23.1 C
Bhubaneswar
Wednesday, January 15, 2025
Homeଓଡିଶାବିଦ୍ୟାଭାରତୀଙ୍କୁ ଜେରା : ସାଢ଼େ ୬ଘଣ୍ଟାରେ ୭୦ରୁ ଅଧିକ ପ୍ରଶ୍ନ, ଅଳପ କହିଲେ, ଅଧିକ ନୀରବିଲେ

ବିଦ୍ୟାଭାରତୀଙ୍କୁ ଜେରା : ସାଢ଼େ ୬ଘଣ୍ଟାରେ ୭୦ରୁ ଅଧିକ ପ୍ରଶ୍ନ, ଅଳପ କହିଲେ, ଅଧିକ ନୀରବିଲେ

ଭୁବନେଶ୍ୱର:  ସୌମ୍ୟଙ୍କ ଦେହରେ ନିଆଁ କେମିତି ଲାଗିଲା । ନିଁଆ ଲାଗିବା ପରେ ବଞ୍ଚାଇବା ପାଇଁ ଆପଣ କ’ଣ କରିଥିଲେ । ତାଙ୍କ ସହ ଆପଣଙ୍କର ସମ୍ପର୍କ କେମିତି ଥିଲା । ମୃତ୍ୟୁ ପୂର୍ବରୁ କୋର୍ଟପେପର୍‌ରେ ସମ୍ପତ୍ତି ଚୁକ୍ତି କାହିଁକି ହୋଇଥିଲା । ଡିଏଫ୍‌ଓଙ୍କୁ କେବେଠୁ ଜାଣିଛନ୍ତି । ଏଭଳି ଅନେକ ପ୍ରଶ୍ନ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ କ୍ରାଇମ୍‌ବ୍ରାଞ୍ଚ ଟିମ୍ ଗୁରୁବାର ପଚାରିଛି । ପ୍ରାୟ ସାଢ଼େ ୬ଘଣ୍ଟାର ଜେରା କରାଯାଇ ତାଙ୍କୁ ୭୦ରୁ ଅଧିକ ପ୍ରଶ୍ନ ପଚରାଯାଇଥିବା ସୂଚନା ମିଳିଛି । ଏହି ସବୁ ପ୍ରଶ୍ନବାଣରେ ବିଦ୍ୟାଭାରତୀ ଝାଉଁଳି ଯାଇଥିଲେ । ସେ କେତେକ ପ୍ରଶ୍ନର ଉତ୍ତର ଦେଇଥିବାବେଳେ ବହୁପ୍ରଶ୍ନର ଉତ୍ତର ନଦେଇ ନୀରବ ରହିଥିଲେ । ଏହି ନୀରବତା ହିଁ ତଦନ୍ତକାରୀ ଟିମ୍‌କୁ ଅଡୁଆରେ ପକାଇଦେଇଛି ।

ବିଦ୍ୟାଭାରତୀ କେତେ ସତ କହିଛନ୍ତି ଆଉ କେତେ ମିଛି କହିଛନ୍ତି, ତାହା ଯାଞ୍ଚ କରାଯିବ । ଏମିତିକି ପୂର୍ବରୁ ଦେଇଥିବା ବୟାନ ଏବଂ ଏବେର ବୟାନକୁ ଏକାଠି କରାଯାଇ ପାର୍ଥକ୍ୟ ଖୋଜିବାକୁ କ୍ରାଇମବ୍ରାଞ୍ଚ ଟିମ୍ ଚେଷ୍ଟା ଚଳାଇଛି । ଆବଶ୍ୟକ ସ୍ଥଳେ ବିଦ୍ୟାଭାରତୀଙ୍କୁ ଶୁକ୍ରବାର ପୁଣି ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଏସ୍‌ପି ଇମାନ୍ କଲ୍ୟାଣୀ କହିଛନ୍ତି । ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫ୍‌ଓଙ୍କ ସମେତ ୧୪ଜଣଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିସାରିଛି । ବୁଧବାର ସୌମ୍ୟଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ ହୋଇଥିଲା । ବାପା-ମା’, ବଡ଼ଭାଇ, ମାମୁ-ମାଇଁଙ୍କ ବୟାନ ରେକର୍ଡ ହୋଇଥିବା ବେଳେ ସମସ୍ତେ ବୋହୂ ବିଦ୍ୟାଭାରତୀ ଓ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ଅନୈତିକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଥିଲେ ।

୫ଜଣଙ୍କ ବୟାନକୁ ଭିତ୍ତିକରି ଗୁରୁବାର ଅପରାହ୍ଣ ୨ଟା ସମୟରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ ଥିବା ବିଦ୍ୟାଭାରତୀଙ୍କ ବାପ ଘରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ôଚଥିଲା । ପରେ ତାଙ୍କୁ ଜେରା ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ଷେତ୍ରରେ ଏସିଏଫ୍ ସୌମ୍ୟଙ୍କୁ ଡିଏଫ୍‌ଓ ନିର୍ଯ୍ୟାତନା ଦେବା ଘଟଣା ବିଦ୍ୟାଭାରତୀ ଜାଣିଥିଲେ କି ନାହିଁ, ଡିଏଫ୍‌ଓ କ୍ୱାର୍ଟରକୁ ଆସନ୍ତି କି ନାହିଁ, ଏହିଭଳି ଅନେକ ପ୍ରଶ୍ନ ପଚରାଯାଇଥିଲା । ବିଦ୍ୟାଭାରତୀଙ୍କୁ ସାଢ଼େ ୬ଘଣ୍ଟା ଧରି ଜେରା କରିବା ପରେ ତାଙ୍କ ବାପା-ମା’ଙ୍କୁ ଜେରା କରାଯାଇଛି । ଏହାସହ ଜେରା ସମୟର ସମସ୍ତ ବୟାନର ଭିଡିଓ ରେକର୍ଡିଂ ହୋଇଥିଲା ।

ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଦୀର୍ଘ ଦିନ ବିତିଯାଇଛି । ତଥାପି ତାଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟିନାହିଁ । କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଭାର ନେଇ ଜଣକ ପରେ ଜଣଙ୍କୁ ଜେରା କରୁଛି । ଏହାସତ୍ତ୍ୱେ ବି କିଛି ସୁରାକ୍ ପାଉନାହିଁ । ଆଇପିସି ଧାରା ୩୦୨ରେ ହତ୍ୟା ମାମଲା ରୁଜୁ ହୋଇଥିଲେ ବି କାହାରିକୁ ଗିରଫ କରାଯାଇନାହିଁ । ସୌମ୍ୟଙ୍କ ପରିବାର ସରକାରଙ୍କୁ ନ୍ୟାୟ ଭିକ୍ଷା କରୁଥିବାବେଳେ କ୍ରାଇମବ୍ରାଞ୍ଚର ତଦନ୍ତ କେବେ ଠିକ୍ ଜାଗାରେ ପହଞ୍ଚୁଛି, ତାହା ଦେଖିବାକୁ ସମସ୍ତେ ଚାହିଁ ବସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking