22.1 C
Bhubaneswar
Saturday, January 11, 2025
Homeବ୍ରେକୀଙ୍ଗକୋର୍ଟ ଗଲେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କୋର୍ଟ ଗଲେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ଓଲିଉଡ କ୍ୱିନ ବର୍ଷା ପ୍ରିୟଦର୍ଶିନୀ ନିଜର ଭରଣପୋଷଣ ପାଇଁ ଏସଡିଜେଏମ କଟକ ସଦରଙ୍କ ନିକଟରେ ଆବେଦନ କରିଥିବା ଖବର ଆସିଛି । ସିଆରଏଲଏମସି ୯୪/୨୦୨୦ରେ ପ୍ରୋଟେକସନ ଅଫଂ ଓମେନ୍ ଫ୍ରମ୍ ଡୋମେଷ୍ଟିକ ଭାଓଲେନ୍ସ ଆକ୍ଟ ୨୦୦୫ରେ ଦଫା ୧୨,୧୭,୧୮,୧୯,୨୦, ଓ ୨୨ରେ ମକଦ୍ଦମା ଦାୟର ହୋଇଛି । ତେବେ ଆଉ କାହା ନାଁରେ ନୁହେଁ ନିଜ ସ୍ୱାମୀ ତଥା ଓଲିଉଡ ଷ୍ଟାର ଅନୁଭବ ମହାନ୍ତ ତଥା କେନ୍ଦ୍ରାପଡା ସାଂସଦଙ୍କ ନାଁରେ ସେ ଏହି ମାମଲା ଦାୟର କରିଛନ୍ତି । ବର୍ଷା କହିଛନ୍ତି , ଅନୁଭବ ହେଉଛନ୍ତି ଜଣେ ମଦ୍ୟପ ଏବଂ ମଧୁମେହ ରୋଗୀ । ମୋ ଉପସ୍ଥିତିରେ ଅନୁଭବ ନିଜର ମଦ୍ୟପ ବନ୍ଧୁମାନଙ୍କ ସହ ମିଶି ନିଜ ରୁମରେ ମଦ୍ୟପାନ କରନ୍ତି । ଏବଂ ମୋତେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଛନ୍ତି । ହେଲେ ମୁଁ ବିରୋଧ କରିବାରୁ ମୋତେ ଧକ୍କା ମାରି ନିଜ ଘରୁ ବାହାର ମଧ୍ୟ କରିଦେଇଛନ୍ତି । ଖାଲି ଏତିକି ନୁହେଁ, ବରଂ ସିନେମା ଜଗତର ଅନ ଝିଅମାନଙ୍କ ସହ ଅନୁଭବଙ୍କର ସଂପର୍କ ରହିଛି । ତେବେ ନିଜ ଅଭିଯୋଗରେ ବର୍ଷା ଅନୁଭବଙ୍କ ନିକଟରୁ ଘର ଭଡା ବାବଦରେ ୨୦ ହଜାର ଟଙ୍କା, ମାସିକ ଭରଣପୋଷଣ ପାଇଁ ୫୦ ହଜାର ଟଙ୍କା, କ୍ଷତିପୂରଣ ବାବଦକୁ ୧୩ କୋଟି ଟଙ୍କା ଏବଂ ସ୍ୱାସ୍ଥ୍ୟରେ ଚିକିତ୍ସା ଓ ରୋଜଗାର ହରାଇବାରୁ କ୍ଷତିପୂରଣ ବାବଦକୁ ୨ କୋଟି ଟଙ୍କା ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking