30.1 C
Bhubaneswar
Monday, May 20, 2024
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୪ମୃତ, ୩ଗୁରୁତର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୪ମୃତ, ୩ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏନ୍ଏଚ୍-୫୫ ଜରପଡ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସମ୍ବଲପୁରରୁ ୨ ଜଣ ରୋଗୀଙ୍କୁ ନେଇ ଆମ୍ବୁଲାନ୍ସଟି କଟକ ଅଭିମୁଖେ ଆସୁଥିଲା। ଏହି ସମୟରେ ଜରପଡ଼ା ନିକଟରେ ଏକ ଟ୍ୟାଙ୍କର ସହ ଆମ୍ବୁଲାନ୍ସଟି ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗ୍ୟାସ ଟ୍ୟାଙ୍କର ଜବତ ହେବାସହ ପୋଲିସ୍‌ ଡ୍ରାଇଭରଙ୍କୁ ଅଟକ ରଖିଛି। ଏନେଇ ଅନୁଗୁଳ ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking