20.1 C
Bhubaneswar
Thursday, January 16, 2025
Homeଖେଳରେସଲର୍‌ଙ୍କ ଆନ୍ଦୋଳନ ମାମଲାରେ କ୍ରୀଡ଼ା ମନ୍ତ୍ରଣାଳୟର ପଦକ୍ଷେପ

ରେସଲର୍‌ଙ୍କ ଆନ୍ଦୋଳନ ମାମଲାରେ କ୍ରୀଡ଼ା ମନ୍ତ୍ରଣାଳୟର ପଦକ୍ଷେପ

ଡବ୍‌ଲ୍ୟୁଏଫ୍‌ଆଇ ନିର୍ବାଚନ ଖାରଜ,
ଆଡ-ହକ୍ କମିଟି ଗଠନ ପାଇଁ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଭାରତୀୟ ରେସଲିଂ ମହାସଂଘ (ଡବ୍‌ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ ଭୂଷଣ ଶରନ୍ ସିଂହଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଦେଶର ଏକାଧିକ ତାରକା ରେସଲର୍ ରବିବାର ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ସୋମବାର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଆସନ୍ତା ୭ ତାରିଖରେ ହେବାକୁ ଥିବା ମହାସଂଘର ନିର୍ବାଚନକୁ ମନ୍ତ୍ରଣାଳୟ ଖାରଜ କରିବା ସହ ମହାସଂଘର ଦୈନନ୍ଦିନ କାର୍ଯ୍ୟ ପରିଚାଳନା ସକାଶେ ଏକ ଆଡ-ହକ୍ କମିଟି ଗଠନ ପାଇଁ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏହି ଆଡ-ହକ୍ କମିଟି ଡବ୍‌ଲ୍ୟୁଏଫ୍‌ଆଇର ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରିବା ସହ ଅନ୍ତର୍ଜାତୀୟ ପ୍ରତିଯୋଗିତା ସକାଶେ ରେସଲର୍ ଚୟନ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସେହିପରି ଏହି କମିଟି ଗଠନ ହେବାର ୪୫ ଦିନ ଭିତରେ ନିର୍ବାଚନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ଜନ୍ତର ମନ୍ତରଠାରେ ପୁଣିଥରେ ଆରମ୍ଭ ହୋଇଥିବା ଆନ୍ଦୋଳନରେ ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ, ବିନେଶ ଫୋଗଟ୍‌, ସଙ୍ଗୀତା ଫୋଗଟ୍‌, ସତ୍ୟୱର୍ତ କାଡିଆନ୍‌, ସୋମବୀର ରାଠି ଓ ଜିତେନ୍ଦର କିନହାଙ୍କ ପରି ରେସଲର୍ ଅଂଶଗ୍ରହଣ କରିଛନ୍ତି । ସେମାନେ ବ୍ରିଜ୍ ଭୂଷଣଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିବା ବେଳେ ବଜରଙ୍ଗ, ବୀନେଶ ଓ ସାକ୍ଷୀ ଡବ୍‌ଲ୍ୟୁଏଫ୍‌ଆଇ ମୁଖ୍ୟଙ୍କ ବିରୋଧରେ ମାମଲା ରୁଜୁ କରିବା ସକାଶେ ସୁପ୍ରିମ୍‌କୋର୍ଟରେ ପହଞ୍ଚିଛନ୍ତି । ମାମଲାର ତଦନ୍ତ ପାଇଁ ଦିଲ୍ଲୀ ପୁଲିସ୍ ପକ୍ଷରୁ ଏମ୍‌ସି ମ୍ୟାରିକମ୍‌ଙ୍କ ନେତୃତ୍ୱାଧୀନ ଫୋରସାଇଟ୍ କମିଟି ଦାଖଲ କରିଥିବା ତଦନ୍ତ ରିପୋର୍ଟ ବି ଲୋଡ଼ାଯାଇଥିବା ଜଣାପଡ଼ିଛି । ବ୍ରିଜ୍ ଭୂଷଣଙ୍କ ବିରୋଧରେ ମୋଟ ୭ ଜଣ ରେସଲର୍ ଅଭିଯୋଗ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ନାବାଳିକା ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking