30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଆଫଗାନିସ୍ତାନର ଗୁଜରଗାହା ମସଜିଦରେ ବିସ୍ଫୋରଣ, ୧୫ ଜଣଙ୍କ ମୃତ୍ୟୁ

ଆଫଗାନିସ୍ତାନର ଗୁଜରଗାହା ମସଜିଦରେ ବିସ୍ଫୋରଣ, ୧୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆଫଗାନିସ୍ତାନର ହେରାଟର ଗୁଜରଗାହା ମସଜିଦରେ ଶୁକ୍ରବାର ପ୍ରାର୍ଥନା ସମୟରେ ଏକ ବିସ୍ଫୋରଣ ଘଟିଥିଲା। ଟୋଲୋ ନ୍ୟୁଜ୍ ଅନୁଯାୟୀ, ମସଜିଦର ଇମାମ ମୁଜିବ ଇମାମ ରେହମାନ ଅନସାରୀଙ୍କ ବିସ୍ଫୋରଣରେ ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ ଇମାମଙ୍କ ସମେତ ୧୫ ଜଣ ପ୍ରାଣ ହରାଇଛନ୍ତି। ଆତ୍ମଘାତୀ ଆକ୍ରମଣ ଯୋଗୁଁ ଏହି ବିସ୍ଫୋରଣ ଘଟିଥିବା ହେରାଟ ରାଜ୍ୟପାଳଙ୍କ ମୁଖପାତ୍ର କହିଛନ୍ତି। କୁହାଯାଏ ଯେ ମସଜିଦ ଭିତରେ ଶୁକ୍ରବାର ପ୍ରାର୍ଥନା ବେଳେ ଏହି ବିସ୍ଫୋରଣ ଘଟିଛି। ହେରାଟ ପୋଲିସର ମୁଖପାତ୍ର ମହମୁଦ ରସୋଲି କହିଛନ୍ତି ଯେ ମସଜିଦ ଯିବା ବାଟରେ ମୁଜିବ ରେହମାନ ଅନସାରୀଙ୍କ ସହ ତାଙ୍କର କିଛି ସହଯୋଗୀ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତାଲିବାନ କହିଛି ଯେ ପ୍ରାୟ ଏକ ବର୍ଷ ପୂର୍ବେ କ୍ଷମତା ଗ୍ରହଣ କରିବା ପରଠାରୁ ସେମାନେ ଦେଶରେ ସୁରକ୍ଷାକୁ ସୁଦୃଢ କରିଛନ୍ତି, କିନ୍ତୁ ଗତ କିଛି ମାସ ମଧ୍ୟରେ ମସଜିଦକୁ ଟାର୍ଗେଟ କରି ଅନେକ ବିସ୍ଫୋରଣ ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking