28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶପଞ୍ଜାବରେ ହାରିଲେ ସୋନୁ ସୁଦଙ୍କ ଭଉଣୀ ମାଲବିକା

ପଞ୍ଜାବରେ ହାରିଲେ ସୋନୁ ସୁଦଙ୍କ ଭଉଣୀ ମାଲବିକା

ପଞ୍ଜାବରେ ହାରିଲେ ସୋନୁ ସୁଦଙ୍କ ଭଉଣୀ ମାଲବିକା
ପଞ୍ଜାବ: ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ପ୍ରଥମଥର ପାଇଁ ଆମ ଆଦମି ପାର୍ଟି ପଞ୍ଜାବରେ ସରକାର ଗଢ଼ିବାକୁ ଯାଉଛି । ଇତିମଧ୍ୟରେ ମୋଗା ସିଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ବଲିଉଡ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଲବିକା ସୁଦ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ୁଥିଲେ । କିନ୍ତୁ ମାଲବିକାଙ୍କୁ ଆପ୍ ପ୍ରାର୍ଥୀ ଡା. ଅମନଦୀପ ଅରୋଡ଼ା ହରାଇ ଦେଇଛନ୍ତି ।
ସୂଚନାଯୋଗ୍ୟ, ପଞ୍ଜାବର ମୋଗା ସିଟରୁ କଂଗ୍ରେସ ୧୯୭୭ରୁ ୨୦୧୨ ପର୍ଯ୍ୟନ୍ତ ଲଗାତାର ଭାବେ ନିର୍ବାଚନ ଜିତିଥିଲା । ୨୦୧୭ରେ କଂଗ୍ରେସ ଏଠାରେ ସରକାର ଗଠନ କରିଥିଲା । କ୍ୟାପ୍‌ଟେନ୍ ଅମରିନ୍ଦର ସିଂ ନେତୃତ୍ୱରେ କଂଗ୍ରେସ ସେଠାରେ ସରକାର ଗଠନ କରିଥିଲା । କିନ୍ତୁ ଗୋଷ୍ଠୀ କନ୍ଦଳ ଧୀରେ ଧୀରେ ଅମରିନ୍ଦର ସରକାରଙ୍କୁ ଗ୍ରାସ କରିଥିଲା । ନବଜୋତ୍ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସରେ ଯୋଗଦେବା ପରେ ଦ୍ୱନ୍ଦ୍ୱ ଆରମ୍ଭ ହୋଇଯାଇଥିଲା । ଯେତେବେଳେ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ହେଲେ, ସେତେବେଳେ ଅମରିନ୍ଦରଙ୍କୁ ଶକ୍ତ ଝଟକା ଲାଗିଥିଲା । ଶେଷରେ କଂଗ୍ରେସ ଅଣଦେଖା କରୁଥିବା ଅଭିଯୋଗ କ୍ୟାପ୍‌ଟେନ୍ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ କଂଗ୍ରେସ ଛାଡିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking