31.1 C
Bhubaneswar
Friday, March 14, 2025
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା: ୪ ମୃତ, ୧୦ ଆହତ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୪ ମୃତ, ୧୦ ଆହତ

ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଯାଉଥିବା ଗୋଟିଏ ବସ ଟ୍ରକ ସହ ଧକ୍କା ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ସେହି ବସରେ ପାଖାପାଖି ୧୫ ଜଣ ଯୁବକ ଯାଉଥିବା ଜଣାପଡିଛି ।

ଆଜି ସକାଳ ୯ଟା ସମୟରେ ମହାରାଷ୍ଟ୍ର ଅମରାବତୀ ଜିଲ୍ଲାର ନନ୍ଦଗାଁ ଖଣ୍ଡେଶ୍ୱର ରାଜରାସ୍ତାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ସିମେଣ୍ଟ କଂକ୍ରିଟ ମିକ୍ଚର ଟ୍ରକ ଓ ବସ୍ ମଧ୍ୟରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ସ୍ଥାନୀୟ ବାସିନ୍ଦା ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚି ବସରେ ଥିବା ଯୁବକମାନଙ୍କୁ ଉଦ୍ଧାର କରିବା ସହ ଏନେଇ ପୋଲିସକୁ ଖବର ଦେଇଥିଲେ ।

ସେମାନଙ୍କ କହିବା ଅନୁଯାୟୀ, ଟାଙ୍କର ବସକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା ଓ ସେହିଠାରେ ହିଁ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ଏନେଇ ଖବର ପାଇବା ପରେ ନନ୍ଦଗାଁ ଖଣ୍ଡେଶ୍ୱର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଅମରାବତୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking