29.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଆଫଗାନିସ୍ତାନରୁ ଆସି ଭାରତରେ ପହଞ୍ଚିବା ପରେ ଖୁସି ହେଲେ ଶିଖ୍‌ ଶରଣାର୍ଥୀ

ଆଫଗାନିସ୍ତାନରୁ ଆସି ଭାରତରେ ପହଞ୍ଚିବା ପରେ ଖୁସି ହେଲେ ଶିଖ୍‌ ଶରଣାର୍ଥୀ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଶିଖ୍‌ ସଂଖ୍ୟା ଲଘୁଙ୍କୁ ନେଇ ଏକ ବିମାନ ରବିବାର ଭାରତରେ ପହଞ୍ଚିଛି , ସେମାନେ ତାଲିବାନ ଶାସନରେ ଅତିଷ୍ଠ ହୋଇ ପଳାଇ ଆସୁଛନ୍ତି। ଆଗମନରେ , ସେମାନଙ୍କ ମଧ୍ୟରୁ ଜଣେ ଦେଶରୁ ପଳାଇ ଆସି ଥିବାର ଖୁବ୍‌ ଖୁସି ବ୍ୟକ୍ତି କରିଛନ୍ତି , ଯିଏକି ଗତ ବର୍ଷ ତାଲିବାନ ଅଶରଫ ଗନି ନେତୃତ୍ୱର ସରକାରକୁ ତଡ଼ି କ୍ଷମତାକୁ ଫେରିବା ପରେ ସଙ୍କଟରେ ପଡି ଯାଇ ଥିଲେ। ତାଲିବାନ ୪ ମାସ ଧରି ଜେଲରେ ବନ୍ଦୀ କରି ରଖିଥିଲା । ସେ କହିଥିଲେ ଆଫଗାନିସ୍ତାନରେ ସ୍ଥିତି ଭଲ ନାହିଁ । ତାଲିବାନ ଆମକୁ ପ୍ରତାରଣା କରିଛି । ସେମାନେ ଜେଲ୍‌ରେ ଆମର କେଶ କାଟି ଦେଇଛନ୍ତି । ମୁଁ ଭାରତ ଫେରିବାରୁ ବହୁତ ଖୁସି ଅଛି ।

ଉଲ୍ଲେଖନୀୟ ଯେ, ତାଲିବାନ ନେତୃତ୍ୱର ରାଷ୍ଟ୍ରରେ ସଙ୍କଟଗ୍ରସ୍ତ ସଂଖ୍ୟାଲଘୁଙ୍କୁ ବାହାର କରିବାରେ ସରକାରଙ୍କର ପ୍ରୟାସ ଅନୁସାରେ , ରବିବାର ଦିଲ୍ଲୀ ବିମାନ ବନ୍ଦରରେ ଓହ୍ଲେଇ ଥିବା ଏକ ବିଶେଷ ଉଡ଼ାଣରେ ୫୦ ଆଫଗାନ ଶିଖ୍‌ ପହଞ୍ଚିଥିଲେ। କୁହାଯାଉଛି କି ଏହି ଆଫଗାନ ସଂଖ୍ୟାଲଘୁଙ୍କୁ ବାହାର କରିବା ପାଇଁ ଭାରତୀୟ ବିଶ୍ୱ ମଞ୍ଚ ଓ କେନ୍ଦ୍ରର ସମନ୍ୱୟରେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ ସମିତି ଅମୃତସର ଦ୍ୱାରା ଉଡ଼ାଣର ଆୟୋଜନ କରାଯାଇ ଥିଲା। ଆମେ ଭାରତ ସରକାରକୁ ଧନ୍ୟବାଦ ଦେବାକୁ ଚାହୁଁଛୁ କି ସେ ଆମକୁ ତତ୍କାଳ ଭିସା ଦେଲେ ଏବଂ ଆମକୁ ଭାରତ ପହଞ୍ଚିବାରେ ସାହାଯ୍ୟ କଲେ। ଆମ ଭିତରୁ ଅନେକ ଲୋକଙ୍କ ପରିବାର ଏବେବି ରହିଯାଇଛନ୍ତି , କାରଣ ଆଫଗାନିସ୍ତାନରେ ପାଖାପାଖି ୩୦-୩୫ ଲୋକ ଫସି ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking