27.1 C
Bhubaneswar
Saturday, July 27, 2024
Homeବଲିଉଡଶ୍ରୀରାମଙ୍କ ପରେ ଏବେ ଭଗବାନଙ୍କ ଶିବଙ୍କ ଭୂମିକା କରିବେ ପ୍ରଭାସ

ଶ୍ରୀରାମଙ୍କ ପରେ ଏବେ ଭଗବାନଙ୍କ ଶିବଙ୍କ ଭୂମିକା କରିବେ ପ୍ରଭାସ

ମାଡ୍ରାସ : ତେଲୁଗୁ ସୁପରଷ୍ଟାର ପ୍ରଭାସ ନିକଟରେ ଆଦିପୁରୁଷ ଫିଲ୍ମରେ ଭଗବାନ ଶ୍ରୀରାମଙ୍କ ଭୂମିକା କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରି ନ ଥିଲେ ମଧ୍ୟ ପ୍ରଭାସଙ୍କ ଭୂମିକାକୁ ବେଶ ପସନ୍ଦ କରାଯାଇଥିଲା । ଏବେ ତାଜା ରିପୋର୍ଟ ଅନୁସାରେ ତେଲୁଗୁ ଫିଲ୍ମ କନ୍ନାପାରେ ସେ ଭଗବାନ ଶିବଙ୍କ ଭୂମିକା କରିବାକୁ ଯାଉଛନ୍ତି । ବିଷ୍ଣୁ ମାଂଚୁ ଟୁଇଟ କରି ପ୍ରଶଂସକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ମାଂଚୁଙ୍କ ଏହା ଡ୍ରିମ ପ୍ରୋଜେକ୍ଟ ହୋଇଥିବାରୁ ସେ ମନ ଧ୍ୟାନ ସହକାରେ ଏହି ଫିଲ୍ମ କରିବା ପାଇଁ ଅଂଟା ଭିଡିଛନ୍ତି । ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ ବଲିଉଡର ଅନେକ କଳାକାର ଏଥିରେ ଅଭିନୟ କରିବେ ବୋଲି ଜଣାପଡିଛି ।କୃତି ସେନନଙ୍କ ଭଉଣୀ ନୂୁପର ଏଥିରେ ପ୍ରଭାସଙ୍କ ସହ ଅଭିନୟ କରି ପାରନ୍ତି । ଫିଲ୍ମ ସମ୍ପର୍କରେ ଅଫିିସିଆଲ ଭାବେ କୌଣସି ଘୋଷଣା କରାଯାଇ ନ ଥିବାରୁ ଏଥିପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । ସୂଚନାଯୋଗ୍ୟ, ୨୮୯୮ ଏଡିରେ ପ୍ରଭାସ ଭଗବାନ ବିଷ୍ଣୁଙ୍କ ଭୂମିକା କରୁଛନ୍ତି । ଏହା ଏକ ସାଇ ଫାଇ ଫିଲ୍ମ ଯାହାକି ହିନ୍ଦୁ ପୌରାଣିକ କାହାଣୀ ଉପରେ ଆଧାରିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking