27.1 C
Bhubaneswar
Saturday, July 27, 2024
Homeଅପରାଧସ୍ୱାମୀ ସାଜିଲା ସୈତାନ; ନିଶାରେ ସ୍ତ୍ରୀ ଓ ୮ବର୍ଷର ପୁଅକୁ ହତ୍ୟା କଲା

ସ୍ୱାମୀ ସାଜିଲା ସୈତାନ; ନିଶାରେ ସ୍ତ୍ରୀ ଓ ୮ବର୍ଷର ପୁଅକୁ ହତ୍ୟା କଲା

ଭଦ୍ରକ : ଭଦ୍ରକରେ ଡବଲ ମର୍ଡର । ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀକୁ ମାରିଲା । ପୁଅକୁ ବି ତଣ୍ଟି ଚିପି ହତ୍ୟା କରିଛି । ଭଣ୍ଡାରୀପୋଖରୀ ଥାନା କୁଶଗଡ଼ିଆ ଗାଁରେ ଏହି ବର୍ବର ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରୁ ସ୍ତ୍ରୀ ଓ ପୁଅକୁ ହତ୍ୟା କରିଛି ବାପା । ମୃତକମାନେ ହେଲେ ସ୍ତ୍ରୀ କାଞ୍ଚନ ନାୟକ ଓ ୮ବର୍ଷ ର ପୁଅ ଉତ୍ପଳ ନାୟକ ।

ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଉମେଶ ନାୟକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସୂଚନା ଅନୁଯାୟୀ, ଭଣ୍ଡାରୀପୋଖରୀ ଥାନା ବନ୍ତ ଅଞ୍ଚଳର ଉମେଶ ସ୍ତ୍ରୀ ଓ ପୁଅକୁ ଧରି କୁଶଗଡ଼ିଆ ଗାଁରେ ରହୁଥିଲା । ଉମେଶ ମଦ୍ୟ ପାନ କରୁଥିବାରୁ ବିଭିନ୍ନ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ଲାଗି ରହୁଥିଲା । ଗତକାଲି ବିଳମ୍ବିତ ରାତିରେ ସ୍ତ୍ରୀ କାଞ୍ଚନ ଓ ପୁଅ ଉତ୍ପଳକୁ ଶୋଇଥିବା ବେଳେ ତଣ୍ଟି ଚିପି ହତ୍ୟା କରିବା ପରେ ଫେରାର ହୋଇ ଯାଇଥିଲା ଉମେଶ । ପରେ ଅଭିଯୁକ୍ତ କୁ କାବୁ କରି ସ୍ଥାନୀୟ ଲୋକ ପୋଲିସ ଜିମା ଦେଇଥିଲେ। ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଉମେଶ ନାୟକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking