ଭୁବନେଶ୍ୱର : ପୂର୍ବତନ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦକ ଆଡଭୋକେଟ ମାନସ ମଲିକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ତଥା କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ପ୍ରଭାରୀ ଭାବେ ନୂତନ ନିଯୁକ୍ତି ପାଇଛନ୍ତି । ପେଷାରେ ଜଣେ ଆଇନଜୀବି ତଥା ଛାତ୍ର ଜୀବନରୁ କଂଗ୍ରେସ ଦଳ ସହିତ ଜଡ଼ିତ ରହି ଆଡଭୋକେଟ ମଲିକ ବିଗତ ଦିନରେ ଯୁବ କଂଗ୍ରେସର ରାଜ୍ୟ ଉପସଭାପତି, ରାଷ୍ଟ୍ରୀୟ ସମ୍ପାଦକ (ଆନ୍ଧ୍ରପ୍ରଦେଶ ପ୍ରଭାରୀ) ଏଆଇସିସି ପଂଚାୟତିରାଜ ବିଭାଗର ରାଷ୍ଟ୍ରୀୟ ଆବାହକ (ପଶ୍ଚିମବଙ୍ଗ ପ୍ରଭାରୀ), ନେତୃତ୍ୱ ବିକାଶ ମିଶନର ରାଷ୍ଟ୍ରୀୟ ଆବାହକ, କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଇତ୍ୟାଦି ପଦବୀରେ ସୂଚାରୁରୂପେ କାର୍ଯ୍ୟ ସମ୍ପାଦନ କରିସାରିଛନ୍ତି । ଆଡଭୋକେଟ ମଲିକ ଓଡ଼ିଶାର ଏକମାତ୍ର ଦଳିତ ବର୍ଗର ଯୁବକ ଯିଏକି ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଂପାଦକ ଭାବେ କାର୍ଯ୍ୟ ନିର୍ବାହ କରିଅଛନ୍ତି । ତଥା ଭାରତବର୍ଷର ୧୪ ଟି ବିଭିନ୍ନ ରାଜ୍ୟରେ ଏଆଇସିସି ତଥା ଭାରତୀୟ ଯୁବ କଂଗ୍ରେସର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଅଛନ୍ତି ।
ତାଙ୍କ ନୂତନ ନିଯୁକ୍ତିରେ ଆଡଭୋକେଟ ମଲିକ କଂଗ୍ରେସ ଦଳର ସର୍ବମାନ୍ୟ ନେତା ଶ୍ରୀ ରାହୁଲ ଗାନ୍ଧୀଜୀ, ଏଆଇସିସି ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜ୍ଜୁନ ଖଡ଼ଗେଜୀ, ଏଆଇସିସି ରାଜ୍ୟ ପ୍ରଭାରୀ ଡ. ଅଜୟ କୁମାର, ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ଏଆଇସିସି ଏସସି ଏସଟି ଓବିସି ତଥା ସଂଖ୍ୟାଲଘୁ ବିଭଗାର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ କେ ରାଜୁ, ରାଜୀବ ଗାନ୍ଧୀ ପଂଚାୟତ ରାଜ ବିଭାଗର ରାଷ୍ଟ୍ରୀୟ ଅଧ୍ୟକ୍ଷା ସୁଶ୍ରୀ ମିନାକ୍ଷୀ ନଟରାଜନ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ହର୍ଷବଦ୍ଧନ ସକପାଲ, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ଭକ୍ତଚରଣ ଦାସ, ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା, ଶ୍ରୀ ପ୍ରସାଦ ହରିଚନ୍ଦନ, ଏଆଇସିସି ସମ୍ପାଦକ ଶ୍ରୀ ଖ୍ରୀଷ୍ଟଫର ତିଳକ, ସାହାନୱାଜ ହୁସେନ ତଥା କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ କଂଗ୍ରେସ କର୍ମକର୍ତାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି ।