ଲାହୋର: ପାକିସ୍ତାନର ସମସ୍ୟା କମିବାର ନାମ ନେଉନାହିଁ। ଅର୍ଥିକ ଅବସ୍ଥା, ବନ୍ୟା ଓ ଖାଦ୍ୟ ସଙ୍କଟ ସହ ସଂଘର୍ଷ କରୁଥିବା ପାକିସ୍ତାନ ସାମ୍ନାରେ ଏବେ ଏକ ନୂତନ ସମସ୍ୟା ଉପୁଜିଛି। କହିବାକୁ ଗଲେ ପାକିସ୍ତାନ ଏବେ ସବୁ ଦିଗରୁ ଅସୁବିଧାରେ ପଡିଯାଇଛି | ବାସ୍ତବରେ ପାକିସ୍ତାନ ଅଧିକୃତ କାଶ୍ମୀରର ଗିଲଗିଟ-ବାଲ୍ଟିସ୍ତାନ ପୁଣି ଥରେ ପାକିସ୍ତାନ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ବାସ୍ତବରେ ଏଠାକାର ଲୋକମାନେ ପାକିସ୍ତାନ ସରକାରଙ୍କ ଭେଦଭାବ ଓ ଅତ୍ୟାଚାର ନୀତିକୁ ନେଇ ଅତ୍ୟନ୍ତ କ୍ରୋଧିତ ଅଛନ୍ତି | ଏଠାକାର ଶତାଧିକ ଲୋକ ଭାରତର ଲଦାଖରେ ସେମାନଙ୍କୁ ମିଶାଇଦେବାକୁ ଦାବି କରିଛନ୍ତି। ଗିଲଗିଟ ବାଲ୍ଟିସ୍ତାନର ଲୋକଙ୍କ ଅସନ୍ତୋଷ ସୋସିଆଲ ମିଡିଆରେ ଏବେ ଦେଖିବାକୁ ମିଳୁଛି ।
ଏକ ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ ଗିଲଗିଟ-ବାଲ୍ଟିସ୍ତାନରେ ଏକ ରାଲି ଚାଲିଛି, ଯେଉଁଠାରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଅଛନ୍ତି। ଏହି ରାଲିରେ କାର୍ଗିଲ ରାସ୍ତା ଖୋଲିବାକୁ ଏବଂ ଭାରତର କେନ୍ଦ୍ରଶାସିତ ଅଂଚଳ ଲଦାଖର କାର୍ଗିଲ ଜିଲ୍ଲାରେ ବାଲଟିସ୍ତାନକୁ ମିଶାଇ ଦେବାକୁ ଦାବି କରୁଛନ୍ତି । ପାକିସ୍ତାନ ସରକାରଙ୍କ ବିରୋଧରେ ଗତ ୧୨ଦିନ ଧରି ଏଠାରେ ବିରୋଧ ପ୍ରଦର୍ଶନ ଚାଲିଛି। ଗିଲଗିଟ ବାଲ୍ଟିସ୍ତାନର ଲୋକମାନେ ଗହମ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଉପରେ ସବସିଡି ଲାଗୁ, ବେଆଇନ ଜମି ଅଧିଗ୍ରହଣ ଏବଂ ପ୍ରାକୃତିକ ସମ୍ପଦର ଶୋଷଣ ଭଳି ଅନେକ ପ୍ରସଙ୍ଗ ଉଠାଇଛନ୍ତି |
ଉଲ୍ଲେଖ ଥାଉ କି ଏହି ଅଞ୍ଚଳରେ ଦୀର୍ଘ ଦିନ ଧରି ପାକିସ୍ତାନୀ ସେନା ଏବଂ ସରକାରଙ୍କ ବିରୋଧରେ ପ୍ରତିବାଦ ଚାଲିଆସିଛି।