ ସ୍ଥିତି ଅନୁଧ୍ୟାନ ବି ହୋଇଛି । ଉଦ୍ଧାର ପରେ ସେମାନେ କହିଛନ୍ତି, ନିର୍ମାଣାଧୀନ ଟନେଲ ଭୁଶୁଡିବାର ପ୍ରଥମ ୧୦-୧୨ ଘଣ୍ଟା କିଛି ଅସୁବିଧାର ସାମନା କରିଥିଲେ । ପରେ ପାଇପ୍ ଯୋଗେ ପହଞ୍ଚିଥିଲା ଖାଦ୍ୟ । ସେମିତି କୌଣସି ବଡ଼ ଧରଣର ଅସୁବିଧା ଭୋଗି ନଥିଲେ ବୋଲି କହିଛନ୍ତି । ଆଜି ହସ୍ପିଟାଲରେ ସମସ୍ତ ଶ୍ରମିକଙ୍କୁ ଲକ୍ଷେ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ଗତ ୧୨ତାରିଖରେ ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲ୍କୟାରା- ବାରକୋଟ ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking