27.1 C
Bhubaneswar
Friday, August 12, 2022
Homeଉତ୍ତରାଖଣ୍ଡ ରାଜନୀତିଉତ୍ତରାଖଣ୍ଡରେ ହାରିଗଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

ଉତ୍ତରାଖଣ୍ଡରେ ହାରିଗଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

ଡେରାଡୁନ : ଉତ୍ତରାଖଣ୍ଡରେ ବିଜେପି ଏକ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ସତ୍ତ୍ୱେ ଏକ ଝଟକାର ସମ୍ମୁଖୀନ ହୋଇଛି । ଉଦ୍ଧମ ସିଂ ନଗରର ଖାତିମା ଆସନରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିର୍ବାଚନ ହାରିଯାଇଛନ୍ତି । ସେ କଂଗ୍ରେସ ପ୍ରାର୍ଥୀ ଭୁବନ ଚନ୍ଦ୍ର କାପ୍ରିଙ୍କଠାରୁ ୭ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି । ଏହି ଆସନରୁ ଧାମି ୨୦୧୨ ଓ ୨୦୧୭ ନିର୍ବାଚନରେ ବିଜୟୀ ହୋଇଥିଲେ । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ମଧ୍ୟ ହାରିଯାଇଛନ୍ତି । ସେ ଲାଲକୁଆଁ ଆସନରୁ ହାରିଯାଇଛନ୍ତି । ବିଜେପି ପ୍ରାର୍ଥୀ ମୋହନ ସିଂ ବିଷ୍ଟଙ୍କଠାରୁ ୧୪ ହଜାର ଭୋଟରେ ପରାସ୍ତ ହୋଇଛନ୍ତି । ଗଣମାଧ୍ୟମ ସୂଚନା ଅନୁସାରେ ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ଏବେ ବିଜେପି ୪୮ଟି ଆସନରେ ବିଜୟୀ ହୋଇଛି କିମ୍ବା ଆଗୁଆ ରହିଛି । କଂଗ୍ରେସ ୧୮ଟି ଆସନରେ ବିଜୟୀ ହୋଇଛି କିମ୍ବା ଆଗୁଆ ରହିଛି । ତେବେ ନିର୍ବାଚନ ଆୟୋଗଙ୍କ ସଦ୍ୟତମ ସୂଚନା ଅନୁସାରେ ବିଜେପି ୬ଟି ଆସନରେ ବିଜୟୀ ହୋଇଥିବାବେଳେ ୪୧ଟି ଆସନରେ ଆଗୁଆ ରହିଛି । କଂଗ୍ରେସ ୩ଟି ଆସନରେ ବିଜୟୀ ହୋଇଥିବାବେଳେ ୧୬ଟି ଆସନରେ ଆଗୁଆ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking