33.1 C
Bhubaneswar
Sunday, June 8, 2025
Homeଦେଶ ବିଦେଶଶ୍ରୀଲଙ୍କା ପରେ ଚୀନ୍ ଟାର୍ଗେଟରେ ନେପାଳ

ଶ୍ରୀଲଙ୍କା ପରେ ଚୀନ୍ ଟାର୍ଗେଟରେ ନେପାଳ

ନୂଆଦିଲ୍ଲୀ: ଆର୍ଥିକ ଦୁଃସ୍ଥିତି ଦେଇ ଗତି କରିବା ଶ୍ରୀଲଙ୍କା ପରିସ୍ଥିତିକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା। ଦିନକୁ ଦିନ ରସାତଳକୁ ଯାଉଥିବା ଶ୍ରୀଲଙ୍କା ଅର୍ଥନୀତିକୁ ନେଇ ବିଭିନ୍ନ ରାଷ୍ଟ୍ର ଯେଭଳି ଭାବେ ଡ୍ରାଗନର ଋଣ ଜାଲରେ ନ ପଡିବେ ସେଥିପାଇଁ ବେଶ ସତର୍କତା ଅମ୍ବଲମ୍ବନ କରୁଛନ୍ତି। ଏଭଳି ସମୟରେ ଶ୍ରୀଲଙ୍କା ପରେ ନେପାଳ ବର୍ତ୍ତମାନ ଚୀନର ଟାର୍ଗେଟରେ ରହିଛି। ଆହୁରିମଧ୍ୟ ଡ୍ରାଗନ୍ ନେପାଳ ସରକାରଙ୍କୁ ୧୫ ବିଲିୟନ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି। ନେପାଳର ବିଭିନ୍ନ ପ୍ରକଳ୍ପରେ ଅର୍ଥ ବିନିଯୋଗ କରିବାକୁ ଡ୍ରାଗନ୍ ଏହି ୧୫ ବିଲିୟନ ଟଙ୍କା ଅନୁଦାନ ପ୍ରଦାନ କରିବ। ଏହାପୂର୍ବରୁ ଚୀନ୍ ଏବଂ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ନେପାଳର ବୈଦେଶିକ ମନ୍ତ୍ରୀ ନାରାୟଣ ଖଡକା ତାଙ୍କ ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟିଙ୍କ ସହ ବ୍ୟାପକ ଆଲୋଚନା କରିଥିଲେ। ଏହାପରେ ଚୀନକୁ ଅନୁଦାନ ଦେବାକୁ ନିଷ୍ପତ୍ତି ନିଆଯାଇଛି। ୱାଙ୍ଗ ୟିଙ୍କ ଆମନ୍ତ୍ରଣ କ୍ରମେ ନେପାଳର ବୈଦେଶିକ ମନ୍ତ୍ରୀ ଚୀନ୍ ଗସ୍ତରେ ଆସିଛନ୍ତି। ବୁଧବାର ଦିନ ପୂର୍ବ ଚୀନର କିଙ୍ଗଦାଓ ସହରରେ ଏହି ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା। ଏହି ପାରସ୍ପରିକ ବୈଠକ ସମୟରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀମାନେ ନେପାଳ-ଚୀନ୍ ସମ୍ପର୍କର ସାମଗ୍ରିକ ଦିଗ ଉପରେ ଗୁରୁତ୍ବ ଦେଇ ବାଣିଜ୍ୟ, ସମ୍ପର୍କ, ପୁଞ୍ଜି ବିନିଯୋଗ, ସ୍ୱାସ୍ଥ୍ୟ, ପର‌୍ୟ୍ୟଟନ, ଦାରିଦ୍ର ଦୂରୀକରଣ, କୃଷି, ବିପର‌୍ୟ୍ୟୟ ପରିଚାଳନା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking