ଗୁମାଗଡ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଯୁବକ ସଂଘବଦ୍ଧ ଭାବେ ଘରେ ପଶି ଜଣେ ବ୍ୟକ୍ତିଙ୍କ କାରର କାଚ ଭାଙ୍ଗିବା ସହିତ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ସଦରଥାନାରେ ଏତଲା ଦିଆଯାଇଛି । ଏତଲା ପ୍ରକାରେ ପୁଲିସ୍ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଏଥିରେ ସଂପୃକ୍ତ ମାନଙ୍କୁ ବିରୋଧରେ ତୁରନ୍ତ ଦୃୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଦରଥାନା ଅଧିକାରୀ ସୀମର କୁମାର ରାଉତ ସୂଚନା ଦେଇଛନ୍ତି । ଏତଲା ପ୍ରକାରେ , ସୋମବାର ରାତ୍ରରେ ସଦର ଥାନା ଅନ୍ତର୍ଗତ କେରେଡ଼ି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଯୁବକ ସଂଘବଦ୍ଧ ଭାବେ ଜଣକ ଘରେ ପଶି ତାଙ୍କ କାରର କାଚ ଭାଙ୍ଗିବା ସହିତ ମହିଳାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ପୀଡ଼ିତା ମହିଳା ଜଣକ ସଦର ଥାନାରେ ଅଭିଯୋଗ କରିଛନ୍ତି ।
ଘରେ ତାଙ୍କ ସ୍ୱାମୀ ନଥିବା ବେଳେ ଯୁବକ ମାନେ ଜୋର ଜବରଦସ୍ତ ତାଙ୍କ ଘରକୁ ସଂଘବଦ୍ଧ ପଶିଥିଲେ ବୋଲି ଏତଲାରେ ଦର୍ଶାଯାଇଛି। ତେବେ ଘରେ ଥିବା ମହିଳା ଏହାକୁ ପ୍ରତିରୋଧ କରିବାକୁ ଚେଷ୍ଟା କରିଥିବା ବେଳେ ଏହି ସମୟରେ ସଂଘବଦ୍ଧଭାବେ ପଶିଥିବା ଯୁବକ ମାନେ ଘରେ ଥିବା କାରର ଆଗ ପଛ କାଚ ଭାଙ୍ଗିଦେବା ସହିତ ମହିଳାଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ପୀଡ଼ିତା ମହିଳା ଏବଂ ତାଙ୍କ ସ୍ୱାମୀ କହିବା ପ୍ରକାରେ ,ପ୍ରାୟ ୨ ମାସ ପୂର୍ବେ ଜଣେ ବ୍ୟକ୍ତି ମଦ୍ୟପାନ କରି ବିଚ୍ ରାସ୍ତାରେ ଏକ ଧର୍ମକୁ ଆକ୍ଷେପ କରି ବିଭିନ୍ନ ଗାଳିଗୁଲଜ କରୁଥିଲେ । ଏହି ସମୟରେ ସେ ତାଙ୍କୁ ପ୍ରତିବାଦ କରିବାରୁ ତାଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ତେଣୁ ସେହି ରାଗ ସୁଝେଇବା ନିମନ୍ତେ ସେହି ମଦ୍ୟପ ବ୍ୟକ୍ତି ଜଣଙ୍କର ସହଯୋଗୀମାନେ ଘରେର ପଶି ଏଭଳି କାଣ୍ଡ କରିଛନ୍ତି ବୋଲି ଅଭିଯୋଗରେ ଅଭିଯୋଗକାରୀ ଦର୍ଶାଇଛନ୍ତି ।