ଭୁବନେଶ୍ବର: ଓଲିଉଡ଼ ଅଭିନେତ୍ରୀ ବିଦୁସ୍ମିତା ମହାନ୍ତି ଠକାମିର ଶିକାର ହୋଇଛନ୍ତି। ଜମି କିଣାଇବାକୁ କହି ଜଣେ ବିଲ୍ଡର ଓଲିଉଡ୍ ଅଭିନେତ୍ରୀଙ୍କଠାରୁ ଟଙ୍କା ଠକି ନେଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ଅଭିନେତ୍ରୀ। ଠକେଇର ଶିକାର ବିଦୁସ୍ମିତା ମନ୍ତ୍ରୀଙ୍କ ସୂଚନାନୁସାରେ, ବିଦୁସ୍ମିତା ୨୦୧୯ରେ ଜମି କିଣିବା ପାଇଁ ରିୟଲ ଡେଭଲପର୍ସ ଆଣ୍ଡ କନଷ୍ଟ୍ରକସନ୍ ଲିମିଟେଡ୍ ନାମକ ଏକ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅରୁଣଜ୍ୟୋତି ପଟ୍ଟନାୟକ ତାଙ୍କୁ କଳିଙ୍ଗ ବିହାରରେ ଏକ ଜମି ଦେବେ ବୋଲି କହିଥିଲେ। ଚୁକ୍ତି ମୁତାବକ ଜମି କିଣିବା ପୂର୍ବରୁ ଅଗ୍ରୀମ ୧୫ଲକ୍ଷ ଟଙ୍କା ଏବଂ ପଂଜୀକରଣ କରିବା ପରେ ବକେୟା ଟଙ୍କା ବିଦୁସ୍ମିତା ସଂସ୍ଥାକୁ ଦେବେ ବୋଲି ନିଷ୍ପତ୍ତି ହୋଇଥିଲା।