କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ପୁଣି ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି ବିଜେଡି କଳି । ବିଧାୟକ ଶଶିଭୂଷଣ ବେହେରା ଓ ଧ୍ରୁବ ସାହୁଙ୍କ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ଧ୍ରୁବଙ୍କ ସମର୍ଥିତ ବ୍ଲକ୍ ଅଧ୍ୟକ୍ଷ ତାଙ୍କୁ ମାଡ଼ ଓ ଗାଳିଗୁଲଜ ଅଭିଯୋଗରେ ଚଉଦକୁଲାଟ ଫାଣ୍ଡି ଆଗରେ ଧାରଣା ଦେଇଛନ୍ତି । ଦିନକ ତଳେ ଧ୍ରୁବଙ୍କ ସମର୍ଥିତ ବ୍ଲକ୍ ଅଧ୍ୟକ୍ଷ ପୂଜାର୍ଚ୍ଚନା ସାରି ଫେରୁଥିବା ବେଳେ ଦାଣ୍ଡି ସାହି ଛକ ଠାରେ ତାଙ୍କୁ ଆକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ତାଙ୍କ ସହ ଧ୍ରୁବ ସାହୁ ମଧ୍ୟ ଥିବା ବେଳେ ତାଙ୍କୁ ମଧ୍ୟ ଗାଳିଗୁଲଜ କରାଯାଇଥିଲା । ପରାଜିତ ପ୍ରାର୍ଥୀଙ୍କ ପୁଅ ଓ ସମର୍ଥକମାନେ ତଥା ଶଶୀଙ୍କ ଗୋଷ୍ଠୀର କର୍ମୀମାନେ ଆକ୍ରମଣ କରିଥିବା ଦୃଢ଼ ଅଭିଯୋଗ କରିଛନ୍ତି ବ୍ଲକ୍ ଅଧ୍ୟକ୍ଷ । କେବଳ ଆକ୍ରମଣ ନୁହେଁ ବନ୍ଧୁକ ଦେଖାଇ ମଧ୍ୟ ଧମକ ଦେଇଥିଲେ । ପ୍ରତିବାଦରେ ଅଧ୍ୟକ୍ଷଙ୍କ ସମେତ ତାଙ୍କ ସମର୍ଥକମାନେ ଚଉଦକୁଲାଟ ଫାଣ୍ଡି ଆଗରେ ଧାରଣା ଦେଇଛନ୍ତି ।