31.1 C
Bhubaneswar
Monday, May 20, 2024
Homeଓଡିଶାଯାତ୍ରୀଙ୍କୁ ବାଧୁଛି ଅତିରିକ୍ତ ଭଡ଼ା !

ଯାତ୍ରୀଙ୍କୁ ବାଧୁଛି ଅତିରିକ୍ତ ଭଡ଼ା !

ରାଉରକେଲା: ଦକ୍ଷିଣ ରାଉରକେଲା ସାରନଗରୀ ଅଂଚଳରୁ ପ୍ରତିଦିନ ଶହଶହ ବ୍ୟକ୍ତି ପେଟପାଟଣା ପାଇଁ ରାଉରକେଲାର ବିଭିନ୍ନ ଅଂଚଳକୁ ବସ ଅବା ଅଟୋରେ ଯାତ୍ରା କରିଥାନ୍ତି । ବିଗତ ପାଂଚ ବର୍ଷ ତଳେ ଦକ୍ଷିଣ ରାଉରକେଲାରୁ ରାଉରକେଲାକୁ ଯାତ୍ରିବାହୀ ବସ ଅବା ଅଟୋରେ ଗଲେ ୧୦ରୁ ୧୫ ଟଙ୍କା ଲାଗୁଥିବା ବେଳେ, ବର୍ଦ୍ଦିତ ତୈଳଦର ଯୋଗୁ ଭଡ଼ା ମଧ୍ୟ ଦ୍ୱିଗୁଣିତ ହୋଇ ଯାଇଛି । ଯାହାକି ଗରିବ, ଖଟିଖିଆ ଶ୍ରମିକଙ୍କ ପକେଟକୁ ସିଧାସଳଖ ବାଧୁଛି ବୋଲି ସ୍ଥାନୀୟ ଅଂଚଳରେ ଆଲୋଚନା ଜୋର ଧରିଛି । କରୋନା ମହାମାରୀ ପରେ ଆରମ୍ଭ ହୋଇ ଯାଇଥିଲା ଲକଡାଉନ ସ ସଟଡାଉନର ପ୍ରକ୍ରିୟା । ଏହି ସମୟରେ ରାଜପଥରେ ଯାତ୍ରୀବାହୀ ଗାଡ଼ି ଚଳାଚଳ ଉପରେ ରୋକ ଲଗାଯାଇ  ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ରହିଲା । ଯାହାଫଳରେ ସାରନଗରୀରେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଅଧିକାଂଶ ଅଟୋ ଚାଳକ ପ୍ରଭାବିତ ହୋଇଥିବା ବେଳେ, ଏହାର ପରୋକ୍ଷ ପ୍ରଭାବ ଏବେ ଯାତ୍ରୀ ମାନଙ୍କ ଉପରେ ପଡୁଥିବା ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଛି ।  ଲକ ଡାଉନ ପୂର୍ବରୁ ସାରନଗରୀରୁ ରାଉରକେଲାର ସାରନା ଛକ, ଟ୍ରାଫିକ ଗେଟ, ବିଶ୍ରା ଛକକୁ ଜଣେ ଯାତ୍ରୀ ପିଛା ଭଡ଼ା ୨୦ ଟଙ୍କା ରହିଥିବା ବେଳେ, ବର୍ତମାନ ଅନଲକ ପିରିୟଡ଼ରେ ଏହା ୨୫ରୁ ୩୦ ଟଙ୍କାକୁ ବୃଦ୍ଧି ହୋଇଛି । ଯାହା ଦ୍ୱାରା ବହୁ ଯାତ୍ରୀ ଆର୍ଥିକ ଭାବେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି ।  ଭଡ଼ା ବୃଦ୍ଧି ସାରନଗରୀ ବାସିନ୍ଦା ପାଇଁ ଏକ ଅସ୍ଥାୟୀ ସମସ୍ୟା ଭାବେ ମୁଣ୍ଡ ଟେକିଛି କହିଲେ ବୋଧେ ଭୁଲ ହେବ ନାହିଁ । ଅପରପକ୍ଷରେ କରୋନା କାଳରେ ଲୋକେ ବସ ଅବା ଅଟୋରେ ଆବଶ୍ୟକ ଯାତ୍ରୀ ନହେବା କାରଣରୁ ଅଟୋ ଚାଳକ  ମାନେ ମଧ୍ୟ ଅନେକ ସମୟରେ କ୍ଷତିର ସମ୍ମୁଖୀନ ହେଉଛନ୍ତି ।  ଯାତ୍ରୀ ମାନେ ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରଖି ଯାତ୍ରା କରିବାକୁ ପ୍ରଶାସନ ପକ୍ଷରୁ ସତର୍କବାଣୀ ଦିଆଯାଇଥିବା ବେଳେ, ଅଟୋରେ କମ ସଂଖ୍ୟକ ଯାତ୍ରୀ ପରିବହନ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି । ଏପରିସ୍ଥଳେ ଭଡ଼ା ବୃଦ୍ଧି ଯୋଗୁ ଏହାର ବୋଝ ଯାତ୍ରୀ ମାନଙ୍କ ଉପରେ ପଡ଼ୁଛି । ଭଡ଼ା ବୃଦ୍ଧି ଭଳି ଏପରି ଅସ୍ଥାୟୀ ସମସ୍ୟା ଏବେ ସାରନଗରୀ ବାସିନ୍ଦାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହି ଭଡ଼ାବୃଦ୍ଧି ସମସ୍ୟାରୁ ନିସ୍ତାର ପାଇବାକୁ  ଲୋକେ ଯେନତେଣ ପ୍ରକାରଣେ ଦୁଇ ଚକିଆ ଯାନ ଅବା ସାଇକେଲରେ ରାଉରକେଲାକୁ  ବିଭିନ୍ନ କାର୍ଯ୍ୟରେ ଯାତ୍ରା କରୁଥିବା  ପ୍ରତିଦିନ ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking