30.1 C
Bhubaneswar
Wednesday, April 24, 2024
Homeଓଡିଶାମାର୍ଚ୍ଚ ୨୬ରେ ରାଜ୍ୟ ବିଧାନସଭା ଆଗରେ ବିକ୍ଷୋଭ ସମାବେଶ

ମାର୍ଚ୍ଚ ୨୬ରେ ରାଜ୍ୟ ବିଧାନସଭା ଆଗରେ ବିକ୍ଷୋଭ ସମାବେଶ

ଭୁବନେଶ୍ୱର : ଆଜି  ଉତ୍କଳମଣୀ ସଭାକକ୍ଷଠାରେ ସି.ଆଇ.ଟି.ୟୁର ରାଜ୍ୟ ସଭାପତି ଜନାର୍ଦ୍ଦନ ପତି, ଡି.ୱାଇ.ଏଫ୍‌.ଆଇ.ର ରାଜ୍ୟ ସଭାପତି ସରୋଜ ନାୟକ ଓ ଏସ୍‌.ଏଫ୍‌.ଆଇ.ର ରାଜ୍ୟ ଆବାହକ ବିପ୍ଳବ ମିଶ୍ରଙ୍କ ସଭାପତିମଣ୍ଡଳୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ଏଥିରେ ରାଜ୍ୟ ତଥା କେନ୍ଦ୍ର ସରକାରୀ ଦପ୍ତରରେ ଖାଲି ପଡିଥିବା ପଦବୀ ପୂରଣ, ରାଜ୍ୟର ଶିଳ୍ପ ପ୍ରତିଷ୍ଠାନ ସହ ଗ୍ରାମାଞ୍ଚଳର ବେକାରକୁ କାମ, ଶ୍ରମିକ ଛଟେଇ ଓ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ, ସମସ୍ତଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ ଦାବୀରେ ଆଗାମୀ ଦିନରେ ଶ୍ରମିକ, ଯୁବକ ଓ ଛାତ୍ରମାନଙ୍କର ମିଳିତ ଆନ୍ଦୋଳନ ଗଢି ତୋଳିବା ପାଇଁ ସଭାପତିମଣ୍ଡଳୀ ତରଫରୁ ବରିଷ୍ଠ ଶ୍ରମିକ ନେତା ଜନାର୍ଦ୍ଦନ ପତି ସାଂପ୍ରତିକ ପରିସ୍ଥିତି, ମୋଦି ସରକାରଙ୍କର ଜନବିରୋଧି ନିତୀ ବିରୁଦ୍ଧରେ ଏକ ୧୪ ଦଫା ଦାବି ସମ୍ବଳିତ ଏକ ଭିତ୍ତିପତ୍ର ଉପସ୍ଥାପନ କରିଥିଲେ ।
ଏହି ଆଲୋଚନା ସଭାରେ ସି.ଆଇ.ଟି.ୟୁର ଅନ୍ୟତମ ବରିଷ୍ଠ ନେତା ଦୁଷ୍ମନ୍ତ କୁମାର ଦାସ, ଓଡିଶା କୃଷକ ସଭାର ରାଜ୍ୟ
ସମ୍ପାଦକ ସୁରେଶ ପାଣିଗ୍ରାହୀ ଏବଂ ଡି.ୱାଇ.ଏଫ୍‌.ଆଇ.ର ରାଜ୍ୟ ସମ୍ପାଦକ ଯତୀନ୍ ମହାନ୍ତିଙ୍କ ସମେତ ବିଭିନ୍ନ ଜିଲ୍ଲାର ନେତୃତ୍ୱ
ମାନେ ଆଲୋଚନା କରିଥିଲେ । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର କ୍ଷମତା ଦଖଲ କରିବା ଦିନଠାରୁ ଦେଶରେ ଶ୍ରମିକ, ଯୁବକ
ଛାତ୍ରମାନଙ୍କ ଉପରେ ଆକ୍ରମଣ ତୀବ୍ର ହେବାରେ ଲାଗିଛି । ବିମୁଦ୍ରୀକରଣ, ରାଷ୍ଟ୍ରାୟତ ଶିଳ୍ପ ଗୁଡିକୁ ବେସରକାରୀ କମ୍ପାନୀ ହାତରେ
ବିକ୍ରୀ କରିବା ଏବଂ କରୋନା ମହାମାରୀ ମଧ୍ୟ ଦେଇ ଦେଶରୁ ୧୨କୋଟି ଶ୍ରମିକ କାମ ହରାଇଛନ୍ତି । ଦେଶର ସର୍ବବୃହତ୍ତ ନିଯୁକ୍ତି
ସୃଷ୍ଟିକାରୀ ସଂସ୍ଥାଗୁଡିକୁ ଯଥାକ୍ରମେ ରେଳ, ବ୍ୟାଙ୍କ, ବୀମା କମ୍ପାନୀଗୁଡିକୁ ଘରୋଇ କମ୍ପାନୀ ବିକ୍ରି କରୁଛନ୍ତି । କରୋନା ଆଳରେ
ନିଯୁକ୍ତି ପ୍ରକ୍ରିୟା ସଂପୂର୍ଣ୍ଣ ବାଧାପ୍ରାପ୍ତ ଅନୁରୂପ ଭାବେ ଆମ ରାଜ୍ୟ ସରକାର ୨୦ ବର୍ଷ ମଧ୍ୟରେ ୨୦ ହଜାର ସ୍ଥାୟୀ ନିଯୁକ୍ତି
ଯୋଗାଇ ଦେବାରେ ସଂପୂର୍ଣ୍ଣ ବିଫଳ । ରାଜ୍ୟ ସରକାରୀ ଦପ୍ତରରେ ଲକ୍ଷ ଲକ୍ଷ ପଦବୀ ଖାଲି, ଯାହା ନିଯୁକ୍ତି ହେଉଛି କେବଳ ଚୁକ୍ତି
ଭିତ୍ତିକ ଠିକା ନିଯୁକ୍ତି । ସ୍ୱାସ୍ଥ୍ୟ ବିଭାଗରେ ହଜାର ହଜାର ପଦବୀ ଖାଲି ଫଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ରାଜ୍ୟରେ ବିପର୍ଯ୍ୟସ୍ଥ । ନୂତନ
ଶିକ୍ଷା ନିତୀ, ବେସରକାରୀ ସ୍କୁଲକୁ ପ୍ରାଧାନ୍ୟ ଦେଉଥିବା ସରକାର ଶିକ୍ଷା ବିଭାଗରେ ନିଯୁକ୍ତି ନଦେଇ ସ୍କୁଲ ଗୁଡିକୁ ବନ୍ଦ କରିବାକୁ
ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଯାହା ଫଳରେ ସି.ଟି , ବି.ଇଡି. ତାଲିମ ପ୍ରାପ୍ତ ଯୁବ ବର୍ଗ ଅନ୍ଧକାର ଭିତରକୁ ଠେଲି ହେଉଛନ୍ତି । ସେପଟେ
ଗରିବ, ନିରିହ ଆଦିବାସୀ, ଦଳିତ ପିଲାମାନେ ସରକାରୀ ସୁବିଧାରୁ ବଞ୍ôଚତ ରହୁଥିବା ବେଳେ ସରକାରଙ୍କର ଏଭଳି ନିଷ୍ପତ୍ତି କେବଳ
ଶିକ୍ଷା ବେପାରୀଙ୍କୁ ପୋଷିବା ପାଇଁ ଯୋଜନା । କେନ୍ଦ୍ର ସରକାରଙ୍କ ର ଶ୍ରମ ଆଇନ ସଂଶୋଧନ ଫଳରେ ଶ୍ରମିକମାନଙ୍କର ଦିର୍ଘଦିନର
ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି । ଶିଳ୍ପପତିମାନେ ମନଇଛା ଶ୍ରମିକମାନଙ୍କୁ ଛଟେଇ କରିବାରେ ଲାଗିଛନ୍ତି । ଯାହା ଫଳରେ ଶ୍ରମିକମାନେ
ବିପନ୍ନ ମଧ୍ୟକୁ ଠେଲି ହେବା ସହ ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରୁଛି । ଏହାର ପ୍ରତିକାର ଦାବୀରେ ଆଗାମୀ
ମାର୍ଚ୍ଚ ୨୬ ତାରିଖ ଦିନ ରାଜ୍ୟ ବିଧାନ ସଭା ଆଗରେ ବିକ୍ଷୋଭ ସମାବେଶ ସହ ରାଜ୍ୟ ତମାମ ପ୍ରଚାର ଅଭିଯାନ ଚଳାଇ ରଖିବା
ପାଇଁ ଆଜିର କନ୍‌ଭେନ୍‌ସନ୍ ରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking