30.1 C
Bhubaneswar
Wednesday, April 24, 2024
Homeଓଡିଶାରେଫରାଲ୍‌ ହସପିଟାଲରେ ସିମୀତ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ

ରେଫରାଲ୍‌ ହସପିଟାଲରେ ସିମୀତ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ଏଭିତରେ ତିନିବର୍ଷ ପୁରି ଯାଇଥିଲେ ମଧ୍ୟ ଏହା ସମ୍ପଣ୍ଣ ରୂପେ କାର୍ୟ୍ୟକ୍ଷମ ହୋଇ ପାରିନାହିଁ । ଆଖ ପାଖ ପ୍ରାୟ ପାଞ ଛଟି ଜିଲ୍ଲା ଏହି ସ୍ୱାସ୍ଥ୍ୟବ୍ୟବସ୍ଥା ଉପରେ ନିର୍ଭର କରୁଥିବାବେଳେ ଏହା କେବଳ ଏକ ରେଫରାଲ ହସପିଟାଲରେ ସିମିତ ରହିଛି । ବିଭିନ୍ନ ରୋଗୀ ନିଜ ନିଜ ଅସୁବିଧା ନେଇ ଭୀମ ଭୌଇ ଡାକ୍ତରଖାନାକୁ ଆସୁଛନ୍ତି । କିନ୍ତୁ ଏଠାରେ ଚିକିତ୍ସା ବ୍ୟବସ୍ଥା ଅଭାବ ଦର୍ଶାଇ ସେମାନଙ୍କୁ ବୁର୍ଲା କିମ୍ବା କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଛି । ଫଳରେ ଏହି ଅଂଚଳର ଲୋକେ ହାତ ପାହାନ୍ତାରେ ଉଚ୍ଚ ସ୍ତରିୟ ଚିକିତ୍ସା ବ୍ୟବସ୍ତା ପାଇବା ସ୍ୱପ୍ନ ସ୍ୱପରେ ହିଁ ରହି ଯାଇଛି । ଆହୁରି କରୋନା ମହାମାରୀ ପରେ ମେଡିକାଲ କଲେଜରେ ରୋଗୀଙ୍କ ପାଇଁ ଏଣ୍ଡୋସ୍କ?ପ ସୁବିଧା ନଥିବା ବେଳେ ବିଭିନ୍ନ ବିଭାଗରେ ଏଯାଏଁ ଅସ୍ତ୍ର?ାପ୍ରଚାର ଆରମ୍ଭ ହୋଇପାରିନାହିିଁ । ସେହିପରି ସିଟିସ୍କ?ନ୍‌?, ଅଲ୍‌?ଟ୍ରାସାଉଣ୍ଡ, ଡାଇଲିସିସ୍‌?, ଏକ୍ସରେ ଓ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା ସୁବିଧା କଉ ଦିଗକୁ ତାହା ସମସ୍ତଙ୍କୁ ଜଣା । କୌଣସି ବିଭାଗରେ ନେବା ଆଣିବା କରିବା ପାଇଁ ଷ୍‌ଟ୍ରେଚର ଓ ହୁଇଲ୍‌? ଚେୟାର୍‌? ମଧ୍ୟ ମିଳୁନାହିଁ ଆହୁରି କିଛି ବିଭାଗରେ ଚିକତ୍ସା ପାଇଁ ହଜାର ହଜାର ଟଙ୍କା ଜବରଦସ୍ତି ଲାଞ୍ଚ ମାଗୁଥିବା ପ୍ରାୟ ସମସ୍ତେ ଅନୁଭବ କରିଛନ୍ତି । ଏଭିତରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଶିଶୁ ଓ ପ୍ରସୃତି ବିଭାଗର ଅବସ୍ଥା ଅତି ଦୟନୀୟ ଏଠାରେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ପ୍ରତିଦିନ କିଛ ିନା କିଛି ଅଘଟଣ ଘଟୁଛି । ତଥ୍ୟକୁ ଆଧାର କଲେ ଜଣା ଯାଏ ଯେ, ଏତେବଡ ଡାକ୍ତରୀ ସୁବିଧା ମିଳିବା ପୂର୍ବରୁ ଶିଶୁ ଓ ମାତୃ ମୃତ୍ୟୁହାର ଅପେକ୍ଷା କୃତ କମ୍‌? ଥିବା ବେଳେ ଛଅ ମହଲା ବିଶିଷ୍ଟ ଶିଶୁ ଓ ପ୍ରସୃତି ବିଭାଗ ଏହି ହାରକୁ ବଢାଇବାରେ ଲାଗିଛି । ଯାହା ଉଭୟ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ଏଠାରେ ପ୍ରଦତ୍ତ ନିକୃଷ୍ଟ ଚିକିତ୍ସାକୁ ସର୍ବ ସମ୍ମୁଖରେ ରଖୁଛି । ଏଣୁ ଏହି ରୋଗୀଣା ବ୍ୟବସ୍ଥାକୁ ଯଥା ଶୀଘ୍ର ଠିକ୍‌? ନକଲେ ଆଗାମୀ ଦିନରେ ଜନସାଧାରଣ ଆନ୍ଦୋଳନାତ୍ମକ ପଥ ଗ୍ରହଣ କରିବେ ବୋଲି ସମାଜସେବୀ ଗୋବିନ୍ଦ ଚନ୍ଦ୍ର ଶତପଥୀଙ୍କ ନେତୃତ୍ୱରେ ଏକ ତିନିଜଣିଆ ଦଳ ମେଡିକାଲ କଲେଜ ଓ ହସପିଟାଲଙ୍କ କର୍ତ୍ତୁପକ୍ଷଙ୍କୁ ଚେତାବନୀ ଦେଇଥିବା ଖବର ରହିଛି । ଶତୃଘ୍ନ ବାଗ ଓ ଅଜୟ ନାଗଙ୍କ ସହିତ ଶ୍ରୀ ଶତପଥୀ ହସପିଟାଲ ଅଧିକ୍ଷକଙ୍କ ସହ ଦେଖାକରି ଏକ ୧୦ ଦଫା ସମ୍ମିଳିତ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ରରେ ରୋଗୀଙ୍କ ପାଇଁ ଏଣ୍ଡୋସ୍କ?ପି ସୁବିଧା ତୁରନ୍ତ ଆରମ୍ଭ କରିବା, ଆଉ ଦୁଇଟି ଆମ୍ବୁଲାନ୍ସ ଯୋଗାଇଦେବା, ପ୍ରତ୍ୟେକ ବିଭାଗରେ ଅସ୍ତ୍ର?ାପ୍ରଚାର ଆରମ୍ଭ କରିବା , ଶିଶୁ ଓ ପ୍ରସୃତି ବିଭାଗରେ ଡଷ୍ଟବିନ୍‌? ଓ ପିଇବା ପାଣି ଯୋଗେଇଦେବା, ଆଉଟଡୋରକୁ ଠିକ୍‌? ସମୟରେ ଡାକ୍ତର ଆସିବା, ଜବରଦସ୍ତି ଲାଞ୍ଚକୁ ବନ୍ଦ କରିବା, ତଳେ ଶୋଇଥିବା ରୋଗୀଙ୍କୁ ଗଦା ଯୋଗେଇଦେବା ତଥା ପ୍ରତ୍ୟେକ ବିଭାଗକୁ ଅତିରିକ୍ତ ତିନୋଟି ଲେଖାଁଏ ଷ୍‌ଟ୍ରେଚର ଓ ହୁଇଲ ଚେୟାର ଯୋଗାଇଦେବା ପାଇଁ ଦାବୀ କରାଯାଇଛି । ଅପରପକ୍ଷରେ ହସପିଟାଲ ଅଧିକ୍ଷକ ଦାବୀପତ୍ର ଗ୍ରହଣ କରିବା ସହ ବିହୀତ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଥିବା ଖବର ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking