29.4 C
Bhubaneswar
Saturday, May 4, 2024
Homeଅପରାଧବିବାହର ୨ ଦିନ ପରେ ପ୍ରେମିକ ସହ ଗପୁଥିଲେ ନବବଧୂ, ଏସିଡ୍ ପକାଇଦେଲେ ଶାଶୁଘର

ବିବାହର ୨ ଦିନ ପରେ ପ୍ରେମିକ ସହ ଗପୁଥିଲେ ନବବଧୂ, ଏସିଡ୍ ପକାଇଦେଲେ ଶାଶୁଘର

ଲକ୍ଷ୍ନୌ: ବିବାହକୁ ମାତ୍ର ୨ ଦିନ ହୋଇଥିଲା । କିନ୍ତୁ ପ୍ରେମିକକୁ ଭୁଲି ପାରିନଥିଲେ ନବବଧୂ । ଫୋନରେ ବାରମ୍ବାର ବାର୍ତ୍ତାଳାପ କରିବାରୁ ନୂଆ ବୋହୂର ପ୍ରେମ ସମ୍ପର୍କ ବିଷୟରେ ଜାଣିବାକୁ ପାଇଲେ ଶାଶୁଘର ଲୋକେ । ପରେ ଖବର ଯାଇ ପହଞ୍ଚିଥିଲା ଝିଅର ବାପାଙ୍କ ପାଖରେ । ଏଥିରେ ଉତକ୍ଷିପ୍ତ ହୋଇ ମହିଳାଙ୍କ ଉପରେ ଏସିଡ ଫୋପାଡିଲେ ତାଙ୍କ ବାପା ଓ ଦିଅର । ଗୁରୁତର ଅବସ୍ଥାରେ ଜଙ୍ଗଲ ରାସ୍ତାରୁ ଉଦ୍ଧାର ହେଲେ ମହିଳା । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ବରେଲିରେ ।

ମହିଳା ଜଣଙ୍କୁ ପୋଲିସ ହସ୍ପିଟାଲରେ ଭର୍ତ୍ତି କରିବା ପରେ ୨ ଅଭିଯୁକ୍ତଙ୍କୁ ହତ୍ୟା ଉଦ୍ୟମ ଦର୍ଶାଇ ଗିରଫ କରାଯାଇଛି । ଗତ ୨୫ ତାରିଖ ଦିନ ଆଗ୍ରାସ ଗ୍ରାମର ଏକ ରାସ୍ତା ଗଡ ଜଙ୍ଗଲରୁ ପୋଲିସ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ଏହାପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ,” ଆଗ୍ରାସ ଗ୍ରାମର ଜଙ୍ଗଲରୁ ମହିଳାଙ୍କୁ ଉଦ୍ଧାର କରି ଆମେ ହସ୍ପିଚାଲରେ ଭର୍ତ୍ତି କରିଥିଲୁ । ମହିଳା ଜଣଙ୍କ ବିବାହିତା ହୋଇଥିବା ବେଳେ ତାଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । ଯାହା ତାଙ୍କ ବାପା ଜାଣିବା ପରେ ତିନି ଜଣ ସମ୍ପର୍କୀୟଙ୍କ ସହ ମିଶି ଏସିଡ୍ ପକାଇ ଝିଅକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ରହିଥିଲେ ମଧ୍ୟ ପରିଚୟ ଦେବା ସହ ପୁରା ଘଟଣା ସମ୍ପର୍କରେ ପୋଲିସକୁ କହିଥିଲେ ।

ତେବେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ବର୍ତ୍ତମାନ ଫେରାର ରହିଛନ୍ତି ।” ଦୁଇ ଅଭିଯୁକ୍ତଙ୍କୁ ପଚାରାଉଚରା କରୁଛି ପୋଲିସ । ଶୌଚାଳୟ ସଫା ହେଉଥିବା ଏସିଡରେ ସେମାନେ ମହିଳା ଜଣଙ୍କୁ ଆକ୍ରମଣ କରିଥିବା କଥା କହିଛନ୍ତି । ପୀଡିତା ଜଣଙ୍କ ବିବାହ ପରେ ନିଜ ପ୍ରେମିକକୁ ଭୁଲି ପାରିନଥିଲେ । ସେ ଫୋନରେ ବାରମ୍ବାର କଥା ହେଉଥିଲେ । ଶାଶୁଘରେ ଥାଇ ମଧ୍ୟ ଲଗାତାର ଫୋନରେ ବାର୍ତ୍ତାଳାପ କରୁଥିଲେ । ନୂଆ ବୋହୂ ଜଣଙ୍କ ବାରମ୍ବାର ଫୋନରେ ଗପୁଥିବାରୁ ଶାଶୁଘର ଲୋକେ ବିରକ୍ତି ପ୍ରକାଶ କରିଥିଲେ । ପରେ ବୋହୂର ପ୍ରେମ ସମ୍ପର୍କ ବିଷୟରେ ଜାଣିବାକୁ ପାଇ ତାଙ୍କ ବାପାଙ୍କୁ ଜଣାଇଥିଲେ । ପରେ ମହିଳା ଜଣଙ୍କୁ ହତ୍ୟା ପାଇଁ ଉଦ୍ୟମ କରିଥିଲେ । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଚୋତାରାମ ଓ ଦିନେଶ । ବର୍ତ୍ତମାନ ପୋଲିସ ଉଭୟଙ୍କୁ ପଚରାଉଚରା କରୁଛି । ଅନ୍ୟ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking