29.4 C
Bhubaneswar
Saturday, May 17, 2025
Homeଦେଶ ବିଦେଶପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି : ଭତ୍ତା ଓ ପଟ୍ଟା ପାଇଁ କଲା ପ୍ରଲୋଭିତ

ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି : ଭତ୍ତା ଓ ପଟ୍ଟା ପାଇଁ କଲା ପ୍ରଲୋଭିତ

କୋରାପୁଟ : କୋଟିଆକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା ଜୋର ଧରିଛି । ପଡୋଶୀ ଆନ୍ଧ୍ର ପ୍ରତିଦିନ ଅନୁପ୍ରବେଶ କରି ବିବାଦ ଆଡକୁ ଟାଣିଲା ଭଳି କାର୍ଯ୍ୟ କରୁଛି । ଗତ କିଛିଦିନ ହେଲା ଆନ୍ଧ୍ର ତେଲଗୁ ଭାଷାରେ ଫଳକ ପୋତି ବିବାଦ ଆଡକୁ ଟାଣି ଆଣୁଛି ତ ଆଉ କେବେ କିଛି ଲୋକଙ୍କୁ ପଟ୍ଟା, ଭତ୍ତା ପାଇଁ ପ୍ରଲୋଭିତ କରୁଛି । ବିଦ୍ୟାଳୟ ନଥାଇ ବିଦ୍ୟାଳୟ କମିଟି ଗଠନ କରିବା , ଅଙ୍ଗନୱାଡି ସ୍ଥାୟୀ ଗୃହ ନ ଥାଇ ପୁଷ୍ଟିକର ଖାଦ୍ୟ ମେଳା କରିବା ପରି ଅନେକ କାର୍ଯ୍ୟ କରୁଛି ଆନ୍ଧ୍ର । ଆଜି ପଟ୍ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୋଟିଆ ଠାରେ ଏକ ମେଗାସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ୧୦୨ ଜଣଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ଗାଁ ଗାଁ କୁ ଗାଡି ପଠାଇ ରୋଗୀଙ୍କୁ ଆଣି ମଧ୍ୟ ଚିକିତ୍ସା କରି ଗାଁରେ ଛାଡିଥିବା ଦେଖିବାକୁ ମିଳିଥିଲା ।ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଟାଙ୍ଗିର ଅଧିକାରୀ ଡାକ୍ତର ଭାଗବତ ମୁର୍ମୁଙ୍କ ଅଧ୍ୟକ୍ଷତାରେ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା ।୧୦୨ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ପ୍ରଦାନ କରିଥିବା ନେଇ ସୂଚନା ମିଳିଛି । ସେହିଭଳି ସମନ୍ୱିତ ଶିଶୁ ବିକାଶ ବିଭାଗର ସିଡିପିଓ ଅନୁଭା ନାୟକଙ୍କ ଅଧ୍ୟକ୍ଷତାରେ ପୃଥକ ଭାବେ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିବା ଗର୍ଭବତୀ ମହିଳା ଏବଂ ଛୁଆ ମାନଙ୍କୁ କିଭଳି ଘରେ ରହିଥିବା ପୋଷଣ ଖାଦ୍ୟ ଖାଇ ସୁସ୍ଥ ରହିପାରିବେ ସେଥିନେଇ ଉପସ୍ଥିତ ରହିଥିବା ଅଧିକାରୀ ଗଣ ସଚେତନ କରାଇଥିଲେ । ତେବେ ଆନ୍ଧ୍ରର ଦାଦାଗିରିକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking