29.1 C
Bhubaneswar
Saturday, May 4, 2024
Homeଅପରାଧପୋଲିସର ଲାଠି ହେଲା କାଳ, ବାଇକରୁ ପଡି ସ୍ବାମୀ ସ୍ତ୍ରୀ ଆହତ

ପୋଲିସର ଲାଠି ହେଲା କାଳ, ବାଇକରୁ ପଡି ସ୍ବାମୀ ସ୍ତ୍ରୀ ଆହତ

ବାରିପଦା  : ପୁଣି ଖାକିରେ ଲାଗିଲା ଦାଗ। ଦାୟିତ୍ବପାଳନ ନାମରେ ବିଶୃଙ୍ଖଳିତ ଆଚରଣ ଦେଖାଇଲା ପୋଲିସ। ଯାହାର ଶିକାର ହୋଇ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ସ୍ୱାମୀ ସ୍ତ୍ରୀ। ହେଲମେଟ ଚେକିଂ ନାମରେ ଶୃଙ୍ଖଳିତ ପୋଲିସ କର୍ମଚାରୀଙ୍କ ବିଶୃଙ୍ଖଳିତ ଆଚରରଣ ଆଦିବାସୀଦମ୍ପତ୍ତିଙ୍କ ପାଇଁ କାଳ ସାଜିଲା। ତେବେ ଏଭଳି ଏକ ନିନ୍ଦନୀୟ ଘଟଣା ଆଜି ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧିନ କୁଳିଅଣା ଛକ ନିକଟରେ ଘଟିଥିବା ଅଭିଯୋଗ ସାମ୍ନାକୁ ଆସିଛି। ହେଲମେଟ୍ ଚେକିଂ ସମୟରେ ପୋଲିସର ଲାଠି ମାଡରେ ସ୍ବାମୀ ସୁଦାମ ବାସ୍କେ ସାମାନ୍ୟ ଆହତ ହୋଇଥିବା ବେଳେ ଓ ସ୍ତ୍ରୀ ଆଲାଦି ବାସ୍କେ ଗୁରୁତର ଆହତ ହୋଇ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଆଲାଦିଙ୍କ ବାମଗୋଡଟି ଭାଙ୍ଗି ଯାଇଥିବା ଜଣାପଡିଛି । ତାଙ୍କ କହିବା ମୁତାବକ ଆଜି ସନ୍ଧ୍ୟାରେ ବାରିପଦାରୁ ନିଜ ଘର ବିଶୋଇକୁ ଏକ ବାଇକ ଯୋଗେ ଯାଉଥିବା ସମୟରେ କୁଳିଅଣା ଠାରେ ଜଳଖିଆ କରିଥିଲେ । ଜଳଖିଆ ସାରି ୧୮ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ସମୟରେ ଏକ ଅନ୍ଧାରୁଆ ସ୍ଥାନରେ ପୋଲିସ ହେଲମେଟ୍ ଚେକିଂ କରୁଥିବା ଦେଖି ଗାଡି ସ୍ଲୋକରି ଛିଡା କରିବା ପୂର୍ବରୁ କାର୍ଯ୍ୟରତ ଜଣେ ପୋଲିସ କର୍ମଚାରୀ ଧରିଥିବା ଲାଠିକୁ ଗାଡି ଉପରକୁ ଫିଙ୍ଗିଥିଲେ । ଫଳରେ ଲାଠିଟି ମଟରସାଇକେଲର ଆଗଚକ ମଧ୍ୟରେ ଗଳିଯାଇଥିଲା ଏବଂ ବାଇକ ସମେତ ଉଭୟ ସ୍ବାମୀ ସ୍ତ୍ରୀ ରାସ୍ତା ଉପରେ କଚାଡି ହୋଇ ପଡିଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଚେକିଂ ସମୟରେ କାର୍ଯ୍ୟରତ ପୋଲିସକର୍ମଚାରୀଙ୍କ ଏମିତି ଲାଠି ଫିଙ୍ଗିମାରିବା ଓ ସାଧାରଣ ଲୋକଙ୍କୁ କ୍ଷତି ପହୁଞ୍ଚାଇବା କେତେ ଯୁକ୍ତି ଯୁକ୍ତ । ସେହିପରି ଏଥିପାଇଁ କଣ ରହିଛି ସରକାରୀ ନିୟମ। ଏଘଟଣା କ୍ଷେତ୍ରରେ ହେଲମେଟ ଚେକିଂରେ ନିୟୋଜିତ ସଂପୃକ୍ତ ପୋଲିସ କର୍ମଚାରୀ ତାଙ୍କର ଦାୟିତ୍ବ ନିଷ୍ଠାର ସହ ତୁଲାଇବା ବଦଳରେ ନିଷ୍ଠୁରତା ଦେଖାଇବା ପଛରେ କଣ ଥିଲା ମହତ ଉଦ୍ଧେଶ୍ୟ। ଖାକି ପୋଷାକର ବାହାଦୂରୀ ନା ପୋଲିସ ପ୍ରତି ଲୋକଙ୍କ ମନରେ ଭୟ ସୃଷ୍ଟି କରିବାର ନୂଆ କୌଶଳ। ଯାହା ପୋଲିସ ବିଭାଗ ପାଇଁ ଏବେ ନିନ୍ଦାର କାରଣ ପାଲଟିଛି।ତେବେ ଘଟଣାଟି ସାମ୍ନାକୁ ଆସିବା ପରେ ପୋଲିସ ବିଭାଗର ଉଚ୍ଚ କତ୍ତୃପକ୍ଷ କିପ୍ରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାଉପରେ ସମସ୍ତଙ୍କ ନଜର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking