34.1 C
Bhubaneswar
Saturday, May 18, 2024
Homeଅପରାଧଏତଲା ପ୍ରତ୍ୟାହାର ନକରିବାରୁ ଦୁଷ୍କର୍ମ ପୀଡିତାଙ୍କୁ ବିବସ୍ତ୍ର କରି ମାଡ !

ଏତଲା ପ୍ରତ୍ୟାହାର ନକରିବାରୁ ଦୁଷ୍କର୍ମ ପୀଡିତାଙ୍କୁ ବିବସ୍ତ୍ର କରି ମାଡ !

କୋଲକାତା: ଜଣେ ସ୍ଥାନୀୟ ରାଜନେତାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ପୋଲିସରେ ଅଭିଯୋଗ କରିଥିଲେ ପୀଡିତା । ହେଲେ ଅଭିଯୁକ୍ତ ପକ୍ଷରୁ ଏତଲା ପ୍ରତ୍ୟାହାର କରିବା ପାଇଁ ବାରମ୍ବାର ମିଳୁଥିଲା ଧମକ । ଏଥିରେ ପୀଡିତାଜଣଙ୍କ ସହମତ ନହେବାରୁ ତାଙ୍କୁ ବିବସ୍ତ୍ର କରି ସଂଘବଦ୍ଧ ଆକ୍ରମଣ ସହ ନିର୍ଯାତନା ଦିଆଯାଇଛି । ଏପରି ଏକ ଘଟଣା ପଶ୍ଚିମବଙ୍ଗର ପୂର୍ବ-ବର୍ଦ୍ଧମାନ ଜିଲ୍ଲାରେ ସାମ୍ନାକୁ ଆସିଛି । ଅଭିଯୁକ୍ତଜଣଙ୍କ ଶାସକ ଦଳ ତୃଣମୂଳ କଂଗ୍ରେସର ଜଣେ ସ୍ଥାନୀୟ ନେତା ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ପୂର୍ବ-ବର୍ଦ୍ଧମାନ ଜିଲ୍ଲାର ମିର୍ଜାପୁର ଅଞ୍ଚଳର ଏହି ପୀଡିତାଜଣଙ୍କ ଗତମାସରେ ସ୍ଥାନୀୟ ଜଣେ ତୃଣମୂଳ କଂଗ୍ରେସ ନେତା ବିପନ ଦାସଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ଏନେଇ ସେ ବିପନ ବିରୋଧରେ ସ୍ଥାନୀୟ ଥାନାରେ ଏତଲା ମଧ୍ୟ ଦେଇଥିଲେ ।

ହେଲେ ପୋଲିସ ଅଭିଯୋଗ ଗ୍ରହଣ କରିବା ପରେ ମଧ୍ୟ ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଏହାର ସୁଯୋଗ ନେଇ ଅଭିଯୁକ୍ତ ପୀଡିତାଙ୍କୁ ଏତଲା ପ୍ରତ୍ୟାହାର କରିବାକୁ ବାରମ୍ବାର ଚାପ ପକାଇବା ସହ ଧମକ ଦେଇଚାଲିଥିଲା । ବାରମ୍ବାର ଚାପ ପକାଇ ବିଫଳ ହେବା ପରେ ଅଭିଯୁକ୍ତ ପୀଡିତାଙ୍କୁ ଆକ୍ରମଣ କରିଥିଲା । ଅଭିଯୁକ୍ତ ରାଜନେତା ବିପନ ଓ ତାର ଏକାଧିକ ସହଯୋଗୀ ପୀଡିତାଙ୍କ ଘରେ ପଶି ତାଙ୍କୁ ଉଲଗ୍ନ କରି ନିସ୍ତୁକ ମାଡ ଦେଇଥିଲେ । ତାଙ୍କ ଘରେ ମଧ୍ୟ ବ୍ୟାପକ ଭଙ୍ଗାରୁଜା କରିଥିଲେ ଦୁର୍ବୃତ୍ତ । ଏଥିରେ ପୀଡିତା ଆହତ ହୋଇଥିଲେ । ଏବେ ଏହି ଘଟଣା ସାମ୍ନାକୁ ଆସିବା ପରେ ବିରୋଧୀ ସିପିଆଇଏମ ପୋଲିସ ଓ ନ୍ୟାୟିକ ବ୍ୟବସ୍ଥା ଉପରେ ବର୍ଷିଛି । ଅଭିଯୁକ୍ତ ଶାସକ ଟିଏମସିର ଜଣେ କାର୍ଯ୍ୟକର୍ତ୍ତା ହୋଇଥିବାରୁ ପୋଲିସ ତାକୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ପୋଲିସ ଦୁଷ୍କର୍ମ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅଭିଯୋଗରେ ମୁହଁ ଖୋଲିନଥିବା ବେଳେ ତଦନ୍ତ ଜାରି ରହିଥିବା କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking