14.1 C
Bhubaneswar
Friday, January 17, 2025
Homeଅପରାଧଦୁଷ୍ମର୍ମ ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌

ଦୁଷ୍ମର୍ମ ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌

ବ୍ରହ୍ମପୁର: ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ପୋକ୍‌ସ ଜଜ୍ ଗୁରୁପ୍ରସାଦ ସାହୁ ଆଜି ଏକ ଦୁଷ୍ମର୍ମ ମାମଲାର ଶୁଣାଣି କରିଛନ୍ତି । ଉପଯୁକ୍ତ ପ୍ରମାଣରୁ ଅଭିଯୁକ୍ତ ସିଦ୍ଧାନ୍ତ ବେହେରା ଓରଫ ଗଜିଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ ୨୦ହଜାର ଟଙ୍କା ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ଜରିମାନା ଅନାଦେୟ ଅତିରିକ୍ତ ୧ ବର୍ଷ ଜେଲ ଦଣ୍ଡ ପାଇଁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଆର୍ôଥକ ସହାୟତା ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ବିଚାରଣା ବେଳେ ୧୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ବିଚାରପତି ମାମଲାର ଶୁଣାଣି କରିଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ୨୦୧୭ ଜୁଲାଇ ୧୧ ତାରିଖ ଅପରାହ୍ନରେ ଜନୈକା ନାବାଳିକା ଜଣଙ୍କ ଭୋଜି ଖାଇବା ପାଇଁ ଆସିଥିଲେ ।

ଅଭିଯୁକ୍ତ ଗଜି ତାଙ୍କୁ ନିଜ ଘରକୁ କୌଶଳକ୍ରମେ ଡାକିନେଇ ତାଙ୍କ ଘର ଛାତରେ ଦୁଷ୍କର୍ମ କରିଥିଲେ । ପରେ ଗଜି ପୀଡ଼ିତାଙ୍କୁ ଏକ ଛୁରୀ ଦେଖାଇ ଭୟଭୀତ କରିବା ସହ ଏନେଇ କାହାକୁ ନ କହିବାକୁ ଧମକଚମକ ଦେଇଥିଲେ । ଏ ନେଇ ପୀଡ଼ିତା ଜଣଙ୍କ ତାଙ୍କ ମା’ଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ତାଙ୍କ ଏନେଇ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ ପରେ ପୁଲିସ କେସ୍ ନଂ-୧୦୪/୧୭ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସିଦ୍ଧାନ୍ତ ବେହେରା (୨୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗିରଫ ପରଠାରୁ ସେ ବ୍ରହ୍ମପୁର ମଣ୍ଡଳକାରାଗାରରେ ଥିବା ବେଳେ ଆଜି ମାମଲାର ଶୁଣାଣି ବେଳେ କୋର୍ଟରେ ସିଦ୍ଧାନ୍ତଙ୍କୁ ହାଜର କରାଯାଇଥିଲା । ଉପଯୁକ୍ତ ପ୍ରମାଣ ମିଳିଥିବାରୁ ବିଚାରପତି ଅଭିଯୁକ୍ତ ସିଦ୍ଧାନ୍ତଙ୍କ ୨୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ନରେଶ ପ୍ରସାଦ ପାତ୍ର ମୋକଦ୍ଦମା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking