27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶପୁଲିସ ଓ ପାରାମେଡିକ୍‌ଙ୍କୁ ହତ୍ୟା ପରେ ନିଜକୁ ଗୁଳିକରି ଆତ୍ମହତ୍ୟା କଲେ ଅଭିଯୁକ୍ତ

ପୁଲିସ ଓ ପାରାମେଡିକ୍‌ଙ୍କୁ ହତ୍ୟା ପରେ ନିଜକୁ ଗୁଳିକରି ଆତ୍ମହତ୍ୟା କଲେ ଅଭିଯୁକ୍ତ

ବର୍ନସଭିଲ : ଆମେରିକୀୟ ରାଜ୍ୟ ମିନେସୋଟାର ଦୁଇ ଜଣ ପୁଲିସ ଅଧିକାରୀ ଏବଂ ଜଣେ ପାରାମେଡିକ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଅଭିଯୁକ୍ତ ନିଜ ଘର ଭିତରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଫେବ୍ରୁଆରି ୧୮ ତାରିଖ ସକାଳେ ମିନିଆପଲିସଠାରୁ ପ୍ରାୟ ୧୫ ମାଇଲ୍ ଦକ୍ଷିଣରେ ଥିବା ବର୍ନସଭିଲ ଅଞ୍ଚଳର ଏକ ଘରୁ ଗୋଟିଏ ପରିବାରକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ୨୭ ବର୍ଷୀୟ ଅଧିକାରୀ ମାଥ୍ୟୁ ରୁଗ, ୨୭ ବର୍ଷୀୟ ପଲ୍ ଏମଷ୍ଟ୍ରାଣ୍ଡ ଏବଂ ପାରାମେଡିକ୍ ତଥା ଅଗ୍ନିଶମ କର୍ମଚାରୀ ଆଡାମ୍ ଫିନସେଥ୍ ଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଗୁଳିମାଡ଼ରେ ଆହତ ଜଣେ ଚତୁର୍ଥ ଅଧିକାରୀଙ୍କ ଚିକିତ୍ସା ଚାଲିଛି। ଘଟଣାସ୍ଥଳରେ ଗୁଳିଚାଳନାକାରୀଙ୍କ ମଧ୍ୟ ମୃତ୍ୟୁ ଘଟିଛି। କିଛି ରିପୋର୍ଟରେ ସେ ନିଜେ ନିଜକୁ ଗୁଳି କରିଥିବା ଦାବି କରାଯାଇଛି। ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘରୋଇ ନିର୍ଯାତନା ଖବର ପାଇ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରିବାର ସଦସ୍ୟଙ୍କ ମଧ୍ୟରେ ଜଣେ ମହିଳା ଓ ୨ରୁ ୧୫ ବର୍ଷ ବୟସର ୭ ଜଣ ପିଲା ଅଛନ୍ତି। ଘର ଭିତରେ ରହୁଥିବା ଜଣେ ବାସିନ୍ଦା ଫୋନ୍ କରି ସାହାଯ୍ୟ ମାଗିଥିଲେ। ପୁଲିସ ପହଞ୍ଚି ସନ୍ଦିଗ୍ଧଙ୍କ ପାଖରେ ଏକାଧିକ ବନ୍ଧୁକ ଥିବା ଜାଣିବାକୁ ପାଇଥିଲା। ସନ୍ଦିଗ୍ଧଙ୍କ ସହ ୪ ଘଣ୍ଟା ଧରି ଆଲୋଚନା ହୋଇଥିଲା। ସେ ଘରୁ ବାହାରିବାକୁ ମନା କରିବା ସହ କାହା କଥା ନ ଶୁଣି ଅଧିକାରୀଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁଳି ବିନିମୟ ବେଳେ ଦୁଇ ଜଣ ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିବା ଫିନସେଥଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା। ଏକ ଘଣ୍ଟା ପରେ ଏକ ଘର ଭିତରୁ ଗୁଳି ଶବ୍ଦ ଶୁଣିବାକୁ ମିଳିଥିଲା। ସନ୍ଦିଗ୍ଧ ଜଣକ ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking