28.1 C
Bhubaneswar
Thursday, July 4, 2024
Homeଓଡିଶାପୂର୍ବ ଶତ୍ରୁତାରୁ ହତ୍ୟା ଅଭିଯୋଗ, କିଛି ମାସ ପୂର୍ବରୁ ହୋଇଥିଲା ମରଣାନ୍ତକ ଆକ୍ରମଣ

ପୂର୍ବ ଶତ୍ରୁତାରୁ ହତ୍ୟା ଅଭିଯୋଗ, କିଛି ମାସ ପୂର୍ବରୁ ହୋଇଥିଲା ମରଣାନ୍ତକ ଆକ୍ରମଣ

ଭଦ୍ରକ : ପୂର୍ବ ଶତ୍ରୁତାରୁ ହତ୍ୟା ଅଭିଯୋଗ । ମୃତକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଥାନା ଖଣ୍ଡତଡା ପଂଚାୟତ ମଉଦା ମହାଦେବପୁରର ନରେନ୍ଦ୍ର ସାହୁ । କିଛି ମାସ ପୂର୍ବରୁ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଅଭିଯୁକ୍ତଙ୍କୁ ସେତେବେଳେ ଗିରଫ କରାଯାଇଥିଲା । ତେବେ ନରେନ୍ଦ୍ରଙ୍କ ମୃତଦେହ ସନ୍ଦେହଜନକ ଭାବେ ହଳଦୀଡିହ ବାଇପାସରେ ଥିବା ଆରଆଇ ଅଫିସ ପାଖରେ ପଡିଥିଲା । ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୁରୁଣା ବଜାର ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଭଦ୍ରକ ଡାକ୍ତରଖାନା ପଠାଇଛନ୍ତି । ତେବେ ମୃତ ନରେନ୍ଦ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଅଛି । ତେଣୁ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ମୃତକଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking