28.1 C
Bhubaneswar
Thursday, May 2, 2024
Homeଓଡିଶାଯୁବତୀଙ୍କ ଝୁଲନ୍ତା ମୃତଦେହ

ଯୁବତୀଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର : ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଆପାର୍ଟମେଣ୍ଟରୁ ଉଦ୍ଧାର । ପାହାଳ ଥାନା ଅଟଳାରେ ଏକ ଆପାର୍ଟମେଣ୍ଟରେ ଲିଭ୍ ଇନରେ ରହୁଥିଲେ । ମୃତ ଯୁବତୀ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଯୁବତୀ ଜଣଙ୍କ ନାମ ସୁଜାତା ରଥ । ଉକ୍ତ ଆପର୍ଟମେଣ୍ଟରେ ଯୁବତୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ଲିଭଇନରେ ରହୁଥିଲେ । ଆଜି ସକାଳୁ ନିଜ ରୁମରେ ଫ୍ୟାନରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିଲେ। ସହିଦ ନଗରରେ ନିଜ ବୟଫ୍ରେଣ୍ଡଙ୍କ ସହ ମିଶିକି ନିଜସ୍ୱ ଏକ ବ୍ୟବସାୟ କରୁଥିଲେ। ଫ୍ଲାଟରେ ନିଜ ବାପା ମାଆଙ୍କ ଅନୁମତିରେ ରହୁଥିଲେ ନିଜ ପ୍ରେମିକ ସହ। ମାତ୍ର ଗତ ୩ ଦିନ ହେବ ଆପାର୍ଟମେଣ୍ଟରେ ରହୁ ନ ଥିଲେ ପ୍ରେମିକ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ପାହାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଜବତ କରାଯ।ଇ କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଛେଦ ପାଇଁ ପଠାଯାଇଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇ ପାରିନି । ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking