31.1 C
Bhubaneswar
Sunday, May 19, 2024
Homeଓଡିଶାଆଜିଠୁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର

ଆଜିଠୁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର

ପୁରୀ : ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବିରେ ଆନ୍ଦୋଳନ ଜୋରଦାର ହେଉଥିବା ବେଳେ ଆଜିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ପ୍ରାୟ ଦେଢ଼ ବର୍ଷ ପରେ ଭକ୍ତଙ୍କୁ ଏହି ସୁଯୋଗ ମିଳିବ। କେବଳ ପୁରୀ ସହରବାସୀ ପଶ୍ଚିମ ଦ୍ବାର ଦେଇ ଦର୍ଶନ ପାଇଁ ଯାଇପାରିବେ। ପଶ୍ଚିମ ଦ୍ବାର ସମ୍ମୁଖରେ ଛୋଟ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ସହରବାସୀ ପରିଚୟପତ୍ର ଦେଖାଇ ପ୍ରବେଶ ସୁଯୋଗ ପାଇପାରିବେ। ପଶ୍ଚିମ ଦ୍ବାର ନିକଟରେ ଥିବା ସେଲଟର୍‌ ପ୍ୟାଭିଲିୟନରେ ଜୋତା ଓ ଅନ୍ୟ ଆସବାବ ରଖି ଧାଡ଼ିରେ ପ୍ରବେଶ କରିବେ। ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଚାରିଦ୍ବାରରେ ଭକ୍ତଙ୍କ ପ୍ରବେଶ ନେଇ ଦାବି ହୋଇ ଆସୁଥିଲା।

ଗତ ୨୧ ତାରିଖରେ ପ୍ରଶାସନ ଏଥିପାଇଁ ଛତିଶାନିଯୋଗ ବୈଠକ ଡାକିଥିଲେ। ବୈଠକରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସବ୍‌କମିଟି ଗଢ଼ାଯାଇ ଏ ସମ୍ପର୍କରେ ଆଲୋଚନା କରି ନିଷ୍କର୍ଷ ବାହାର କରିବା ପାଇଁ କୁହାଯାଇଥିଲା। ରବିବାର ଦିନ କମିଟିର ଅଧ୍ୟକ୍ଷ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅପରାହ୍‌ଣରେ କମିଟିର ଏକ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିଲା। ପରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡାକ୍ତର କନୱର ବିଶାଳ ସିଂହଙ୍କ ସମେତ ପରିଚାଳନା କମିଟିର ସଦସ୍ୟବୃନ୍ଦ ଓ ସବ୍‌ କମିଟିର ସଦସ୍ୟମାନେ ପଶ୍ଚିମ ଦ୍ବାର ଓ ଅନ୍ୟ ଦ୍ବାର ବୁଲି ସ୍ଥିତି ପରଖିଥିଲେ। ଭକ୍ତମାନେ କିଭଳି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଦର୍ଶନ କରିବାକୁ ପଶ୍ଚିମ ଦ୍ବାର ବାଟେ ପ୍ରବେଶ କରିବେ ସେନେଇ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking