27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆଫଗାନିସ୍ତାନ ହିମସ୍ଖଳନରେ ୨୫ ମୃତ, ୮ ଆହତ

ଆଫଗାନିସ୍ତାନ ହିମସ୍ଖଳନରେ ୨୫ ମୃତ, ୮ ଆହତ

କାବୁଲ୍‌: ଆଫଗାନିସ୍ତାନରେ ପ୍ରବଳ ତୁଷାରପାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପୂର୍ବ ଆଫଗାନ ଅଧିନ ନୁରିସ୍ତାନରେ ହିମସ୍ଖଳନ ଯୋଗୁ ୨୫ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ସୀମାବର୍ତ୍ତୀ ନୁରିସ୍ତାନର ଟାଟିନ୍‌ ଉପତ୍ୟକାର ନାକ୍ରେ ଗାଁରେ ହିମସ୍ଖଳନ ଘଟିଥିଲା। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖପାତ୍ର ଜନନ ସୟେଦ୍‌ ଏନେଇ ସୂଚନା ଦେଇ କହିଛନ୍ତି ଯେ ଏହି ଏହି ହିମସ୍ଖଳନରେ ୨୫ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ୨୦ଟି ଘର ସଂପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି। ତେବେ ତୁଷାରପାତ ଓ ଝଡ଼ ଯୋଗୁଁ ସେଠାରେ ହେଲିକପ୍ଟରର ପହଞ୍ଚିପାରୁନଥିବାରୁ ଆଶା ମୁତାବକ ଉଦ୍ଧାର କାର୍ଯ୍ୟ ଆଗେଇ ପାରୁନାହିଁ। ଅଞ୍ଚଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ବରଫ ଜମା ହୋଇରହିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking