26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶଯୋଦ୍ଧା ଆକବର ଅଭିନେତ୍ରୀ ମନୀଷା ଯାଦବଙ୍କ ଦେହାନ୍ତ

ଯୋଦ୍ଧା ଆକବର ଅଭିନେତ୍ରୀ ମନୀଷା ଯାଦବଙ୍କ ଦେହାନ୍ତ

ମୁମ୍ବାଇ : ଟିଭି ଇଣ୍ଡଷ୍ଟ୍ରିର ଏକ ଆଶ୍ଚର୍ଯ୍ୟଜନକ ଖବର ଶୁଣିବାକୁ ଆସୁଛି । ସୂଚନା ମୁତାବକ ଟିଭି ସୋ ଯୋଦ୍ଧା ଅରକବର ସଲିମା ବେଗମ୍ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ମନୀଷା ଯାଦବଙ୍କ ଦେହାନ୍ତ ହୋଇଛି । ଖବର ଅନୁଯାୟୀ ମନୀଷାଙ୍କ ମସ୍ତିଷ୍କରେ ରକ୍ତସ୍ରାବ ହୋଇଥିଲା ଏବଂ ଅକ୍ଟୋବର ୧ ଶୁକ୍ରବାର ଦିନ ମାତ୍ର ୨୯ ବର୍ଷ ବୟସରେ ସେ ବିଶ୍ୱକୁ ବିଦାୟ ଦେଇଥିଲେ । ମନୀଷାଙ୍କ ମୃତ୍ୟୁ ଖବର ପାଇ ପୁରା ଟିଭି ଇଣ୍ଡଷ୍ଟ୍ରି ଆଶ୍ଚର୍ଯ୍ୟଚକିତ ହୋଇଯାଇଛି । ଏଥି ସହ ତାଙ୍କ ସହ କାମ କରୁଥିବା ତାଭ୍‌କ କୋ ଷ୍ଟାର ପ୍ୟାରୀ ଶର୍ମା ତାଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି । ନିଜ ଇନଷ୍ଟାଗ୍ରାମ କାହାଣୀରେ ମନୀଷାର ଏକ ଚିତ୍ର ସେୟାର କରି ପ୍ୟାରୀ ଲେଖିଛନ୍ତି “ଏହି ଖବର ଅତ୍ୟନ୍ତ ହୃଦୟ ବିଦାରକ । ଇଟିମସ ସହିତ କଥା ହେଉଥିବା ବେଳେ ପ୍ୟାରୀ ପ୍ରକାଶ କରିଛନ୍ତି ଯେ ସୋ ପରେ ଆମେ ଏକ ହ୍ୱାଟସପ ଗ୍ରୁପ ତିଆରି କରିଛୁ ଏବଂ ନିଷ୍ପତି ନିଆଯାଇଛି ଯେ ପ୍ରତ୍ୟେକ ଅଭିନେତା ସେମାନଙ୍କ ଜୀବନ ଅପଡେଟ ପଠାଇବେ । ଯାହା ଫଳରେ ଆମେ ସମସ୍ତେ ସଂଯୁକ୍ତ ରହିପାରିବା । ପ୍ୟାରୀ କହିଛନ୍ତି ଯେ ମନରଷାଙ୍କର ୧ ବର୍ଷର ଶିଶୁ ଅଛି । ସୁଟିଂ ସମୟରେ ଆମେ ଦୁହେଁ ଭଲ ସମୟ କଟାଇଥିଲୁ । ତାଙ୍କଠାରୁ ଏପରି ଖବର ଶୁଣିବା ହୃଦୟ ଭାଙ୍ଗୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking