26.1 C
Bhubaneswar
Friday, March 29, 2024
Homeମନୋରଞ୍ଜନନାଗାଚୈତନ୍ୟଙ୍କୁ ଛାଡପତ୍ର ଦେବା ପରେ ଦ୍ୱିତୀୟ ବିବାହ କରିବେ ସମନ୍ଥା

ନାଗାଚୈତନ୍ୟଙ୍କୁ ଛାଡପତ୍ର ଦେବା ପରେ ଦ୍ୱିତୀୟ ବିବାହ କରିବେ ସମନ୍ଥା

ମୁମ୍ବାଇ:ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଭାବରେ ସମନ୍ଥା ଋଥପ୍ରଭୁ ବେଶ ପରିଚିତ । ସେ ‘ଦି ଫ୍ୟାମିଲି ମ୍ୟାନ୍ ୨’ ଏବଂ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା ଦ ରାଇସ’ରେ ଅଭିନୟ କରିବା ପରେ ତାଙ୍କର ଲୋକପ୍ରିୟତା ବଢିବାର ଲାଗିଛି । ତେବେ ଏହାରି ମଧ୍ୟରେ ସେ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚରେ ରହିଆସିଛନ୍ତି । ଅଭିନେତ୍ରୀ ସମନ୍ଥା ତାଙ୍କ ସ୍ୱାମୀ ଅଭିନେତା ନାଗାଚୈତନ୍ୟଙ୍କ ଠାରୁ ଅଲଗା ହେବା ପରେ ଏହି ଖବରକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଥିଲା । ଏହି ଦୁଇ ଯୋଡିଙ୍କୁ ଏକାଠି କରିବା ପାଇଁ ଆଜିବି ତାଙ୍କ ଫ୍ୟାନ୍ସମାନେ ଚେଷ୍ଟା କରୁଛନ୍ତି । କିନ୍ତୁ ଏହିସବୁ ଭିତରେ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ଜୋର ଧରିଛି ।

ତେଲୁଗୁ ପ୍ରକାଶନ ସିନେ ଜୋଶଙ୍କ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଲୋକପ୍ରିୟ ଅଭିନେତ୍ରୀ ସମନ୍ଥା ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ତେବେ ସମନ୍ଥାଙ୍କୁ ଦ୍ୱିତୀୟ ବିବାହ ପାଇଁ ତାଙ୍କ ଗୁରୁ ସଦଗୁରୁ ଜଗଦିଶ୍ ବାସୁଦେବ ଙ୍କ ବ୍ୟତୀତ ଅନ୍ୟ କେହି ବି ରାଜି କରାଇ ନାହାଁନ୍ତି । ତେବେ ଏହି ଖବରକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସମନ୍ଥାଙ୍କ ପକ୍ଷରୁ କୌଣସି ସୂଚନା ମିଳି ନାହିଁ ।

ଅନ୍ୟପକ୍ଷେ ଅଭିନେତା ନାଗା ଚୈତନ୍ୟଙ୍କ ବିବାହକୁ ନେଇ ମଧ୍ୟ କିଛି ଦିନ ତଳେ ଏକ ଗୁଜବ ହୋଇଥିଲା । କୁହାଯାଉଥିଲା ଯେ ସମନ୍ଥାଙ୍କୁ ଛାଡପତ୍ର ଦେବା ପରେ ନାଗା ମେଜର ଫେମ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ଡେଟ୍ କରୁଛନ୍ତି । ଏହା ବ୍ୟତୀତ ନାଗା ଶୋଭିତାଙ୍କୁ ତାଙ୍କ ଘର ଦେଖାଇବା ସହିତ ପରସ୍ପର ପରସ୍ପରଙ୍କ ସହିତ ମୂଲ୍ୟବାନ ସମୟ ଅତିବାହିତ କରିଛନ୍ତି । ତେବେ ନାଗା ଏବଂ ସମନ୍ଥାଙ୍କ ଛାଡପତ୍ର ପରେ ଉଭୟ ବର୍ତ୍ତମାନ ଅଲଗା ଅଲଗା ରହିବା ସହ ସମନ୍ଥା ତାଙ୍କ ଆଗାମୀ ଚଳଚିତ୍ରକୁ ନେଇ ବ୍ୟସ୍ତ ରହୁଥିବା ଜଣା ପଡୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking