26.1 C
Bhubaneswar
Wednesday, June 11, 2025
Homeଅପରାଧସ୍ତ୍ରୀ ଚାଲିଯିବା ପରର ଦୁଃଖ ସହିପାରିଲେ ନାହିଁ ସ୍ୱାମୀ ଆଉ ତାପରେ ନେଲେ କିଛି ଏମିତି...

ସ୍ତ୍ରୀ ଚାଲିଯିବା ପରର ଦୁଃଖ ସହିପାରିଲେ ନାହିଁ ସ୍ୱାମୀ ଆଉ ତାପରେ ନେଲେ କିଛି ଏମିତି ନିଷ୍ପତି

ଭୁବନେଶ୍ୱର : ସେ ତ  ରହିଲାନି, ଆଉ କାହା ପାଇଁ ବଞ୍ଚିବି । ସିନ୍ଦୂର ଦେଇ ସୁରକ୍ଷା କରିବା ପାଇଁ କଥା ଦେଇଥିଲି । ହେଲେ ପାରୁପର୍ଯ୍ୟନ୍ତ ଚେଷ୍ଟା କଲେ ସୁଦ୍ଧା ତା’ର ଜୀବନ ବଞ୍ଚାଇ ପାରିଲନି ନାହିଁ ।’ ଏପରି ଏକ ଆତ୍ମିୟତା ତଥା ନିଛକ ପ୍ରେମର ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଦାବରୀ ଗାଁରେ ।  ସ୍ତ୍ରୀ ଚାଲିଯିବା ପରର ଦୁଃଖ ସହିପାରିଲେ ନାହିଁ ସ୍ୱାମୀ । ସ୍ତ୍ରୀକୁ ଝୁରି ଝୁରି ସେ  ଏତେ ହତାଶ ହୋଇଗଲେ ଯେ, ଶେଷରେ ନିଜେ ଆତ୍ମହତ୍ୟା କରିବା ଭଳି ଚରମ ପଦକ୍ଷେପ ନେଇଛନ୍ତି ।

ଦାବରୀ ଗାଁର ୪୫ ବର୍ଷୀୟ ଗୋଧମ ମଲ୍ଲିକଙ୍କ ସ୍ତ୍ରୀ ଚନ୍ଦ୍ରକଳା ମଲ୍ଲିକ ଦୀର୍ଘଦିନ ହେବ କିଡ଼ନୀ ରୋଗରେ ଆକ୍ରାନ୍ତ ଥିଲେ । ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଥିଲେ ଗୋଧମ । କିନ୍ତୁ ଶେଷରେ ଗତକାଲି ରାତିରେ ଆରପାରିକୁ ଚାଲିଗଲେ ଚନ୍ଦ୍ରକଳା॥ସ୍ତ୍ରୀ ଚାଲିଯିବା ପରେ ଦୁଃଖରେ ମ୍ରିୟମାଣ ଗୋଧମ ନିକଟସ୍ଥ ଜଙ୍ଗଳକୁ ଯାଇ ଗଛରେ ଝୁଲିପଡ଼ି ଆତ୍ମହତ୍ୟା କରିଦେଇଛନ୍ତି । ବର୍ତମାନ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ପାରିନି ପୋଲିସ୍ ।

ଅନ୍ୟପଟେ ସେମାନଙ୍କର ଏକ ୧୪ ବର୍ଷର ଝିଅ ଅଛି । ଝିଅଟି କିଛି ଦିନ ହେବା ମାମୁଁ ଘରେ ଥିବା ଜଣାପଡିଛି । ତଦନ୍ତ ହେଲେ ଅଧିକ କିଛି ତଥ୍ୟ ଜଣାପଡିବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking