33.1 C
Bhubaneswar
Friday, May 17, 2024
Homeଅପରାଧଦୁଷ୍କର୍ମ ମାମଲାରେ ଆସାମୀକୁ ୧୦ବର୍ଷ କାରାଦଣ୍ଡ

ଦୁଷ୍କର୍ମ ମାମଲାରେ ଆସାମୀକୁ ୧୦ବର୍ଷ କାରାଦଣ୍ଡ

ନୟାଗଡ: ଏକ ଦୁଷ୍କର୍ମ ମାମଲାରେ ନୟାଗଡ଼ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ବିରଞ୍ଚି କୁମାର ରଥ ଆସାମୀ କାହ୍ନୁ ନାୟକ(୨୨)ଙ୍କୁ ୧୦ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ସହ ୨୫ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି । ମାମଲା ପରିଚାଳନା କରୁଥିବା ସ୍ପେଶିଆଲ ପବ୍ଳିକ୍ ପ୍ରୋସେକ୍ୟୁଟର ଅମିୟ ପଟ୍ଟନାୟକଙ୍କ ସୂଚନା ମତେ ଗତ ୨୦୧୬ ଅଗଷ୍ଟ ମାସ ୪ତାରିଖରେ ଶରଣକୁଳ ଥାନାରେ ଜନୈକ ଯୁବତୀ କରିଥିବା ଅଭିଯୋଗ ଅନୁଯାୟୀ ସେ ନିଜ ଘରେ ଶୋଇଥିଲେ । ସେହି ସମୟରେ ଶରଣକୁଳ ଥାନା ଲଡ଼ୁକେଶ୍ୱରପୁର ତଥା ନିଜଘରର ପଡ଼ୋଶୀ ମୁରଲୀ ନାୟକଙ୍କ ପୁଅ କାହ୍ନୁ ନାୟକ କବାଟ ଠକ୍ ଠକ୍ କରିଥିଲା । ଯୁବତୀ ଜଣଙ୍କ କିଏ ବୋଲି ପଚାରିବାରୁ କାହ୍ନୁ ଚୁପ୍ ରହି କିଛି ସମୟ ପରେ ପୁଣି କବାଟ ଠକ୍ ଠକ୍ କରିଥିଲେ । ଶେଷରେ କବାଟ ଖୋଲି ଘରେ ପଶି ଯୁବତୀ ଜଣଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଯୁବତୀ ପାଟି କରିବାରୁ ଆସାମୀ କାହ୍ନୁ ତାଙ୍କ ପାଟିକୁ ଚାପି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଆସାମୀ ନାମରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା । ଥାନା ସେକେଣ୍ଡ ଅଫିସର ବି. ଏନ୍‌. ଅମାୟତ ଏହି ଘଟଣାର ତଦନ୍ତ କରିଥିଲାବେଳେ ମାମଲାଟି ମହିଳା କୋର୍ଟରେ ବିଚାରାଧୀନ ଥିଲା । ତେବେ ଗତ କିଛିଦିନ ତଳେ ତ୍ୱରିତ ବିଚାର ପ୍ରକ୍ରିୟାରେ ସାମିଲ ହୋଇ ଏହା ଫାଷ୍ଟଟ୍ରାକ୍ କୋର୍ଟକୁ ସ୍ଥାନାନ୍ତରିତ ହୋଇଥିଲା । ୨୨ଜଣ ସାକ୍ଷୀ, ମେଡିକାଲ ରିପୋର୍ଟ ଓ ପ୍ରତିପକ୍ଷଙ୍କ ବୟାନକୁ ନେଇ ସରକାରୀ ଓକିଲ ପି. ପି. ଅମିୟ ପଟ୍ଟନାୟକଙ୍କ ସବୁ ପ୍ରକାର ଯୁକ୍ତିକୁ ତର୍ଜମା କରି ବିଚାରପତି ଆସାମୀ କାହ୍ନୁ ନାୟକଙ୍କୁ ୨ଟି ଦଫାରେ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୫ହଜାର ଟଙ୍କା ଜୋରିମାନା ରାୟ ଶୁଣାଇ ପୀଡ଼ିତାଙ୍କୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସାମୀକୁ ଦଣ୍ଡ ମିଳିଥିବାରୁ ପୀଡ଼ିତାଙ୍କ ପରିବାରରେ ଆନନ୍ଦ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking