31.1 C
Bhubaneswar
Friday, March 29, 2024
Homeଓଡିଶାକତରାପାଲି ଗାଁ ସାଇ ଢାବା ନିକଟରେ ବାଇକ କାର ମୁହାଁମୁହିଁ ଧକ୍କା ,ଦୁଇ ଗୁରୁତର

କତରାପାଲି ଗାଁ ସାଇ ଢାବା ନିକଟରେ ବାଇକ କାର ମୁହାଁମୁହିଁ ଧକ୍କା ,ଦୁଇ ଗୁରୁତର

କେନ୍ଦୁଝର : ତେଲକୋଇ ଥାନା ଅନ୍ତର୍ଗତ କତରାପାଲି ଗାଁ ସାଇ ଢାବା ନିକଟରେ ବାଇକ କାର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣ ଗୁରୁତର ହୋଇପଡିଛନ୍ତି ।ଦୁଇ ଗୁରୁତର ହେଲେ ଦାମୋଦରଗୌଣି ଗାଁର ଜିତେନ୍ଦ୍ର ଦେହୁରୀ ଓ ବିଭିଷଣ ଦେହୁରୀ ।ଗୁରୁତର ଙ୍କୁ ତେଲକୋଇ ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ସଙ୍ଗେ ସଙ୍ଗେ କେନ୍ଦୁଝର ଜିଲ୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।ସୂଚନା ଅନୁଯାୟୀ କେନ୍ଦୁଝର ପଟୁ ତେଲକୋଇ ଆଡକୁ ଗୋଟିଏ କାର ଆସୁଥିବା ବେଳେ ସାଇ ଢାବା ନିକଟରେ ଛିଡା ହୋଇଥିବା ଆଉ ଏକ କାରକୁ ଉଭରଟେକ କରି ଯିବା ପାଇଁ ବେଳେ ସାମନା ପଟୁ ଆସୁଥିବା ବାଇକକୁ ମୁହାଁମୁହିଁ ଧକ୍କା କରିଥିଲା ।ଫଳରେ ଘଟଣାସ୍ଥଳରେ ଜିତେନ୍ଦ୍ର ଦେହୁରୀ ଙ୍କର ଗୋଡ ଭାଙ୍ଗିଥିବା ବେଳେ ଅନ୍ୟ ଜଣେ ବିଭିଷଣ ଦେହୁରୀ ଗୁରୁତର ହୋଇଛନ୍ତି ।ଢାବା ପାଖରେ ପାର୍କିଙ୍ଗି ପାଇଁ ପର୍ଯ୍ୟାପ୍ତ ପରିମାଣରେ ସ୍ଥାନ ନଥିବା ବେଳେ ସେଠାରେ ଗାଡି ପାର୍କିଙ୍ଗି କରାଯାଉଥିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି ।ପୋଲିସ ଏଥିପ୍ରତି ଧ୍ୟାନ ଦେବାପାଇଁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking