34.1 C
Bhubaneswar
Saturday, May 18, 2024
Homeଅପରାଧବିବାହର ୩ ବର୍ଷ ପରେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଲା ପତ୍ନୀ

ବିବାହର ୩ ବର୍ଷ ପରେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଲା ପତ୍ନୀ

ବେଙ୍ଗାଲୁରୁ: ବିବାହର ୩ ବର୍ଷ ପରେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ପତ୍ନୀ । ସ୍ୱାମୀ ସମଲିଙ୍ଗୀ ହୋଇଥିବା ନେଇ ଥାନାରେ ଅଭିଯୋଗ ଆଣିଛନ୍ତି ପତ୍ନୀ । ଅଭିଯୋଗ ଅନୁସାରେ, ସ୍ୱାମୀଙ୍କ ମୋବାଇଲ ଯାଞ୍ଚ କରିବା ପରେ ତାଙ୍କର ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ ପତ୍ନୀ । ଯାହାକୁ ନେଇ ସ୍ୱାମୀଙ୍କ ସମେତ ଶାଶୁଘରର ସମସ୍ତ ସଦସ୍ୟଙ୍କ ନାଁରେ ସେ କର୍ଣ୍ଣାଟକ ରାଜଧାନୀ ସ୍ଥିତ ଜ୍ଞାନଭାରତୀ ଥାନାରେ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ, ଅଭିଯୋଗକାରୀ ମହିଳା ଜଣକ ଏକ ମଲ୍ଟି ନାସନାଲ କମ୍ପାନୀରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ସହ ବିବାହ କରିଥିଲେ । ହେଲେ ବିବାହକୁ ବର୍ଷ ପରେ ବର୍ଷ ବିତି ଯାଇଥିଲେ ସୁଦ୍ଧା ଶାରୀରିକ ସମ୍ପର୍କ ରଖିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ମହିଳାଙ୍କ ସ୍ୱାମୀ । ବିବାହକୁ ୩ ବର୍ଷ ବିତିଯିବା ପରେ ମଧ୍ୟ ସ୍ଥିତିରେ ସୁଧାର ଆସିନଥିଲା ।

ନାନା ଆଳ ଦେଖାଇ ପତ୍ନୀଙ୍କଠୁ ଦୂରେଇ ରହୁଥିଲେ ସଂପୃକ୍ତ ବ୍ୟକ୍ତି । ଯାହାକୁ ନେଇ ପତ୍ନୀଙ୍କ ମନରେ ସନ୍ଦେହ ଉପୁଜିଥିଲା । ଅନେକ ଥର ସନ୍ତାନ ସନ୍ତତି ବାବଦରେ ପତ୍ନୀ ଆଲୋଚନା କରିଥିଲେ ମଧ୍ୟ ସ୍ୱାମୀଙ୍କ ବ୍ୟବହାରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନଥିଲା । ଏପରିକି ସ୍ୱାମୀଙ୍କ ସାନଭାଇଙ୍କ ବିବାହ ହୋଇ ତାଙ୍କର ଏକ ସନ୍ତାନ ଜନ୍ମ ନେବା ପରେ ବି ଅଭିଯୋଗକାରୀ ମହିଳାଙ୍କ କୋଳଶୂନ୍ୟ ରହିଥିଲା । ଯାହାକୁ ନେଇ ସନ୍ଦେହ ବଢିବାରୁ ପତ୍ନୀ ଜଣଙ୍କ ସ୍ୱାମୀଙ୍କ ମୋବାଇଲ ଚେକ୍ କରିବା ଆରମ୍ଭ କରିଥିଲେ । ହ୍ୱାଟସାପ, ଫେସବୁକ, ମେସେଞ୍ଜର ଆଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଚେକ୍ କରିବା ବେଳେ ମହିଳାଙ୍କ ପାଦ ତଳୁ ମାଟି ଖସି ପଡିଥିଲା । ସ୍ୱାମୀଙ୍କର ପୁରୁଷବନ୍ଧୁ ରହିଥିବା ସେ ଜାଣିବାକୁ ପାଇଥିଲେ ।

ଅନେକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ମଧ୍ୟ ଦେଖିବାକୁ ପାଇଥିଲେ ସେ । ଯାହା ଦେଖିବା ପରେ ସେ ଭାଙ୍ଗି ପଡିଥିଲେ । ସମଲିଙ୍ଗୀ ସମ୍ପର୍କ ଥିବା କଥା ଜାଣିବା ପରେ ସ୍ୱାମୀଙ୍କୁ ଏ ବାବଦରେ ପଚାରିଥିଲେ । ହେଲେ ଏ ବିଷୟରେ କାହାରିକୁ କହିଲେ ଜୀବନ ହାରିଦେବେ ବୋଲି ସ୍ୱାମୀ ପତ୍ନୀଙ୍କୁ ଧମକ ଦେଇଥିଲେ । ଯାହାକୁ ନେଇ ନିରାଶ ହୋଇ ଶାଶୁଘର ଲୋକଙ୍କ ଆଗରେ ସମସ୍ତ କଥା କହିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ତେବେ ପୁଅର ସମଲିଙ୍ଗୀ ସମ୍ପର୍କ କଥା ଜାଣି ସୁଦ୍ଧା ଯୌତୁକ ବାବଦରେ ପ୍ରାୟ ୧୬୦ ଗ୍ରାମର ସୁନାଗହଣା ସହ ଅନ୍ୟାନ୍ୟ ସାମଗ୍ରୀ ନେଇ ପୁଅର ବିବାହ କରାଇଥିଲେ ପିତାମାତା । ହେଲେ ପରବର୍ତ୍ତୀ ସମୟରେ ବୋହୂ ଆଣିଥିବା ଅଭିଯୋଗକୁ ମଧ୍ୟ ସେମାନେ ଅଣଦେଖା କରିଦେଇଥିଲେ । ଯେଉଁଥିପାଇଁ ସୃଷ୍ଟି ହୋଇଥିବା ଏହି ପାରିବାରିକ କଳହ ବର୍ତ୍ତମାନ ଥାନାରେ ପହଞ୍ଚିଥିବାବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking