24.1 C
Bhubaneswar
Tuesday, February 18, 2025
Homeଦେଶ ବିଦେଶଅଧିର ରଞ୍ଜନ ଚୌଧୁରୀ ଗୃହରୁ ସସ୍‌ପେଣ୍ଡ

ଅଧିର ରଞ୍ଜନ ଚୌଧୁରୀ ଗୃହରୁ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ଅଧିର ରଞ୍ଜନ ଚୌଧୁରୀ ସସ୍‌ପେଣ୍ଡ । କଂଗ୍ରେସ ସଦସ୍ୟ ଅଧିର ରଞ୍ଜନ ଚୌଧୁରୀଙ୍କୁ ଗୃହରୁ ସସ୍‌ପେଣ୍ଡ କରାଯାଇଛି । ଗୃହରେ ବାରମ୍ବାର ଅଶୋଭନୀୟ ଆଚରଣ ପାଇଁ ତାଙ୍କୁ ସସ୍‌ପେଣ୍ଡ କରାଯାଇଛି । ପ୍ରିଭିଲେଜ୍ କମିଟି ରିପୋର୍ଟ ଦେବା ପର୍ଯ୍ୟନ୍ତ ସସ୍‌ପେଣ୍ଡ ରହିବେ ଅଧିର । ତାଙ୍କ ଆଚରଣ ନେଇ ଆପତ୍ତି ଉଠାଇଥିଲେ ଖୋଦ୍ ବାଚସ୍ପତି । ଅନ୍ୟପଟେ ଆଜି ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଲୋକସଭାରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାସ୍ଥା ପ୍ରସ୍ତାବ ଉପରେ ନିଜର ପକ୍ଷ ରଖୁଥିବା ବେଳେ ଏହାକୁ ବିରୋଧ କରି କକ୍ଷ ତ୍ୟାଗ କରିଥିଲେ ବିରୋଧୀ ମେଣ୍ଟ ଇଣ୍ଡିଆର ସମସ୍ତ ସାଂସଦ ।

ବିରୋଧୀ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ବିବୃତି ରଖନ୍ତୁ ବୋଲି ଦାବି କରି ନିରାଶ ହେବା ପରେ ଏପରି ପଦକ୍ଷେପ ନେଇଛନ୍ତି । ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ପ୍ରାୟ ୫.୦୮ରୁ ଅନାସ୍ଥା ପ୍ରସ୍ତାବ ଉପରେ ଭାଷଣ ଆରମ୍ଭ କରିଥିଲେ । ସେ ପ୍ରଥମରୁ ବିରୋଧୀଙ୍କ ଉପରେ ବର୍ଷିଥିଲେ । ନିଜ ସରକାରର ସଫଳତା ବଖାଣିଥିଲେ । ଏଥିସହ ସେ କ୍ରମାଗତ ଭାବେ କଂଗ୍ରେସ ଓ ନିକଟରେ ବିରୋଧୀ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟକୁ ସମାଲୋଚନା କରିଥିଲେ । ଭାରତର ଅର୍ଥନୀତି ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ । ପ୍ରାୟ ୨ ଘଣ୍ଟା ଧରି ମୋଦି ଏସବୁ ବିଷୟରେ କହିଥିଲେ ମଧ୍ୟ ମଣିପୁର ପ୍ରସଙ୍ଗ ଉଠାଇ ନଥିଲେ । ତେଣୁ ବିରୋଧୀ ଅସନ୍ତୋଷ ପ୍ରକାଶ କରି କକ୍ଷ ତ୍ୟାଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking