28.1 C
Bhubaneswar
Saturday, July 27, 2024
Homeଓଡିଶାକୃଷି ଓ କୃଷକଙ୍କ ବିକାଶ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଥମିକତା : ବିଜେଡ଼ି

କୃଷି ଓ କୃଷକଙ୍କ ବିକାଶ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଥମିକତା : ବିଜେଡ଼ି

ଭୁବନେଶ୍ବର: କୃଷକଙ୍କ ସଶକ୍ତିକରଣକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଜୟ କିଷାନର ମାହାତ୍ମ୍ୟକୁ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ଚାଷ ଓ ଚାଷୀଙ୍କ ବିକାଶକୁ ନେଇ ରାଜ୍ୟ ସରକାର କରିଥିବା ଉଲ୍ଲେଖନୀୟ ଯୋଜନାର ଓ କୃଷକଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ପ୍ରେସମିଟରେ ସୂଚନା ଦେଇଛି ବିଜେଡି । ବିଜେଡି ସାସଂଦ ସସ୍ମିତ ପାତ୍ର ଓ ରାଷ୍ଟ୍ରୀୟ ମୁଖପାତ୍ର ସଂତୃପ୍ତ ମିଶ୍ର କହିଛନ୍ତି, ଓଡ଼ିଶାରେ ୬୧ ଲକ୍ଷ ଜମିରେ କୃଷି କାର‌୍ୟ୍ୟ କରାଯାଉଛି । ଆମର ୯୩ ପ୍ରତିଶତ ଚାଷୀ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର । ରାଜ୍ୟ ସରକାର ସବୁବେଳେ କୃଷିକୁ ପ୍ରାଧାନ୍ୟ ଦେଉଛନ୍ତି । ୨ ହଜାର ମସିହାରେ ଓଡ଼ିଶାର ଶସ୍ୟ ଉତ୍ପାଦନ ୫୫ଲକ୍ଷ ଟନ ରହିଥିଲା । ଯାହାକି ଅଢେଇ ଗୁଣ ବୃଦ୍ଧି ପାଇ ୨୦୨୨ରେ ୧ ଲକ୍ଷ ୪୧ ହଜାର ଟନରେ ପହଞ୍ଚିଛି । ୨ ହଜାର ମସିହାରେ ଓଡ଼ିଶା ଆବଶ୍ୟକତାଠାରୁ କମ ଶସ୍ୟ ଉତ୍ପାଦରେ କରୁଥିଲା । ଅନ୍ୟ ରାଜ୍ୟରୁ ଆଣି ରାସନ କାର୍ଡରେ ବଣ୍ଟନ ହେଉଥିଲା ।

କିନ୍ତୁ ଏବେ ଅନ୍ୟ ରାଜ୍ୟକୁ ଆମେ ଖାଦ୍ୟ ଶସ୍ୟ ଯୋଗାଣ କରୁଛି । ୨୦୦୦ ମସିହାରେ ପ୍ରତି ହେକ୍ଟରରେ ୧ ହଜାର ୪୧ କେଜି ଚାଉଳ ଉତ୍ପାଦନ ହେଉଥିବାବେଳେ ଏବେ ଏହା ୨ ହଜାର ୯୩୬କୁ ବୃଦ୍ଧି ପାଇଛି । ୨ ହଜାର ମସିହାରେ ୩୩ଲକ୍ଷ ଟନ ପରିବାର ଉତ୍ପାଦନ ହେଉଥିବାବେଳେ ଏବେ ଏହା ୩ ଗୁଣ ଅର୍ଥାତ ୯୮ ଲକ୍ଷ ଟନକୁ ବୃଦ୍ଧି ପାଇଛି । କୃଷି କ୍ଷେତ୍ରରେ ଯାନ୍ତ୍ରିକରଣରେ ଆଗେଇଛି ଓଡ଼ିଶା । ଏଥିପାଇଁ ୯୦୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଯନ୍ତ୍ରପାତି କିଣିବାକୁ ୪୦ରୁ ୬୦ପ୍ରତିଶତ ଓ ମହିଳାଙ୍କୁ ୭୫ ପ୍ରତିଶତ ସବସିଡି ମିଳୁଛି । ଶସ୍ୟର ବିବିଧକରଣ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାର ମିଲେଟ ମିଶନ ପୃଥିବୀରେ ଉଦାହରଣ ସାଜିଛି । ଭାରତରେ ପ୍ରଥମ ରାଜ୍ୟ ଭାବେ ମିଲେଟକୁ ଏମଏସପିରେ ସାମିଲ କରିଛି ଓଡ଼ିଶା । ରାସନକାର୍ଡରେ ଗୋଟିଏ ଟଙ୍କାରେ ରାଗି ଦିଆଯାଉଛି । ୩୦ ଜିଲ୍ଲାର ୧୭୭ ବ୍ଲକରେ ମିଲେଟ ମିଶନ ଅଛି । ଏଥିପାଇଁ ନୀତି ଆୟୋଗ ମଧ୍ୟ ଓଡ଼ିଶାକୁ ସମ୍ମାନିତ କରିଛି । ୧୦ ନଭେମ୍ବରକୁ ମିଲେଟ ମିଶନ ଭାବେ ପାଳନ କରୁଛନ୍ତି ରାଜ୍ୟ ସରାକର ।

କୃଷିକ୍ଷେତ୍ରରେ ବିକାଶ ପାଇଁ ୫ଥର କୃଷି କର୍ମଣ ପୁରସ୍କାର ଓଡ଼ିଶା ପାଇଛି । ଏସବୁ ସଫଳତା ଓଡ଼ିଶା ସରକାରଙ୍କ କୃଷି ବିକାଶ ଆଭିମୁଖ୍ୟ ପାଇଁ ସମ୍ଭବ ହୋଇଛି । ସେହିପରି କାଳିଆ ସହାୟତା ଦେଶରେ ଉଦାହରଣ ସାଜିଛି । ରାଜ୍ୟ କ୍ୟାବିନେଟରେ କାଳିଆ ଯୋଜନାର ଅବଧିକୁ ଆହୁରି ୩ ବର୍ଷ ବଢାଇଛନ୍ତି ରାଜ୍ୟ ସରକାର । ଚାଷୀଙ୍କର ଡାଟାବେସ କରାଯାଇ ସେଥିରେ ୭୬ ଲକ୍ଷ ଚାଷୀଙ୍କ ସୂଚନା ରଖାଯାଇଛି । ସରକାରଙ୍କର ସଫଳ ଯୋଜନା ମାଧ୍ୟମରେ ଚାଷୀଙ୍କ ପାଇଁ ସେବାର ସରଳୀକରଣ କରାଯାଇଛି । ଓଡ଼ିଶା ଏକମାତ୍ର ରାଜ୍ୟ ଚାଷୀ ମାନଙ୍କର ସଶକ୍ତିକରଣକୁ ଗୁରୁତ୍ବ ଦେଇଛି । କୃଷି କ୍ୟାବିନେଟ ଓ କୃଷି ବଜେଟ ଆଣିବା ସହ ଜଳସେଚନ କ୍ଷେତ୍ରରେ ଇତିହାସ ଲେଖାହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking