29.1 C
Bhubaneswar
Monday, July 7, 2025
Homeଦେଶ ବିଦେଶଇମ୍ରାନ୍ ଖାନ୍‌ଙ୍କ ରାଲିରେ ଦୁର୍ଘଟଣା: ରିପୋର୍ଟର୍‌ଙ୍କ ଉପରେ ଚଢ଼ିଗଲା କଣ୍ଟେନର୍‌

ଇମ୍ରାନ୍ ଖାନ୍‌ଙ୍କ ରାଲିରେ ଦୁର୍ଘଟଣା: ରିପୋର୍ଟର୍‌ଙ୍କ ଉପରେ ଚଢ଼ିଗଲା କଣ୍ଟେନର୍‌

ଇସ୍‌ଲାମାବାଦ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କ ଖାନ୍‌ଙ୍କ ‘ହକିକି ଆଜାଦୀ ଲଙ୍ଗ୍‌ମାର୍ଚ୍ଚ’ ରବିବାର ତୃତୀୟ ଦିନରେ ପହଞ୍ଚିଛି । ରାଲି ଯେତେ ଆଗକୁ ବଢ଼ୁଛି ଏଥିପ୍ରତି ଲୋକଙ୍କ ସମର୍ଥନ ବୃଦ୍ଧି ପାଉଥିବା ଇମ୍ରାନ୍ ଖାନ୍ ଏକ ଭିଡିଓ ପୋଷ୍ଟ୍‌କରି ଜଣାଇଛନ୍ତି । ତେବେ ରବିବାର ରାଲିରେ ଏକ ବଡ଼ ଦୁର୍ଘଟଣା ଘଟି ରାଲି କଭର୍ କରିବାକୁ ଯାଇଥିବା ଜଣେ ରିପୋର୍ଟର୍‌ଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହି ଲଙ୍ଗ୍‌ମାର୍ଚ୍ଚ ବେଳେ ଇମ୍ରାନ୍ ଖାନ୍‌ଙ୍କ କଣ୍ଟେନର୍ ଚକାତଳେ ଚାପିହୋଇ ଚାନେଲ୍ ୫ର ମହିଳା ରିପୋର୍ଟର ସଦ୍ଦାଫ୍ ନଇମ୍‌ଙ୍କ ମୃତ୍ୟୁ ଘଟିଛି । ସେ କଣ୍ଟେନର୍ ଉପରେ ଚଢ଼ିବାକୁ ଉଦ୍ୟମ କରୁଥିବା ବେଳେ ଅନାଚକ ନିୟନ୍ତ୍ରଣ ହରାଇ ତଳେ ପଡ଼ିଯାଇଥିଲେ ଏବଂ କଣ୍ଟେନର ତାଙ୍କ ଉପରେ ଚଢ଼ିଯାଇଥିଲା ।

ରିପୋର୍ଟରଙ୍କ ମୃତ୍ୟୁ ପରେ ଇମ୍ରାନ୍ ଖାନ୍ ଦିନକ ପାଇଁ ତାଙ୍କ ମାର୍ଚ୍ଚକୁ ବନ୍ଦ କରିଦେଇଛନ୍ତି । ସେହିପରି ସଦ୍ଦାବ୍ ନଇମ୍‌ଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସୂଚନାଯୋଗ୍ୟ, ଇମ୍ରାନ୍‌ଙ୍କ ଲଙ୍ଗ୍‌ମାର୍ଚ୍ଚକୁ ଦୃଷ୍ଟିରେ ରଖି ଶନିବାର ଇସ୍‌ମାଲାବାଦ୍‌ରେ ୧୪୪ ଧାରା ଲାଗୁ କରାଯାଇଥିଲା । ମାର୍ଚ୍ଚକୁ ନେଇ ଇମ୍ରାନ୍‌ଙ୍କ ପାର୍ଟି ପିଟିଆଇ ସହିତ ଆଲୋଚନା ପାଇଁ ସରକାର ଗୃହ ମନ୍ତ୍ରୀ ରାଣା ସନ୍ନାଉଲ୍ଲାହଙ୍କ ନେତୃତ୍ୱରେ ଏକ କମିଟି ମଧ୍ୟ ଗଠନ କରିଛନ୍ତି । ଲଙ୍ଗମାର୍ଚ୍ଚ ଇସ୍‌ଲାମାବାଦରେ ପହଞ୍ଚିବା ପରେ ଏହି କମିଟି ପିଟିଆଇ ନେତୃତ୍ୱ ସହ କଥାବାର୍ତ୍ତା କରିବ ।

ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପିଟିଆଇ ପ୍ରମୁଖ ଇମ୍ରାନ୍ ଖାନ୍‌ଙ୍କୁ ଏକ ବଡ଼ ଧକ୍କା ଲାଗିଥିଲା । ପାକିସ୍ତାନ ଇଲେକ୍‌ଟ୍ରୋନିକ୍ ମିଡିଆ ରେଗୁଲେଟରୀ ଅଥରିଟି (ପିଇଏମ୍‌ଆର୍‌ଏ) ଟିଭି ଚାନେଲ୍‌ଗୁଡ଼ିକୁ ଇମ୍ରାନ୍‌ଙ୍କ ମାର୍ଚ୍ଚର ଲାଇଭ୍ ଟେଲିକାଷ୍ଟ କରିବାରୁ ରୋକି ଦେଇଥିଲେ । ଏହି ଆଦେଶ କାରଣରୁ ଇମ୍ରାନ୍‌ଙ୍କ ମାର୍ଚ୍ଚର ଲାଇଭ୍ ଟେଲିକାଷ୍ଟ୍ ହୋଇପାରୁ ନାହିଁ । ଉଲ୍ଲେଖଯୋଗ୍ୟ, ଇମ୍ରାନ୍ ଖାନ୍ ଶୁକ୍ରବାର ଲାହୋରର ଲିବର୍ଟି ଚୌକ୍‌ରୁ ‘ହକିକି ଆଜାଦୀ ଲଙ୍ଗ୍‌ମାର୍ଚ୍ଚ’ ଆରମ୍ଭ କରିଛନ୍ତି । ଏହା ନଭେମ୍ବର ୪ ତାରିଖରେ ଇସ୍‌ଲାମାବାଦ ପହଞ୍ଚିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking